Skip to content
Yuvasamay

Yuvasamay

Primary Menu
  • ଖବର
  • ମନୋରଞ୍ଜନ
  • ପ୍ରଯୁକ୍ତି
  • ବାଣିଜ୍ୟ
  • ଶିକ୍ଷା
  • ଜୀବନ ଚର୍ଯ୍ୟା
  • ବିଶେଷ
  • କ୍ରୀଡା
  • Home
  • ବାଣିଜ୍ୟ
  • ରାଜ୍ୟରେ ରୁଫ୍‌ଟପ୍ ସୋଲାର ଗ୍ରହଣୀୟତା ପାଇଁ ଟାଟା ପାୱାର ରିନ୍ୟୁଏବଲ ଓ ଓରେଡା ମଧ୍ୟରେ ଏମଓୟୁ ସ୍ୱାକ୍ଷରିତ
  • ବାଣିଜ୍ୟ

ରାଜ୍ୟରେ ରୁଫ୍‌ଟପ୍ ସୋଲାର ଗ୍ରହଣୀୟତା ପାଇଁ ଟାଟା ପାୱାର ରିନ୍ୟୁଏବଲ ଓ ଓରେଡା ମଧ୍ୟରେ ଏମଓୟୁ ସ୍ୱାକ୍ଷରିତ

January 21, 2025
OREDA Limited signs MOU with Tata Power Renewable to accelerate rooftop ...

ଭୁବନେଶ୍ୱର: ଟାଟା ପାୱାରର ସହାୟକ ସଂସ୍ଥା ଟାଟା ପାୱାର ଅକ୍ଷୟ ଶକ୍ତି ଲିମିଟେଡ୍ (ଟିପିଆରଇଏଲ) ଆବାସିକ ଗ୍ରାହକଙ୍କ ମଧ୍ୟରେ ରୁଫ୍‌ଟପ୍ ସୋଲାର ଗ୍ରହଣକୁ ତ୍ୱରାନ୍ୱିତ କରିବା ପାଇଁ ଆଗେଇ ଆସିଛି । ଅକ୍ଷୟ ଶକ୍ତି ଲାଗି ରାଜ୍ୟର ନୋଡାଲ ଏଜେନ୍ସି ଓଡ଼ିଶା ଅକ୍ଷୟ ଶକ୍ତି ବିକାଶ ଏଜେନ୍ସି ଲିମିଟେଡ (ଓରେଡା ଲିମିଟେଡ) ସହିତ ଟିପିଆରଇଏଲ ଏକ ବୁଝାମଣାପତ୍ର ସ୍ୱାକ୍ଷର କରିଛି ।

ଉପମୁଖ୍ୟମନ୍ତ୍ରୀ କେ.ଭି ସିଂହଦେଓ ଏବଂ ମୁଖ୍ୟ ଶାସନ ସଚିବ ଆଇଏଏସ୍ ମନୋଜ ଆହୁଜାଙ୍କ ଉପସ୍ଥିତିରେ ଓରେଡା ଲିମିଟେଡର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସାଇଦତ୍ତ ବିପ୍ଲବ କେଶରୀ ପ୍ରଧାନ ଏବଂ ଟାଟା ପାୱାରର ସିଇଓ ତଥା ଏମଡି ଡ. ପ୍ରବୀର ସିହ୍ନା ଏହି ବୁଝାମଣାପତ୍ରରେ ସ୍ୱାକ୍ଷର କରିଥିଲେ ।

ଏହି ସହଯୋଗିତା ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ଯୋଜନା (ପିଏମଏସଜିୱାଇ) କାର୍ଯ୍ୟକାରୀ କରି ଓଡ଼ିଶାର ଅକ୍ଷୟ ଶକ୍ତି କ୍ଷେତ୍ରର ସମ୍ପ୍ରସାରଣ ପାଇଁ ଏକ ମିଳିତ ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି ।

