ବାସ୍ତୁ ଅନୁସାରେ କିଭଳି ହେବା ଉଚିତ ଘରର କାନ୍ଥ ଓ ପରଦାର ରଙ୍ଗ


ପ୍ରତ୍ୟେକ ବ୍ୟକ୍ତି ନିଜ ଘରକୁ ସୁନ୍ଦର ରଖିବା ସହ ସୁଖଶାନ୍ତିରେ ରହିବାକୁ ଚାହାନ୍ତି । କିନ୍ତୁ ସହରରେ ବଢୁଥିବା ଜନସଂଖ୍ୟା ଓ ରହିବାଯୋଗ୍ୟ ଜମିର ଅଭାବ କାରଣରୁ ସେମାନଙ୍କୁ ଫ୍ଲାଟ କଣି ରହିବାକୁ ପଡ଼ୁଛି । ଏଭଳି ପ୍ଲଟ୍ ଓ ଫ୍ଲାଟ୍ ଗୁଡିକରେ ଅନେକ ପ୍ରକାରର ବାସ୍ତୁଦୋଷ ରହିଥାଏ ଯାହାଦ୍ୱାରା ଜୀବନରେ ଅନେକ ପ୍ରକାରର ସମସ୍ୟା ସୃଷ୍ଟି ହୋଇଥାଏ । ଭାରତୀୟ ବାସ୍ତୁଶାସ୍ତ୍ର ଅନୁସାରେ ଏହି ବାସ୍ତୁଦୋଷ ଗୁଡିକରୁ ମୁକ୍ତି ପାଇବା ପାଇଁ ଘରର ଭିତର ସାଜସଜ୍ଜା, କାନ୍ଥର ରଙ୍ଗ ଓ ପରଦାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ।

-ମାନସିକ ଶାନ୍ତି ଓ ସମ୍ପର୍କରେ ମଧୁରତା ପାଇଁ ରଙ୍ଗର ବୈଜ୍ଞାନିକ ମହତ୍ୱ ରହିଛି । ବେଡରୁମର ରଙ୍ଗ ଗୋଲାପି, ଆକାଶିଆ ନୀଳ କିମ୍ବା ହାଲୁକା ସବୁଜ ରଙ୍ଗର ହୋଇଥିଲେ ସକାରାତ୍ମକ ଶକ୍ତିରେ ବୃଦ୍ଧି ହୋଇଥାଏ ।

-ଘରେ ପରଦା ଲଗାଉଥିଲେ ଏହାକୁ ଧ୍ୟାନ ଦେବାଉଚିତ ଯେ, ପରଦା ସବୁବେଳେ ଦୁଇଟି ରଙ୍ଗର ପରସ୍ତ ବିଶିଷ୍ଟ ହୋଇଥିବ । ଯଦି ବେଡରୁମ ପୂର୍ବ ଦିଗରେ ରହିଛି ତେବେ ସବୁଜ ରଙ୍ଗର ପରଦା ଭଲ ହୋଇଥାଏ ।

-ଉତ୍ତର ଦିଗରେ ଥିବାରୁମ ପାଇଁ ନୀଳ ରଙ୍ଗର ପରଦା, ପଶ୍ଚିମ ଦିଗରେ ଥିବାରୁମ ପାଇଁ ଧଳା ରଙ୍ଗର ଓ ଦକ୍ଷିଣରେ ଥିବାରୁମ ପାଇଁ ଲାଲ ରଙ୍ଗର ପରଦା ଉପଯୁକ୍ତ ହୋଇଥାଏ ।

-ଡ୍ରଇଙ୍ଗ ରୁମରେ ଥିବା କାନ୍ଥରେ ହାଲୁକା ନୀଳ କିମ୍ବା ସ୍କାଏ, କ୍ରିମକଲର, ହଳଦିଆ କିମ୍ବା ହାଲୁକା ସବୁଜ ରଙ୍ଗ ଉପଯୁକ୍ତ ହୋଇଥାଏ । ଏହିରୁମ ପାଇଁ କ୍ରିମ, ଧଳା, ସୁନେଲି କିମ୍ବା ଧୁସର ରଙ୍ଗର ପରଦା ଲଗାଯାଇପାରିବ ।

-ବାସ୍ତୁଶାସ୍ତ୍ର ଅନୁଯାୟୀ ଘରର ସିଲିଙ୍ଗ ବ୍ରହ୍ମ ସ୍ଥାନର ଭୂମିକା ଗ୍ରହଣ କରିଥାଏ ଏବଂ ଏହାଦ୍ୱାରା ଘରେ ସକାରାତ୍ମକ ଶକ୍ତି ଆସିଥାଏ । ଘରର ସିଲିଙ୍ଗରେ ସର୍ବଦା ଧଳାରଙ୍ଗ ଲଗାଇବା ସର୍ବୋତ୍ତମ ଦର୍ଶାଯାଇଛି ।

-ପୂଜା ଘର କାନ୍ଥରେ ହାଲୁକା ନୀଳ ରଙ୍ଗ ଲଗାଇବା ଉଚିତ କାରଣ ଏହା ବିଶାଳତା, ଶାନ୍ତି ଓ ଏକାଗ୍ରତାର ପ୍ରତୀକ ଅଟେ ।

-ଶୋଇବାଘରେ ପୂଜାଘର ରଖିବା ଉଚିତ ନୁହେଁ କିନ୍ତୁ ଶୋଇବାଘରେ ପୂଜାସ୍ଥାନ ରଖିବାକୁ ବାଧ୍ୟ ହେଉଥିଲେ ସେଠାରେ ପରଦା ଲଗାଇବା ଜରୁରୀ ହୋଇଥାଏ । ଏଥିପାଇଁ ଧଳା, ହାଲୁକା ହଳଦିଆ, ହାଲୁକା ଗୋଲାପି କିମ୍ବା ସୁନେଲି ରଙ୍ଗର ପରଦା ଶୁଭ ହୋଇଥାଏ ।


Share It

Comments are closed.