ତିନ ତଲାକ ଅଭିଯୁକ୍ତଙ୍କୁ ଏବେ ମିଳିବ ଜାମିନ


କେନ୍ଦ୍ର ସରକାର ପକ୍ଷରୁ ତିନି ତଲାକ ବିଲରେ ସଂଶୋଧନ କରାଯାଉଛି । କରାଯାଇଥିବା ସଂଶୋଧନ ଅନୁଯାୟୀ ତିନି ତଳାକ ବିଲରେ ଅଭିଯୁକ୍ତଙ୍କୁ ମାଜିଷ୍ଟ୍ରେଟ ଜାମିନ ପ୍ରଦାନ କରିିପାରିବେ । ପୂର୍ବରୁ ତିନି ତଲାକ ବିଲକୁ ଲୋକସଭାରେ ମଞ୍ଜୁର ମିଳିଥିବାବେଳେ ରାଜ୍ୟସଭାରେ ଏହି ବିଲକୁ ପାରିତ କରିବା ପାଇଁ ପ୍ରବଳ ହଟ୍ଟଗୋଳ ଲାଗିରହିଥିଲା । ଏହି ବିଲଟିକୁ ପୂର୍ବରୁ କଂଗ୍ରେସ ତ୍ରୁଟିପୂର୍ଣ୍ଣ ବୋଲି ଅଭିଯୋଗ କରିଆସୁଥିଲା । ତିନି ତଲାକରେ ଶିକାର ହୋଇଥିବା ମହଳାମାନଙ୍କ ସ୍ୱାମୀ ଯଦି ଦୋଷି ସାବ୍ୟସ୍ତ ହୋଇ କୋର୍ଟର ନିର୍ଦ୍ଦେଶାନୁସାରେ ଜେଲ ଜାଆନ୍ତି, ତେବେ ତାଙ୍କ ସ୍ତ୍ରୀଙ୍କର କ’ଣ ହେବ ଏବଂ ସେମାନଙ୍କର ଭରଣପୋଷଣ କଏ କରିବ ? ବୋଲି କଂଗ୍ରେସ ସାସଂଦ ମାନେ ପ୍ରଶ୍ନ ଉଠାଇଥିଲେ ।
ଅପର ପକ୍ଷରେ ଯଦି ସୋନିଆ ଗାନ୍ଧୀ, ମାୟାବତୀ ଏବଂ ମମତା ବାନାର୍ଜି ଲୋକମାନଙ୍କର ଭଲ ଚାହୁଁଥିବେ, ତେବେ ସେମାନେ ଏହି ବିଲକୁ ବିରୋଧ କରିବା ଉଚିତ ନୁହେଁ ବୋଲି କେନ୍ଦ୍ର ଆଇନ ମନ୍ତ୍ରୀ ରବି ଶଙ୍କର ପ୍ରସାଦ କହିଛନ୍ତି ।
ଆଜି ରାଜ୍ୟସଭାରେ କେନ୍ଦ୍ର ସରକାର ପକ୍ଷରୁ ଏହାକୁ ଉପସ୍ଥାପିତ କରିବାର କାର୍ଯ୍ୟକ୍ରମ ରହିଛି । ପୂର୍ବରୁ ରାଜ୍ୟସଭାରେ ଏହି ବିଲ ପାରିତ ହୋଇ ନପାରିବ ପରେ ପୁଣି ଥରେ ବିଶେଷଜ୍ଞ କମିଟି ନିକଟକୁ ପଠାଇ ଦିଆଯାଇଥିଲା । ବିଶେଷଜ୍ଞ କମିଟିର ସୁପାରିସ ଅନୁସାରେ ଏହି ବିଲରେ କେତେକ ପରିବର୍ତ୍ତନ ମଧ୍ୟ କରାଯାଇଛି । ୨୦୧୯ ପୂର୍ବରୁ ଏନଡିଏ ସରକାର କୌଣସି ମତେ ତିନି ତଲାକ ବିଲକୁ ମଞ୍ଜୁର କରାଇ ଆଇନ ପ୍ରଣୟନ କରିବାକୁ ଚେଷ୍ଟା ଜାରି ରଖିଛନ୍ତିି । ଯେବେକି ବିରୋଧୀଙ୍କ ଭିନ୍ନ ଭିନ୍ନ ମତ ଯୋଗୁଁ ଏହା ବର୍ତ୍ତମାନ ପର୍ଯ୍ୟନ୍ତ ପାରିତ ହୋଇପାରି ନାହିଁ ।


Share It

Comments are closed.