ଭାରତର ଅନ୍ୟତମ ବୃହତ୍ତମ ସମନ୍ୱିତ ବିଦ୍ୟୁତ୍ କମ୍ପାନୀ ଟାଟା ପାୱାର ରାଜ୍ୟ ସରକାରଙ୍କ ସହଭାଗିତାରେ ଏହାର ୪ଟି ଡିସକମ୍ ମାଧ୍ୟମରେ ଓଡ଼ିଶାରେ ବିଦ୍ୟୁତ୍ ବିତରଣ ପରିଚାଳନା କରୁଛି । ଡିସକମ୍ ଜରିଆରେ ଏହି ଯୋଜନା କାର୍ଯ୍ୟକାରୀ ହେବ ଯାହା ଘରେ ଘରେ ସୌର ଶକ୍ତି ପହଂଚାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ।

ଏହି ସହଯୋଗିତାର ଲକ୍ଷ୍ୟ ହେଉଛି ସମଗ୍ର ଓଡ଼ିଶାରେ ସୁଲଭ ସୌର ଶକ୍ତି ସମାଧାନର ନିରବଚ୍ଛିନ୍ନ ରୂପାୟନ ଏବଂ ଜନସଚେତନତା ବୃଦ୍ଧି ମାଧ୍ୟମରେ ସୌର ଶକ୍ତି ଗ୍ରହଣକୁ ତ୍ୱରାନ୍ୱିତ କରିବା । ଓରେଡା ଦ୍ୱାରା ଏହାର ପସନ୍ଦର ସୌରଶକ୍ତି ସହଯୋଗୀ ଭାବରେ ତାଲିକାଭୁକ୍ତ ହେବାକୁ ଥିବା ଟିପିଆରଇଏଲ ଜୀବନବ୍ୟାପୀ ଯତ୍ନ ସହିତ ବିଶ୍ୱସନୀୟ ଏବଂ ଅସୁବିଧାମୁକ୍ତ ସୌର ସମାଧାନ ସୁନିଶ୍ଚିତ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ।

ଓରେଡା ଏବଂ ଏହାର ଆର୍ଥିକ/ବ୍ୟାଙ୍କିଂ ଅଂଶୀଦାରଙ୍କ ସହ କମ୍ପାନୀ ବିମାନବନ୍ଦର, ମଲ୍ ଏବଂ ରେଳ ଷ୍ଟେସନ ଭଳି ଉଚ୍ଚ ଜନଗହଳିପୂର୍ଣ୍ଣ ସ୍ଥାନରେ ଏହି ଅଭିଯାନର ନେତୃତ୍ୱ ନେବ । ଗୋଷ୍ଠୀ ନିୟୋଜନକୁ ସୁଦୃଢ଼ କରିବା ପାଇଁ କମ୍ପାନୀ ଅକ୍ଷୟ ଶକ୍ତି ବ୍ୟବହାରର ଲାଭ ଉପରେ ଶିକ୍ଷଣୀୟ ସାମଗ୍ରୀ ବିକଶିତ କରିବ, ସ୍ଥାନୀୟ ଭେଣ୍ଡରଙ୍କ ପାଇଁ ଅଧିବେଶନ ଆୟୋଜନ କରିବ ଏବଂ ରୁଫଟପ୍ ସୋଲାର ସ୍ଥାପନା ଓ ରକ୍ଷଣାବେକ୍ଷଣ କର୍ମଚାରୀଙ୍କ ତାଲିମ ଦ୍ୱାରା ସ୍ଥାନୀୟ ବୈଷୟିକ ବିଶେଷତାକୁ ସୁଦୃଢ଼ କରିବ ।

