ଅପହୃତ ମହିଳାମାନଙ୍କୁ ହନି ଟ୍ରାପ କରି ରାଜନେତାଙ୍କୁ ଫସେଇବା ପାଇଁ ପ୍ରବର୍ତାଉଥିଲେ ଅପହରଣକାରୀ


ମଧ୍ୟପ୍ରଦେଶର ସାହଡୋଲ ଜିଲ୍ଲାର ପୋଲିସ ଜଣେ ୨୭ ବର୍ଷିୟ ମହିଳାଙ୍କୁ ଉଦ୍ଧାର କରିଛି, ଯାହାକୁ ଦିଲ୍ଲୀରୁ ଅପହରଣ କରାଯାଇଥିଲା । ଅପହୃତ ହୋଇଥିବା ଏହି ମହିଳା ହନି ଟ୍ରାପ କରି ଲୋକମାନଙ୍କୁ ଫସାଇବା ସହ ରାଜନେତାଙ୍କ ଉପରେ ଷ୍ଟିଙ୍ଗ କରି ତାଙ୍କର ଅଶ୍ଳିଳ ଭିଡିଓ ମାଧ୍ୟମରେ ବ୍ଲାକମେଲିଙ୍ଗ କରିବାର କାମ କରୁଥିଲେ ।
ଅପହୃତ ମହିଳାମାନେ ଆଗାମୀ ବିଧାନସଭା ନିର୍ବାଚନରେ ଆଶାୟୀ ପ୍ରାର୍ଥୀ ମାନଙ୍କ ସହ ଷ୍ଟିଙ୍ଗ କରି ସେମାନଙ୍କର ଅଶ୍ଳିଳ ଭିଡିଓ କରି ତାଙ୍କୁ ବ୍ଲାକମେଲିଙ୍ଗ କରୁଥିବାର କାମ କରନ୍ତି ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି । ଏହି କାମ କରିବା ପାଇଁ ସେମାନଙ୍କୁ ସେମାନଙ୍କର ବସ ପ୍ରବର୍ତାଉଥିଲେ ବୋଲି ପୋଲିସ ସୂଚନା ଦେଇଛି ।
ସାହଡୋଲର ଏକ ବିୟୁଟି ପାର୍ଲରରୁ ଜଣେ ମହିଳା ପୋଲିସ ହେଲ୍ପଲାଇନ ନମ୍ବର ୧୦୦ରେ କଲ କରିଥିଲେ । ଉକ୍ତ ସ୍ଥାନଟି ଭୋପାଲ ଠାରୁ ୫୯୨ କିଲୋମିଟିର ଦୂରରେ ଅବସ୍ଥିତ । ସେହି ମହିଳା ଜଣକ ପାର୍ଲର ଜଣେ କର୍ମଚାରୀଙ୍କ ଠାରୁ ଫୋନ ମାଗି ଆମକୁ ଫୋନ କରିଥିଲେ । ଆମଲାଇର ଥାନା ଅଧିକାରୀ ବିଜୟ ସିଂହ ପାଲଟେ ସୂଚନାଙ୍କ ଅନୁଯାୟୀ , ଯେତେବେଳେ ପୋଲିସ ତାଙ୍କୁ ସେଠାରୁ ଉଦ୍ଧାର କଲା, ଭୋପାଲ ଠାରୁ ୬୫୬ କି.ମି ଦୂରରେ ଅବସ୍ଥିତ ଅନୁପରର ନିବାସୀ ପ୍ରଭାକର ଦ୍ୱିବେଦି ତାଙ୍କ ଦେଢ ମାସ ପୂର୍ବରୁ ଅପହରଣ କରିଥିଲେ ବୋଲି ପୀଡିତା ଜଣକ ବୟାନ ଦେଇଥିଲେ ।
ପାଲଟେ ଏହା ମଧ୍ୟ କହିଥିଲେ ଯେ, ଦ୍ୱିବେଦି ତାଙ୍କୁ ସେଠାରେ କଡା ନଜରବନ୍ଦୀରେ ରଖିଥିଲେ, କିନ୍ତୁ କୌଣସି ପ୍ରକାରରେ ପୀଡିତା ସେଠାରୁ ଖସି ପଳାଇ ଆସିବାରେ ସକ୍ଷମ ହୋଇଥିଲେ । ଏହା ପରେ ପୋଲିସ ଯେତେବେଳେ ପୀଡିତାଙ୍କର ବୟାନର ଯାଞ୍ଚ କଲା ସେଥିବେଳେ ଜଣା ପଡିଲା ଯେ ଜୁନରେ ଦିଲ୍ଲୀର ଜ୍ୟାତିନଗର ପୁଲିସ ଥାନରେ ଉକ୍ତ ମହିଳାଙ୍କର ଅପହରଣର ହୋଇଥିବାର ଏତଲା ଦାଖଲ କରାଯାଇଥିଲା ।
ବର୍ତ୍ତମାନ ଅନୁପୁର ପୋଲିସ ଏହି ସଂକ୍ରାନ୍ତରେ ତନାଘନା ଆରମ୍ଭ କରିଦେଇଥିବାବେଳେ ଆରୋପିକୁ ଧରିବା ପାଇଁ ଚେଷ୍ଟା ଜାରି ରଖିଛି ।


Share It

Comments are closed.