ସିଦ୍ଧୁଙ୍କ ବୟାନକୁ ନେଇ କଟାକ୍ଷ କଲେ ଅନୁପମ


୧୪ ଫେବୃଆରୀରେ ଜାମ୍ମୁ-କାଶ୍ମୀର ଫୁଲୱାମାରେ ଘଟିଥିବା ଆତଙ୍କବାଦୀ ଆକ୍ରମଣ ଯୋଗୁଁ ସାରା ଦେଶ ବର୍ତ୍ତମାନ ଶୋକରେ ବୁଡି ରହିଥିବାବେଳେ ଏହା ଘଟଣାକୁ ନେଇ ‘ନବଜୋତ ସିଂହ ସିଦ୍ଧୁ’ ଦେଇଥିବା ବୟାନ ମଧ୍ୟ ଖୁବ ଚର୍ଚ୍ଚାର ବିଷୟ ପାଲଟିଛି ।
ସିଦ୍ଧୁଙ୍କର ଏହି ବୟନ ପରେ ତାଙ୍କୁ କପିଲ ଶର୍ମା ଶୋ’ରୁ ବାହାର କରାଇ ଦିଆଯାଇଥିବାବେଳେ ବର୍ତ୍ତମାନ ତାଙ୍କ ବୟାନକୁ ନେଇ ‘ଅନୁପମ ଖୈର’ ମଧ୍ୟ କଟାକ୍ଷ ଦେଇଛନ୍ତି ।
ପ୍ରକାଶ ଥାଉକି, ଜଣେ ଉପଭୋକ୍ତା ଅନୁପମଙ୍କୁ – ଆପଣେ କମ୍ୟୁନିଷ୍ଟଙ୍କୁ କେଉଁ ଦଣ୍ଡ ଦେବାକୁ ଚାହିଁବେ ? ବୋଲି କହି ପ୍ରଶ୍ନ କରିଥିଲେ । ଏହାର ପ୍ରତିଉତ୍ତରରେ ଅନୁପମ କହିଥିଲେ ଯେ, “ବେଳେ ବେଳେ ଆପଣ ଯେତେବେଳେ ଅଧିକ କଥା କହିବାକୁ ଲାଗନ୍ତି, ସେତେବେଳେ ଭୁଲ କଥା ମଧ୍ୟ କହିବାକୁ ଲାଗନ୍ତି । ”
ପ୍ରକାଶ ଥାଉକି, ସିଦ୍ଧୁ ଏହି ଘଟଣାକୁ ନିନ୍ଦା କରିବାକୁ ଯାଇ କହିଥିଲେ ଯେ, “କ’ଣ ଆପଣ ନିର୍ଦ୍ଧିଷ୍ଟ କେତେକ ଲୋକଙ୍କ ପାଇଁ ସାରା ଦେଶକୁ ଦୋଷୀ ଦର୍ଶାଇ ପାରିବେ ଏବଂ କ’ଣ ଏଥିପାଇଁ ଜଣେ ବ୍ୟକ୍ତିଙ୍କୁ ଦୋଷୀ ଦର୍ଶାଇ ପାରିବେ ? । ”
ସେ ଆହୁରୀ ମଧ୍ୟ କହିଥିଲେ ଯେ, “ଏହି ଆକ୍ରମଣ ଭୀରତାର ପରିଚୟ ଅଟେ । ଏବଂ ମୁଁ ଏହାକୁ ଦୃଢ ନିନ୍ଦା କରୁଛି । ହିଂସାର ସର୍ବଦା ନିନ୍ଦା ହେବା ଆବଶ୍ୟକ ଏବଂ ଯେଉଁମାନେ ଭୁଲ କରିଛନ୍ତି ସେମାନଙ୍କୁ ଦଣ୍ଡ ମଧ୍ୟ ମିଳିବା ଆବଶ୍ୟକ ।”


Share It

Comments are closed.