ସାମସଙ୍ଗ ପକ୍ଷରୁ ଏହାର ନୂତନ ରେଫ୍ରିଜରେଟରର ଶୁଭାରମ୍ଭ


ଭୁବନେଶ୍ୱର : ସାମସଙ୍ଗ ଭାରତର ସର୍ବବୃହତ୍ତ ଓ ସବୁଠାରୁ ବିଶ୍ୱସନୀୟ ଗ୍ରାହକ ଇଲେକଟ୍ରୋନିକ୍ସ ବ୍ରାଣ୍ଡ ପକ୍ଷରୁ ଆଜି ୨୦୨୦ ଷ୍ଟାର ରେଟିଂ ଭିତ୍ତିରେ ଭାରତର ପ୍ରଥମ ଫାଇଭ ଷ୍ଟାର ଡାଇରେକ୍ଟ କୁଲ୍ ସିଙ୍ଗିଲ୍ ଡୋର ରେଫ୍ରିଜରେଟରର ଲାଇନ ଅପର ଶୁଭାରମ୍ଭ କରାଯାଇଛି । ଏହି ନୂତନ ରେଫ୍ରିଜରେଟର ଲାଇନ୍ ଅପ୍ ଜାନୁଆରୀ ୧, ୨୦୨୦ରୁ ଉପଲବ୍ଧ ହେବାକୁ ଥିବାବେଳେ ଏହା ଉଚ୍ଚ କାର୍ଯ୍ୟଦକ୍ଷତା ସମ୍ପନ୍ନ ଓ କମ ରକ୍ଷଣାବେକ୍ଷଣଯୁକ୍ତ ଅଟେ ।
ସାମସଙ୍ଗର ନୂଆ ପାଞ୍ଚ ଷ୍ଟାର ଡାଇରେକ୍ଟ କୁଲ ସିଙ୍ଗିଲ୍ ଡୋର ରେଫ୍ରିଜରେଟର ଲାଇନଅପକୁ ଅତିରିକ୍ତ ସ୍ଥାନ ପାଇଁ ସ୍ୱତନ୍ତ୍ର ଭାବରେ ଡିଜାଇନ କରାଯାଇଛି । ଏହାର ଗ୍ରେସ କ୍ଷମତା ୧୯୫ ଲିଟର ରହିଥିବାବେଳେ ଏହା ସହ ଏଥିରେ ଏଚ୍-ବାର କ୍ରୋମ ହ୍ୟାଣ୍ଡେଲ୍ ଡିଜାଇନ ମଧ୍ୟ ରହିଛି ।
ଏହି ରେଫ୍ରିଜରେଟରର ଶୁଭାରମ୍ଭ ଅବସରରେ ସାମସଙ୍ଗ ଇଣ୍ଡିଆ, କଂଜ୍ୟୁମର ଇଲେକଟ୍ରୋନିକସ ବିଜନେସର ବରିଷ୍ଟ ଉପାଧ୍ୟକ୍ଷ ଶ୍ରୀ ରାଜୁ ପୁଲାନ କହିଛନ୍ତି ଯେ, “ବିଇଇ ନିୟମ କାର୍ଯ୍ୟକାରୀ ହେବାକୁ ଯାଉଥିବାରୁ, ଆମେ ଆଶା କରୁଛୁ ଯେ, ଗ୍ରାହକମାନେ ପୁନଶ୍ଚ ଶକ୍ତି ଦକ୍ଷ ଉତ୍ପାଦ ଉପରେ ଧ୍ୟାନ ପ୍ରଦାନ କରିବେ । ଆମେ ୨୦୨୦ ଷ୍ଟାର ରେଟିଂ ଭିତ୍ତିରେ ଭାରତର ପ୍ରଥମ ଫାଇଭ ଷ୍ଟାର ଡାଇରେକ୍ଟ କୁଲ୍ ସିଙ୍ଗିଲ ଡୋର ରେଫ୍ରିଜରେଟର ୧୯୮ ଲିଟର ଲାଇନ ଅପର ଶୁଭାରମ୍ଭ କରୁଛୁ । ଏହି ନୂତନ ରେଫ୍ରିଜରେଟରରେ ‘ମେକ ଫର ଇଣ୍ଡିଆ’ ବୈଶିଷ୍ଟ୍ୟ ରହିଛି, ଯାହାକି ଭାରତୀୟ ଗ୍ରାହକଙ୍କ ଆବଶ୍ୟକତାକୁ ଧ୍ୟାନରେ ରଖି ପ୍ରସ୍ତୁତ କରାଯାଇଛି । ସାମସଙ୍ଗରେ ଆମେ, ଆମ ଗ୍ରାହକଙ୍କୁ ଶୁଣିଥାଉ ଓ ଅର୍ଥପୂର୍ଣ୍ଣ ନୂତନତାକୁ ସାମିଲ କରିଥାଉ, ଯାହାକି ତାଙ୍କ ଜୀବନର ମାନରେ ଉନ୍ନତି ଆଣିଥାଏ ।”
ସାମସଙ୍ଗ ନୂଆ ଫାଇଭ-ଷ୍ଟାର ଡାଇରେକ୍ଟ କୁଲ୍ ସିଙ୍ଗିଲ ଡୋର ରେଫ୍ରିଜରେଟର ଲାଇନଅପ ସମସ୍ତ ରିଟେଲ ଚ୍ୟାନେଲ ଓ ସାମସଙ୍ଗ ଦୋକାନରେ ଜାନୁଆରୀ ୧୫, ୨୦୨୦ ଠାରୁ ଉପଲବ୍ଧ ହେବ ଏବଂ ଏହାର ପ୍ରାରମ୍ଭିକ ମୂଲ୍ୟ ଟ. ୧୭,୯୯୦ ରହିଛି ।


Share It

Comments are closed.