୨୨ ବର୍ଷ ପରେ ପୁଣିଥରେ ଲାହୋରରୁ ୱାଘାକୁ ଗଢିବ ଟ୍ରେନ


୨୨ ବର୍ଷ ପରେ ପାକିସ୍ତାନର ଲାହୋରରୁ ୱାଘା ରେଲୱେ ଷ୍ଟେସନ ମଧ୍ୟରେ ପୁଣି ଥିରେ ରେଳ ଚଳାଚଳ ଆରମ୍ଭ ହେବ । ଏହା ୧୪ ଡିସେମ୍ବରରୁ ଆରମ୍ଭ ହେବ । ଏହି ଟ୍ରେନରେ ୧୮୧ ଜଣ ଯାତ୍ରୀ ଯାତ୍ରା କରିପାରିବେ , ଯେଉଁମାନେ କି ପ୍ରତ୍ୟେକ ସନ୍ଧ୍ୟାରେ ପାକିସ୍ତାନ ଏବଂ ଭାରତ ସୀମାରେ ହେଉଥିବା ପ୍ଲାଗ ସେରିମନି ଉପଭୋଗ କରିପାରିବେ ।
ପାକିସ୍ତାନ ରେଳର ମୁଖ୍ୟ ପରିଚାଳକ ଅଧିକାରୀ କହିଛନ୍ତି, ଲୋହାରରୁ ୱାଘା ରେଲୱେ ଷ୍ଟେସନ ମଧ୍ୟରେ ପୁଣିଥରେ ରେଳ ଚଳାଚଳକୁ ନେଇ ସମସ୍ତ ପ୍ରକ୍ରିୟା ଅନ୍ତମ ପର୍ଯ୍ୟାୟରେ । ଦୁଇଟି ବଗି ବିଶିଷ୍ଟ ଟ୍ରେନର ମରାମତି କାମ ଶେଷ ହୋଇଯାଇଛି । ୧୯୯୭ରେ ଲାହୋରରୁ ୱାଘା ରେଲୱେ ଷ୍ଟେସନ ମଧ୍ୟରେ ଏହି ରେଳ ଚଳାଚଳ ଆରମ୍ଭ ହୋଇଥିଲା ।


Share It

Comments are closed.