ଏୟାର ସୋ ଚାଲୁଥିବା ସମୟରେ ଘଟିଲା ବଡ ଅଘଟଣ, ପରସ୍ପର ସହ ମାଡ ହେଲା ଦୁଇ ବିମାନ


କର୍ଣ୍ଣାଟକ ବେଙ୍ଗାଲୁରୁରେ ଏୟାର ସୋ ଚାଲୁଥିବା ସମୟରେ ଏକ ବଡ ଅଘଟଣ ଘଟିଛି । ମିଳିଥିବା ସୂଚନା ମୁତାବକ ଏୟାର ସୋ ଚାଲୁଥିବା ସମୟରେ ଦୁଇଟି ବିମାନ ପରସ୍ପର ପରସ୍ପର ସହ ମାଡ ହୋଇଛି । ପ୍ରକାଶ ଥାଉକି ଏହି ଦୁଇଟି ବିମାନ ରିଏଲସେଲ ପାଇଁ ଉଡାଣ କରୁଥିଲେ ।

ତେବେ ସୂଚନା ଅନୁଯାୟୀ, ଏଠାରେ ଦୁଇଟି ‘ସୂର୍ଯ୍ୟ କିରଣ ଏୟାରକାର୍ଫଟ’ ନାମକ ବିମାନ ପରସ୍ପର ସହ ଖୁବ ଜୋରସେ ମାଡ ହୋଇଥିଲା । ତେବେ ଉଭୟ ବିମାନରେ ଥିବା ବିମାନ ଚାଳକ ସୁରକ୍ଷିତ ଅଛନ୍ତି ବୋଲି ଜାଣିବାକୁ ମିଳିଛି । ପ୍ରକାଶ ଥାଉକି ଏହି ଏୟାର ସୋ ବେଙ୍ଗାଲୁରୁରେ ୨୦ ଫେବୃଆରୀରୁ ଆରମ୍ଭ କରି ୨୪ ଫେବୃଆରୀ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥାନ୍ତା ।


Share It

Comments are closed.