ଅକ୍ଷୟ ଶକ୍ତି ଏବଂ ଶକ୍ତି ଦକ୍ଷତାର ଲାଭ ଉପରେ ଗୁରୁତ୍ୱ ଦେବା ପାଇଁ ସୂଚନା, ଶିକ୍ଷା ଏବଂ ଯୋଗାଯୋଗ (ଆଇଇସି) ସାମଗ୍ରୀ ସୃଷ୍ଟି ଏବଂ ପ୍ରସାର ଦ୍ୱାରା ସମର୍ଥିତ ଜନଶିକ୍ଷା ଏକ କେନ୍ଦ୍ରୀୟ ସ୍ତମ୍ଭ ହୋଇ ରହିବ । ଦେଶରେ ସର୍ବାଧିକ ସୋଲାର ସବସିଡି ଥିବା ରାଜ୍ୟ ଭାବରେ ଓଡ଼ିଶା ସୌର ବିପ୍ଳବର ନେତୃତ୍ୱ ନେଉଛି ଯାହା ଉପଭୋକ୍ତାଙ୍କ ଉପରେ ଆର୍ଥିକ ବୋଝକୁ ଯଥେଷ୍ଟ ହ୍ରାସ କରିବା ସହ ସହଜରେ ଗ୍ରହଣ କରିବାକୁ ସକ୍ଷମ କରୁଛି ।

ଟାଟା ପାୱାରର ସିଇଓ ତଥା ଏମଡି ଡକ୍ଟର ପ୍ରବୀର ସିହ୍ନା କହିଛନ୍ତି ଯେ, “ଓରେଡା ସହ ଏହି ସହଯୋଗ ରାଜ୍ୟ ଏବଂ ଏହାର ଜନସାଧାରଣଙ୍କ ପ୍ରତି ଟାଟା ପାୱାରର ସ୍ଥାୟୀ ପ୍ରତିବଦ୍ଧତାକୁ ଦର୍ଶାଉଛି । ଆମେ ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ଯୋଜନାକୁ ସମର୍ଥନ କରି ଗର୍ବ ଅନୁଭବ କରୁଛୁ ଏବଂ ସୌର ଶକ୍ତିକୁ ମୁଖ୍ୟ ସ୍ରୋତକୁ ଆଣିବା ପାଇଁ ରାଜ୍ୟ ସରକାରଙ୍କ ଦୃଷ୍ଟିକୋଣ ସହିତ ଯୋଡ଼ି ହୋଇଛୁ ।’’

ଭୁବନେଶ୍ୱର, କଟକ, ପୁରୀ, ପାରାଦ୍ୱୀପ, ବ୍ରହ୍ମପୁର, ସମ୍ବଲପୁର, ବାଲେଶ୍ୱର ଓ ରାଉରକେଲା ଭଳି ପ୍ରମୁଖ ସହରକୁ ଗୁରୁତ୍ୱ ଦେଇ ଏହି ଅଭିଯାନ ଆରମ୍ଭ ହୋଇ ଧୀରେ ଧୀରେ ରାଜ୍ୟବ୍ୟାପୀ ବିସ୍ତାର କରାଯିବ ବୋଲି ଏମଡି ଡକ୍ଟର ପ୍ରବୀର ସିହ୍ନା କହିଛନ୍ତି ।

ଓରେଡା ଲିମିଟେଡର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସାଇଦତ୍ତ ବିପ୍ଳବ କେଶରୀ ପ୍ରଧାନ କହିଛନ୍ତି ଯେ, “ଓଡିଶାରେ ବିପୁଳ ସୌର ଶକ୍ତି ସମ୍ଭାବନା ରହିଛି ଯାହାକୁ ରାଜ୍ୟର ବଢୁଥିବା ଶକ୍ତି ଚାହିଦାକୁ ନିରନ୍ତର ଭାବରେ ପୂରଣ କରିବା ପାଇଁ ପ୍ରଭାବଶାଳୀ ଭାବରେ ଉପଯୋଗ କରାଯିବା ଆବଶ୍ୟକ । ଟାଟା ପାୱାର ସହିତ ଆମର ସହଯୋଗିତା ସମାନ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ଟାଟା ପାୱାରର ଦକ୍ଷତା ଏବଂ ଓରେଡାର ସମ୍ବଳ ବଳରେ ଆମେ ଅକ୍ଷୟ ଶକ୍ତି ଗ୍ରହଣକୁ ତ୍ୱରାନ୍ୱିତ କରିବୁ, ଉପଭୋକ୍ତାଙ୍କୁ ସଶକ୍ତ କରିବୁ ଏବଂ ରାଜ୍ୟର ଶକ୍ତି ଲକ୍ଷ୍ୟରେ ଅର୍ଥପୂର୍ଣ୍ଣ ଯୋଗଦାନ ଦେବୁ ।’’

