ଇମ୍ରାନଙ୍କ ଅଭିଯୋଗ ଭାରତ ଜାଣିଶୁଣି ପାକିସ୍ତାନକୁ ବଦନାମ କରାଉଛି


ପୁଲୱାମା ଆତଙ୍କବାଦୀ ଆକ୍ରମଣ ପରେ ଭାରତ ପାକିସ୍ତାନ ବିରୋଧରେ ଗ୍ରହଣ କରିଥିବା କାର୍ଯ୍ୟନୁଷ୍ଠାନ ଯୋଗୁୁଁ ବର୍ତ୍ତମାନ ମୁହଁ ଖୋଲିଛନ୍ତି ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ । ସେ କହିଛନ୍ତି ଯେ, ପାକିସ୍ତାନ ସମ୍ପୂର୍ଣ୍ଣ ନିର୍ଦ୍ଦୋଷ । କେବଳ ଏତିକି ନୁହେଁ ଇମ୍ରାନ ଏହି ଅଭିଯୋଗ ମଧ୍ୟ ଆଣିଛନ୍ତି ଯେ, “ଭାରତ ବିନା କୌଣସି ପ୍ରମାଣରେ ପାକିସ୍ତାନ ବିରୋଧରେ ଖାଲି ଟାରେ ଅଭିଯୋଗ ଆଣୁଛି ।”
ଇମ୍ରାନ କହିଛନ୍ତି ଯେ, ‘ଯଦି ଭାରତ କୌଣସି ପ୍ରକାରର ଯାଞ୍ଚ କରିବାକୁ ଚାହୁଁଛୁ ତେବେ ସେଥି ପାଇଁ ଆମେ ତାଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରିବୁ । ଏବଂ ଭାରତ ପାଖରେ ଯଦି କୌଣସି ମିଲେଟ୍ରି ଗୁଇନ୍ଦା ରିପୋର୍ଟ ଅଛି ତେବେ ସେ ଆମକୁ କହୁ ଆମେ ସରକାର ତୁରନ୍ତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବ । ’
ଇମ୍ରାନ ପ୍ରଶ୍ନ କରିଛନ୍ତି ଯେ, “ପାକିସ୍ତାନ ଏଭଳି କାହିଁକି କରିବ ? ଏଥିରେ ତା ଫାଇଦା କ’ଣ ବା ଅଛି ?”
ସେ ଆହୁରୀ ମଧ୍ୟ କହିଛନ୍ତି ଯେ, “ଏହି ଘଟଣାକୁ ନେଇ ପାକିସ୍ତାନର ଯଦି କୌଣସି ଲୋକଙ୍କ ବିରୋଧରେ ଆମେ ଠୋସ ପ୍ରମାଣ ପାଇବୁ ତେବେ ଆମେ ନିଶ୍ଚିତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବୁ । ”
ସେ ଭାରତ ପାଇଁ ଧମକପୂର୍ଣ୍ଣ ବାର୍ତ୍ତା ଦେଇ କହିଛନ୍ତି ଯେ, “ଯଦି ଭାରତ ପ୍ରତିଶୋଧ ନେବାକୁ ଯାଇ ଆମ ଉପରେ ଆକ୍ରମଣ କରେ ତେବେ ଆମେ ମଧ୍ୟ ନିଶ୍ଚିତ ଆକ୍ରମଣ କରିବୁ । ”


Share It

Comments are closed.