ଖୁବ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବେ ମଲ୍ଲାଇକା ଏବଂ ଅର୍ଜୁନ


ବଲିଉଡର ବହୁ ଚର୍ଚ୍ଚିତ ଯୋଡି ମଲ୍ଲାଇକା ଏବଂ ଅର୍ଜୁନ ନିଜ ସମ୍ପର୍କକୁ ଆଗାମୀ ସ୍ତରରେ ପଦାର୍ପଣ କରିବା ପାଇଁ ଖୁବ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ବିଶେଷ ସୂତ୍ର ଅନୁଯାୟୀ ଅର୍ଜୁନ କପୁର ଏବଂ ମଲ୍ଲାଇକା ଅରୋରା ଏପ୍ରିଲ ୧୯ରେ ବିବାହ କରିବାକୁ ଯାଉଛନ୍ତି । ନିଜ ସମ୍ପର୍କରୁ ନେଇ ସବୁବେଳେ ଚୁପ ରହୁଥିବା ଏହି କପୁଲ ନିଜ ସମ୍ପର୍କକୁ ସ୍ୱିକାର କରି ଖୁବ ଶୀଘ୍ର ବିବାହ କରିବେ ବୋଲି ଜଣାଇଛନ୍ତି । ବିବାହ ସମ୍ବନ୍ଧରେ ସମ୍ପୂର୍ଣ୍ଣ ତଥ୍ୟ ନଦେଇ ମଧ୍ୟ ତାଙ୍କର ବିବାହ ଖୁବ ଶୀଘ୍ର ହେବ ବୋଲି ପ୍ରଶଂସକମାନଙ୍କୁ ଜଣାଇଛନ୍ତି ।
ଦୁଇଜଣ ନିଜ ସମ୍ପର୍କ ବିଷୟରେ ସର୍ବଦା ଚୁପ ରହୁଥିବା ବେଳେ ତାଙ୍କର ଫଟୋ ଏବଂ ଡେଟ୍ସ, ଉଭୟଙ୍କ ନିବିଡ ସମ୍ପର୍କ ସଂପର୍କରେ ସମସ୍ତଙ୍କୁ ଅବଗତ କରାଉଥିଲା । ତଥ୍ୟ ଅନୁଯାୟୀ ସେମାନେ କ୍ରିଷ୍ଟିଆନ ରିତିନିତୀରେ ବିବାହ କରିବାକୁ ଯାଉଛନ୍ତି । ବିବାହ ଉତ୍ସବରେ ବର ଏବଂ କନ୍ୟା ପକ୍ଷର କେବଳ ପରିବାର ଏବଂ ଅନ୍ତରଙ୍ଗ ବନ୍ଧୁ ଯୋଗଦେବେ । ଅନ୍ୟ ବଲିଉଡ ଷ୍ଟାରମାନଙ୍କ ମଧ୍ୟରେ ଦିପୀକା ପାଦ୍ୟୁକୋନ, ରଣବୀର ସିଂ, କରିନା କପୁର ଖାନ, କରିସ୍ମା କପୁର ପ୍ରମୁଖ ଯୋଗଦେବେ ବୋଲି ଅନୁମାନ କରାଯାଉଛି ।
ଉଭୟ ଅର୍ଜୁନ ଏବଂ ମଲ୍ଲାଇକା ନିଜର ଷ୍ଟାଫଙ୍କୁ ଏହି ବିବାହର ପ୍ରସ୍ତୁତି ସମ୍ପର୍କରେ ପ୍ରଚାର ନକରିବା ପାଇଁ କହିଛନ୍ତି । ଏହି ବହୁ ପ୍ରିତିକ୍ଷିତ ବିବାହ ବଲିଉଡରେ ୨୦୧୯ର ପ୍ରଥମ ବିବାହ ହୋଇଥିବା ବେଳେ ବଲିଉଡରେ ଆଗକୁ ଆହୁରି ବିବାହ ଯୋଜନା ରହିଛି ।


Share It

Comments are closed.