About the Author

View All Posts

Post navigation

Previous: ଭେରିଟାସ୍ ଫାଇନାନ୍ସ ପକ୍ଷରୁ ଆଇପିଓ ପାଇଁ ସେବି ନିକଟରେ ଡିଆର୍‌ଏଚ୍‌ପି ଦାଖଲ
Next: ରାମାୟଣ ସାଂସ୍କୃତିକ କେନ୍ଦ୍ର ପକ୍ଷରୁ ଅଯୋଧ୍ୟାରେ ରାମ ମନ୍ଦିର ଉଦଘାଟନର ପ୍ରଥମ ବାର୍ଷିକୀ ପାଳନ

Lifestyle

new-subtype-of-MODY-diabetes-discovered
  • ଜୀବନ ଚର୍ଯ୍ୟା

ମାଉଥୱାଶ୍ ବ୍ୟବହାର କରୁଥିଲେ ସତର୍କ ହୁଅନ୍ତୁ: ଦିନକୁ ଦୁଇଥର କୁଳକୁଚା କଲେ ହୋଇପାରେ ମଧୁମେହ!

Sibu Singh June 24, 2026
PIC (5)
  • କ୍ରୀଡା
  • ଜୀବନ ଚର୍ଯ୍ୟା

ଦି ଯୋଗ ଇନଷ୍ଟିଚ୍ୟୁଟ୍ ପକ୍ଷରୁ ସମଗ୍ର ଭାରତରେ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

Akankhya Mohapatra June 24, 2026
Sleep
  • ଜୀବନ ଚର୍ଯ୍ୟା

ମସ୍ତିଷ୍କର ସୁରକ୍ଷା କବଚ ‘ନିଦ’; ସ୍ମରଣ ଶକ୍ତି ବଢ଼ାଇବା ପାଇଁ ଶୋଇବା କାହିଁକି ଆବଶ୍ୟକ?

Sibu Singh June 19, 2026

Entertainment

ଓଡ଼ିଆ ସିନେମା ଜଗତର ସବୁଠାରୁ ବଡ଼ ସମ୍ମାନ: ଘୋଷଣା ହେଲା ୩୫ତମ ଓ ୩୬ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର odia-1
  • ଖବର
  • ମନୋରଞ୍ଜନ

ଓଡ଼ିଆ ସିନେମା ଜଗତର ସବୁଠାରୁ ବଡ଼ ସମ୍ମାନ: ଘୋଷଣା ହେଲା ୩୫ତମ ଓ ୩୬ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର

Sibu Singh June 25, 2026
୧୦୦ କୋଟି ପାର୍ କଲା ‘କକଟେଲ୍ ୨’; ବକ୍ସ ଅଫିସରେ କମାଲ କରୁଛି ଶାହିଦ, କୃତି ଓ ରଶ୍ମିକାଙ୍କ ତ୍ରିକୋଣୀୟ ପ୍ରେମ କାହାଣୀ Cocktail
  • ମନୋରଞ୍ଜନ

୧୦୦ କୋଟି ପାର୍ କଲା ‘କକଟେଲ୍ ୨’; ବକ୍ସ ଅଫିସରେ କମାଲ କରୁଛି ଶାହିଦ, କୃତି ଓ ରଶ୍ମିକାଙ୍କ ତ୍ରିକୋଣୀୟ ପ୍ରେମ କାହାଣୀ

