ଆଇବ୍ରୋକୁ ସୁନ୍ଦର କରିବାର ଉପାୟ ଜାଣନ୍ତୁ


ଆଇବ୍ରୋ ଆପଣଙ୍କ ଚେହେରାର ସୌନ୍ଦର୍ଯ୍ୟ ବୃଦ୍ଧି କରିଥାଏ । ଯଦି ଆପଣଙ୍କ ଆଇବ୍ରୋ ଶେପରେ ରହିଛି ତେବେ ଆଖି ସୁନ୍ଦର ଲାଗିଥାଏ । ବହୁ ଗବେଷଣାରୁ ଜଣା ପଡିଛି ଯେ, ସୁନ୍ଦର ଆଇବ୍ରୋ ପାଇଁ ନଡିଆ ତେଲ ବେଶ ଲାଭଦାୟକ ହୋଇଥାଏ । ନଡିଆ ତେଲରେ ଫ୍ୟାଟି ଏସିଡ ଓ ବହୁ ଆଣ୍ଟିଅକ୍ସିଡାଣ୍ଟ ତତ୍ତ୍ୱ ରହିଛି ଯାହା ତ୍ୱଚା ଏବଂ କେଶ ପାଇଁ ଖୁବ ଲାଭଦାୟକ ଅଟେ ।
ଏହା ଆପଣଙ୍କ ତ୍ୱଚାକୁ ମଇଶ୍ଚରାଇଜ କରିଥାଏ ଓ ମଜଭୁତ ରଖିବା ସହ ଆଖି ପାଖ ତ୍ୱଚାକୁ କୋମଳ କରିଥାଏ । ଏଣୁ ଏହି ସ୍ଥାନରେ କୌଣସି କେମିକାଲର ବ୍ୟବହାର ନକରି ଆପଣ ପ୍ରାକୃତିକ ଉପାଦାନ ବ୍ୟବହାର କରିବା ଉଚିତ ।
୧- ଆଇବ୍ରୋ ଅଧିକ ଝଡୁଥିଲେ କିମ୍ବା ପତଳା ହୋଇଯାଉଥିଲେ ପ୍ରତିଦିନ ନିଡିଆ ତେଲର ବ୍ୟବହାର କରନ୍ତୁ । ଆପଣ ପ୍ରତିଦିନ ଗାଧୋଇବା ପୂର୍ବରୁ କିମ୍ବା ପରେ ଅଳ୍ପ ନଡିଆ ତେଲ ହାତରେ ଆଣି ଆଇବ୍ରୋରେ ଲଗାଇ ମସାଜ କରନ୍ତୁ ।
୨- ଆଇବ୍ରୋକୁ ଗହଳ କରିବାକୁ ଚାହୁଁଥିଲେ ନିଡିଆ ତେଲର ବ୍ୟବହାର ନିଶ୍ଚିତ କରନ୍ତୁ । ଆଇବ୍ରୋରେ ନିଡିଆ ତେଲର ବ୍ୟବହାର କରିବା ଦ୍ୱାରା ଏହା ଗହଳ ହେବା ସହ ଶେପ ମଧ୍ୟ ସୁନ୍ଦର ହୋଇଥାଏ । ଏବଂ ସେଥିପାଇଁ ରାତିରେ ଶୋଇବା ସମୟରେ ଆଇବ୍ରୋରେ ନଡିଆ ତେଲ ଲଗାନ୍ତୁ ଏବଂ ରାତି ସାରା ସେହିପରି ରଖନ୍ତୁ । ଆଜିର ଚାରିକଡେ ନଡିଆ ତେଲର କେଇ ବୁନ୍ଦା ନେଇ ଭଲ ଭାବେ ମସାଜ କରନ୍ତୁ । ଏହା ଦ୍ୱାରା ସ୍କିନ ଗ୍ଲୋ କରିବା ସହ ମୁଲାୟମ ମଧ୍ୟ ରହିବ । ଏହାର ଦୈନିକ ବ୍ୟବହାର ଦ୍ୱାରା ଆଖି ତଳରେ କଳାଦାଗ ପଡିବ ନାହିଁ ଓ ତ୍ୱଚାରେ ଭାଙ୍ଗ ଦେଖାଯିବ ନାହିଁ ।
୩- ଥ୍ରେଡିଂ କରିବା ପୂର୍ବରୁ ମୁହଁରେ କୌଣସି ଲୋସନ କିମ୍ବା କ୍ରିମ ଲଗାନ୍ତୁ ନାହିଁ । ଚେହେରା ଯେତେ ଡ୍ରାଏ ରହିବ ଆଇବ୍ରୋ ସେତେ ଭଲ ଭାବେ ଶେପ୍ ହେବ । ଏଣୁ ଥ୍ରେଡିଂ କରିବା ପୂର୍ବରୁ ମୁହଁକୁ ଭଲ ଭାବେ ଧୋଇ ପୋଛି ଦିଅନ୍ତୁ । ସାମନ୍ୟ ଉଷୁମ ପାଣିରେ ମୁହଁକୁ ଭଲ ଭାବେ ଧୋଇ ଥ୍ରେଡିଂ କରିବା ଦ୍ୱାରା ଏହି ସମୟରେ କଷ୍ଠ ହୋଇନଥାଏ । ଏହି ସବୁ ଉପାୟ କରିବା ପରେ ମଧ୍ୟ ଯଦି ଆପଣଙ୍କୁ କଷ୍ଠ ଲାଗୁଛି ତେବେ ରାତିରେ ଶୋଇବା ପୂର୍ବରୁ ଆଲୋବେରା ନଡିଆ ତେଲ ଲଗାଇ ଶୁଅନ୍ତୁ । ଦେଥିବେ ନିଶ୍ଚୟ ଆରାମ ଲାଗିବ ।


Share It

Comments are closed.