ରାଜୀବ ଗାନ୍ଧୀଙ୍କ ହତ୍ୟାକାରୀଙ୍କୁ ଖଲାସ କରାଯିବ ନାହିଁ : କେନ୍ଦ୍ର ସରକାର


କେନ୍ଦ୍ର ସରକାର, ପୂର୍ବତ୍ତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟାକାରୀଙ୍କୁ ଖଲାସ ନ କରିବା ପାଇଁ ସଫା ସଫା ମନା କରିଦେଇଛନ୍ତି । ସୁପ୍ରିମ କୋର୍ଟରେ ଆଜି ଏହି ସଂକ୍ରାନ୍ତରେ ଚାଲିଥିବା ଶୁଣାଣୀ ଉପରେ କେନ୍ଦ୍ର ସରକାର ସଫା ସଫା ମନା କରିଦେଇଛନ୍ତି । ପୂର୍ବତ୍ତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟା ସହିତ ଜଡିତ ଥିବା କୌଣସି ବି ଦୋଷିଙ୍କୁ ଖଲାସ କରାଯିବ ନାହିଁ ବୋଲି କେନ୍ଦ୍ର ସରକାର ମନା କରିଦେଇଛନ୍ତି ।
ପ୍ରକାଶ ଥାଉ କି ରାଜୀବ ଗାନ୍ଧୀଙ୍କ ହତ୍ୟା ସହିତ ଜଡିତ ଥିବା ସମସ୍ତ ଅଭିଯୁକ୍ତ ବର୍ତ୍ତମାନ ପର୍ଯ୍ୟନ୍ତ ତାମିଲନାଡୁ ଜେଲରେ ବନ୍ଦୀ ଅଛନ୍ତି । ସେମାନେ ବିଗତ ୨୭ ବର୍ଷ ହେବ ଜେଲରେ ସଜା କାଟୁଛନ୍ତି । ୨ ମାର୍ଚ୍ଚ ୨୦୧୬ରେ ତାମିଲନାଡୁ ସରକାର ଉକ୍ତ ଦୋଷିଙ୍କୁ ଖଲାସ କରିବା ପାଇଁ କେନ୍ଦ୍ର ସରକାରଙ୍କୁ ଏକ ପତ୍ର ଲେଖିଥିଲେ । ଉକ୍ତ ଦୋଷିଙ୍କୁ ଖଲାସ କରିବା ପାଇଁ ସୁପ୍ରିମ କୋର୍ଟ ୨୦୧୫ରେ ଏକ ଆଦେଶ ଜାରୀ କରିଥିଲେ, ଯେଉଁଥିରେ କେନ୍ଦ୍ର ସରକାରଙ୍କ ବିନା ଅନୁମତିରେ ରାଜ୍ୟ ସରକାର ଦୋଷିଙ୍କୁ ଖଲାସ କରିପାରିବେ ନାହିଁ ଦର୍ଶାଯାଇଥିଲା । ବର୍ତ୍ତମାନ ପର୍ଯ୍ୟନ୍ତ ଏହି ମାମଲା ସୁପ୍ରିମ କୋର୍ଟରେ ବିଚାରଧିନ ଅବସ୍ଥାରେ ଅଛି ।
ସିବିଆଇ ମଧ୍ୟ ଏହି ୭ ଜଣ ଦୋଷିଙ୍କୁ ଖଲାସ କରିବାକୁ ଚାହୁଁ ନାହିଁ ବୋଲି କେନ୍ଦ୍ର ସରକାର ସୁପ୍ରିମ କୋର୍ଟରେ ଏହି ବୟାନ ଦର୍ଶାଇଛନ୍ତି । କେନ୍ଦ୍ର ସରକାର ଏହା ମଧ୍ୟ କହିଛନ୍ତି ଯେ, ଉକ୍ତ ଦୋଷୀଙ୍କୁ ଖଲାସ ନକରିବା ପାଇଁ ତାମିଲନାଡୁ ସରକାରଙ୍କୁ ଆମେ ୧୮ ଏପ୍ରେଲରୁ ମନା କରିଦେଉଛୁ ।


Share It

Comments are closed.