Sibu Singh June 25, 2026
ରଜ ଅବସରରେ ମିଶନ ଶକ୍ତି ପକ୍ଷରୁ ‘ପିଠା on Wheels’ IMG-20260611-WA0224
  • ଖବର
  • ବିଶେଷ
  • ମନୋରଞ୍ଜନ

ରଜ ଅବସରରେ ମିଶନ ଶକ୍ତି ପକ୍ଷରୁ ‘ପିଠା on Wheels’

Saswati Patra June 11, 2026
ରଜରେ ଜୀ ସାର୍ଥକର ବିଶେଷ ଉପହାର: ‘ଡେଲିଭରି ବୟ ୨’ IMG-20260608-WA0153
  • ଖବର
  • ମନୋରଞ୍ଜନ

ରଜରେ ଜୀ ସାର୍ଥକର ବିଶେଷ ଉପହାର: ‘ଡେଲିଭରି ବୟ ୨’

Saswati Patra June 10, 2026

You May Have Missed

Odisha Yatri App
  • ଖବର

‘ଓଡ଼ିଶା ଯାତ୍ରୀ’ ଆପ୍‌ରେ ସ୍ମାର୍ଟ ସୁରକ୍ଷା ବ୍ୟବସ୍ଥା: ପରିବହନ ସହ ଜନସୁରକ୍ଷାରେ ଦେଶରେ ପ୍ରଥମ ଓଡ଼ିଶା

Saswati Patra June 29, 2026
hhhhh
  • ଖବର

ଝରାଫୁଲ ହତ୍ୟା ମାମଲାରେ ଆସିଲା ବଡ଼ ରାୟ: ମୁଖ୍ୟ ଅଭିଯୁକ୍ତ ରାକେଶ ସ୍ୱାଇଁକୁ ଆଜୀବନ କାରାଦଣ୍ଡ

Sibu Singh June 29, 2026
Jaynarayan-Mishra-720x430-1
  • ଖବର

ନବ ଦାସ ଓ ମମିତା ମେହେର ହତ୍ୟାକାଣ୍ଡର ପୁନଃ ତଦନ୍ତ ଦାବି କଲେ ଜୟନାରାୟଣ ମିଶ୍ର

Sibu Singh June 29, 2026
Heinrich-Malan
  • କ୍ରୀଡା
  • ଖବର

ଭାରତ ବିପକ୍ଷରେ ଐତିହାସିକ ବିଜୟ ପରେ ଆଇରଲ୍ୟାଣ୍ଡ ଦଳର ମୁଖ୍ୟ କୋଚ୍ ହେନ୍ରିକ୍ ମାଲାନ୍‌ଙ୍କ ଇସ୍ତଫା

Sibu Singh June 29, 2026
yuvasamay

Bringing you the latest news, politics, business, technology, sports and entertainment updates from Odisha, India and around the world.

Categories

  • କ୍ରୀଡା
  • ଖବର
  • ଜୀବନ ଚର୍ଯ୍ୟା
  • ପ୍ରଯୁକ୍ତି
  • ଶିକ୍ଷା
  • ବାଣିଜ୍ୟ
  • ବିଶେଷ
  • ମନୋରଞ୍ଜନ

Quick Links

  • About Us
  • Contact Us
  • Advertise
  • Privacy Policy
  • Disclaimer
  • Sitemap

Latest Links

Odisha News Bhubaneswar News Cuttack News Breaking News Odisha Odisha Education News Job News Odisha OSSC Updates OPSC News Cricket News IPL News Sports News Odisha Technology News AI News Mobile News Odia Cinema Ollywood News Bollywood News Business News Gold Price Odisha Petrol Price Odisha
© 2026 All Rights Reserved by Yuvasamay