ଭୁବନେଶ୍ୱର,୧୫/୦୫:ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ ବଙ୍ଗୋପସାଗର, ଆଣ୍ଡାମାନ ସାଗର ଓ ଆଣ୍ଡାମାନ-ନିକୋବର ଦ୍ୱୀପପୁଞ୍ଜର କିଛି ଅଞ୍ଚଳକୁ ମୌସୁମୀ ବାୟୁ ପ୍ରବେଶ କରିବାର ସମ୍ଭାବନା ରହିଛି ।ସେପଟେ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର ଉପରେ ସକ୍ରିୟ ଥିବା ଲଘୁଚାପ ଟି ସ୍ପଷ୍ଟ ଚିହ୍ନିତ ଲଘୁଚାପ ଭାବେ ସକ୍ରିୟ ରହିବା ସହ ଦକ୍ଷିଣ ପଶ୍ଚିମ ଓ ପାଶ୍ୱବର୍ତୀ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପ ସାଗରରେ ରହିଛି।
ବଢୁଛି ଦିନ ତାପମାତ୍ରା।ଆସନ୍ତା ୨ଦିନ ଭିତରେ ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା ୨ରୁ ୫ ଡିଗ୍ରୀ ବଢ଼ିପାରେ ବୋଲି ଆକଳନ କରିଛି ପାଣିପାଗ ବିଭାଗ ।ଆସନ୍ତା ୨୪ ଘଂଟାରେ ସାରା ରାଜ୍ୟରେ ବିଜୁଳି ଘଡଘଡି ବର୍ଷା ହେବାକୁ ଥିବା ବେଳେ କେଉଁଝର,ଅନୁଗୁଳ,ଢେଙ୍କାନାଳ ଜିଲ୍ଲାରେ ୫୦ ରୁ ୬୦ କିମି ଝଟକା ପବନ ସମ୍ଭାବନା ସହ ୱାରେଞ୍ଜ ବର୍ଣ୍ଣିଙ୍ଗ ଜାରି କରିଛି ପାଣିପାଗ ବିଭାଗ । ଅବଶିଷ୍ଟ ୨୭ ଜିଲ୍ଲାରେ ବିଜୁଳି ଘଡଘଡି ସହ ବର୍ଷା ଓ ୩୦ ରୁ ୫୦ କିମି ଝଟକା ପବନ ସମ୍ଭାବନା କୁ ନେଇ ୟେଲୋ ବର୍ଣ୍ଣିଙ୍ଗ ଜାରି।୧୮ ଯାଏ ଏଭଳି ସ୍ଥିତି ଲାଗିରହିବ। ୩ ଘଣ୍ଟା ପାଇଁ ପ୍ରବଳ ବର୍ଷା ବିଜୁଳି ଘଡଘଡି ସହ ୪୦ ରୁ କିମି ଝଟକା ପବନ ସହ ମୟୂରଭଞ୍ଜ,କେଉଁଝର,ସୁନ୍ଦରଗଡ଼ ରେ ହଳଦିଆ ଚେତାବନୀ ଦେଇଛି ବିଭାଗ।
