କୋଟି ଭାରତୀୟଙ୍କ ହୃଦୟରୁ ଲୁହ ଶୁଖିନଥିବାବେଳେ ପୁଣି ଥରେ ସହିଦ ହେଲେ ଯବାନ


କାଶ୍ମୀରର ପୁଲୱାମା ବିସ୍ପୋରଣକୁ ସପ୍ତାହେ ନପୂରୁଣୁ ଆଜି ପୁଣିଥରେ ଆତଙ୍କବାଦୀମାନେ ଆଉ ଏକ ଜଘନ୍ୟ କାଣ୍ଡ ଘଟାଇଛନ୍ତି । ଆଜି ପୁଲୱାମାର ପିଙ୍ଗନାଲ ଅଞ୍ଚଳରେ ଆତଙ୍କବାଦୀ ଏବଂ ଯବାନଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା । ଯେଉଁଥିରେ ୪ ଜଣ ଯବାନ ଏବଂ ଜଣେ ମେଜର ସହିଦ ହୋଇଥିବାବେଳେ ଜଣେ ଆହାତ ମଧ୍ୟ ହୋଇଛନ୍ତି ।
ମିଳିଥିବା ସୂଚନା ମୁତାବକ, ପିଙ୍ଗନାଲ ଅଞ୍ଚଳରେ ଆତଙ୍କବାଦୀମାନେ ଲୁଚି ରହିଥିବାର ଖବର ସେନାକୁ ମିଳିଥିଲା । ଯାହା ପରେ ସେନା ପକ୍ଷରୁ ସର୍ଚ୍ଚ ଅଭିଯାନକୁ କଡା କଡା କରାଯାଇଥିଲା ।
ସେନାଙ୍କ ସହିତ ପୋଲିସ ମଧ୍ୟ ଏହି ଅପରେସନରେ ଥିଲେ । ତେବେ ସହିଦ ହୋଇଥିବା ୪ ଜଣ ଯବାନଙ୍କ ମଧ୍ୟରେ ଜଣେ ମେଜର ମଧ୍ୟ ସାମିଲ ଥିଲେ । ଆତଙ୍କବାଦୀ ଏବଂ ସେନାଙ୍କ ମଧ୍ୟରେ ଏହି ସଂଘର୍ଷ ଦକ୍ଷଣ କାଶ୍ମୀରର ପିଙ୍ଗନାଲ ଅଞ୍ଚଳରେ ଘଟିଥିଲା ।
ପ୍ରକାଶ ଥାଉକି ଗତ ଗୁରୁବାର ଦିନ କାଶ୍ମୀରର ପୁଲୱାମାରେ ଘଟିଥିବା ଆତ୍ମଘାତି ଆତଙ୍କବାଦୀ ବିସ୍ପୋରଣରେ ଭାରତର ୪୪ଜଣ ସିଆରଫିଏଫ ଯବାନ ସହିଦ ହୋଇଥିଲେ । ଏହି ଘଟଣାକୁ ନେଇ ସାରା ଦେଶ ଏବଂ ବିଶ୍ୱ ଶୋକରେ ବୁଡି ରହିଥିବାବେଳେ ପୁଣଥରେ ଆତଙ୍କବାଦୀମାନେ ଆଉ ଘୃଣ୍ୟ କାର୍ଯ୍ୟକଳାପ ଦେଖାଇଛନ୍ତି ।


Share It

Comments are closed.