ଆଜି ବାଜପେୟୀଙ୍କ ୨୫ ଫୁଟ ଉଚ୍ଚତା ବିଶିଷ୍ଟ ପ୍ରତିମାର ଉନ୍ମୋଚନ କରିବେ ପ୍ରଧାନମନ୍ତ୍ରୀ


ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପୂର୍ବତ୍ତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ୨୫ ଫୁଟ ଉଚ୍ଚତା ବିଶିଷ୍ଟ ପ୍ରତିମାକୁ ଲକ୍ଷେ୍ନøସ୍ଥିତ ଲୋକଭବନରେ ଉନ୍ମୋଚନ କରିବାକୁ ଯାଉଛନ୍ତି । ଆଜି ବାଜପେୟୀଙ୍କ ୯୫ତମ ଜୟନ୍ତୀ । ବାଜପେୟୀ ଦୀର୍ଘ ସମୟ ଧରି ଲକ୍ଷେ୍ନøର ସାଂସଦ ଥିବାବେଳେ ଏହି ପ୍ରତିମାକୁ ୧୦ ଡିସେମ୍ବରରେ ଲକ୍ଷେ୍ନøକୁ ଅଣାଯାଇଥିଲା । ଏହି ପ୍ରତିମାକୁ ନିର୍ମାଣ କରିବା ପାଇଁ ରାଜକୀୟ ନିର୍ମାଣ ନିଗମର ନିର୍ମାଣକର୍ତ୍ତା ସଂସ୍ଥା ନିଯୁକ୍ତ ହୋଇଥିଲା ।
ବ୍ରୋଞ୍ଜରେ ନିର୍ମିତ ଏହି ପ୍ରତିମା ପାଇଁ ୮୯.୬୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବାବେଳେ ଏହାର ନିର୍ମାଣ ପାଇଁ ପ୍ରାୟ ୧ ବର୍ଷ ସମୟ ଲାଗିଥିଲା ବୋଲି ସୂଚନା ମିଳିଛି । ମିଳିଥିବା ସୂଚନା ମୁତାବକ ପ୍ରଧାନମନ୍ତ୍ରୀ ୩.୩୦ରେ ବାଜପେୟୀଙ୍କ ପ୍ରତିମା ଉନ୍ମୋଚନ କରିବାର କାର୍ଯ୍ୟକ୍ରମ ଥିବାବେଳେ ଏହା ପରେ ସେ ସେଠାରେ ଉପସ୍ଥିତ ଥିବା ଲୋକଙ୍କୁ ସମ୍ବୋଧିତ ମଧ୍ୟ କରିବେ ।


Share It

Comments are closed.