ମୋ ସ୍ୱପ୍ନର ନାୟକ ହେଉଛନ୍ତି କରଣ : ବିପାଶା


ବଲିଉଡ ଅଭିନେତ୍ରୀ ବିପାଶା ବାସୁ ନିଜ ସ୍ୱାମୀ ତଥା ଅଭିନେତା କରନ ସିଂହ ଗୋଭରଙ୍କୁ ନେଇ ଏକ ବଡ କଥା କହିଛନ୍ତି । ତାଙ୍କର କରଣ ପ୍ରତି ଥିବା ଭଲ ପାଇବାକୁ ପ୍ରକାଶ କରିବା ସହ ସେ କହିଛନ୍ତି ଯେ , “ କରଣଙ୍କ କାମ କରିବାକୁ ମୁଁ ଖୁବ ପସନ୍ଦ କରନ୍ତି ଏବଂ ହେଉଛନ୍ତି ମୋର ସ୍ୱପ୍ନର ନାୟକ” ।
ବିପାଶା ଆହୁରୀ ମଧ୍ୟ କହିଛନ୍ତି ଯେ, “କରଣ ଜଣେ ପ୍ରତିଭାଶାଳୀ ଅଭିନେତା ହେବା ସହ ପ୍ରକୃତ ଜୀବନ ସାଥୀ ମଧ୍ୟ । ସେ ସମସ୍ତ ୟୁନିଟ ସଦସ୍ୟଙ୍କର କାମ କରିବା ପାଇଁ ଉର୍ଜାର ସ୍ତର ବଢାଇଥାନ୍ତି । ”
ଦୀର୍ଘ ବର୍ଷ ପରେ ଉଭୟ ପୁଣିଥରେ ବଡ ପରଦାରେ ନଜର ଆସିବାକୁ ଯାଉଛନ୍ତି । ଏହି ଫିଲ୍ମଟିର ନାମ ‘ଆଦତ’ ଥିବାବେଳେ ଏହାର ନିର୍ଦ୍ଦେଶନା ଦେଉଛନ୍ତି ଭୁପେଶ ପଟେଲ । ଏହା ହେଉଛି ଏକ ରୋମାଣ୍ଟିକ ର୍ଥିଲର ଫିଲ୍ମ । ଏହି ଫିଲ୍ମରେ ବିପାଶା ଏବଂ କରଣଙ୍କ ସମେତ ପୂର୍ବତ୍ତନ ମିସ ଇଣ୍ଡିଆ ନତାଶ ପୁରୀ ଓ ପୂର୍ବତ୍ତନ ବିଗ ବସ ପ୍ରତିଯୋଗୀ ସୋନାଲୀ ରାୱାତ ମଧ୍ୟ ନଜର ଆସିବେ । ଏହି ଫିଲ୍ମର ନିର୍ମାତା ଗାୟକ ମିକା ସିଂହ ଥିବାବେଳେ ଏହାର ସୁଟିଙ୍ଗ ଲଣ୍ଡନରେ ଆରମ୍ଭ ହେବା ବୋଲି ଶୁଣିବାକୁ ମଧ୍ୟ ମିଳୁଛି ।
ପ୍ରକାଶ ଥାଉକି ବିପାଶା ଏବଂ କରଣଙ୍କୁ ୪ ବର୍ଷ ପୂର୍ବେ ‘ଏଲୋନ’ ଫିଲ୍ମେରେ ଏକାଠି ଦେଖିବାକୁ ମିଳିଥିଲା ।


Share It

Comments are closed.