ଅମୂଲ ମୂଲ ହେଲା ପିଆଜ, ଗ୍ରାହକଙ୍କ ପାଇଁ ମଟନ-ପିଆଜ ସମାନ


ବିଭିନ୍ନ ପଦକ୍ଷେପ ସତ୍ତେ୍ୱ ଦେଶରେ ପିଆଜ ଦର ନିୟନ୍ତ୍ରଣକୁ ଆସୁନାହିଁ । ବିଶେଷ କରି ଦକ୍ଷୀଣ ରାଜ୍ୟ ଏବଂ ମହାରାଷ୍ଟ୍ର ସମେତ ଦେଶର ବିଭିନ୍ନ ଅଞ୍ଚଳରେ ପିଆଜର ଦର କିଲୋ ପିଛା ୧୨୦ ଟଙ୍କାକୁ ପାରି କରି ନେଇଛି । କଲିକତାରେ ପିଆଜ ଦର କିଲୋ ପିଛା ୧୫୦ ଟଙ୍କା ଥିବାବେଳେ ଭୋପାଲରେ ଏହାର ମୂଲ୍ୟ ୧୨୦ ଟଙ୍କା ରହିଛି ।
ତାମିଲନାଡୁର ମଦୁରାଇ ପିଆଜ ଦର କିଲୋ ପିଛା ୨୫୦ ଟଙ୍କା ପାରି କରିନେଇଥିବାବେଳେ ଅନ୍ୟ କେତେକ ସ୍ଥାନରେ ଏହାର ମୂଲ୍ୟ ୨୦୦ ଟଙ୍କା ରହିଛି । ବଜାରରେ ପିଆଜର ତଢା ଯୋଗୁଁ କିଣିବା ପରିମାଣ ମଧ୍ୟ ଯଥେଷ୍ଟ କମିଯାଇଛି । ପିଆଜର ଏହି ଆକାଶ ଛୁଆଁ ଦର ଯୋଗୁଁ ଛୋଟ ଛୋଟ ବେପାରୀଙ୍କୁ ମଧ୍ୟ କ୍ଷତି ସହିବାକୁ ପଡୁଛି ।
ଏହି ସଂପର୍କରେ ଜଣେ ବ୍ୟବସାୟୀ କହିଛନ୍ତି ଯେ, “ଯେଉଁ ଗ୍ରାହକ ପୂର୍ବରୁ ୫ କିଲୋ ପିଆଜ କିଣୁଥିଲେ ସେମାନେ ବର୍ତ୍ତମାନ ଅଧ କିଲୋ ଏବଂ କିଲୋ ମଧ୍ୟରେ ସୀମିତ ରହିଯାଉଛନ୍ତି । ”


Share It

Comments are closed.