କ୍ୟାନନ୍ ଇଣ୍ଡିଆ ପକ୍ଷରୁ ନୂତନ ମିରରଲେସ କ୍ୟାମେରା ଇଓଏସ୍ ଏମ୍୨୦୦ ଏବେ ବଜାରରେ


କ୍ୟାନନ୍ ଇଣ୍ଡିଆ ପକ୍ଷରୁ ଏହାର ନୂତନ ମିରରଲେସ ଇଣ୍ଟରଚାର୍ଜେବୁଲ୍ ଲେନ୍ସ କ୍ୟାମେରା ଇଓଏସ୍ ଏମ୍୨୦୦ର ସିପିଙ୍ଗ୍ ଆରମ୍ଭ କରିଛି । ଏହା ବର୍ତ୍ତମାନ ଦେଶବ୍ୟାପୀ ସମସ୍ତ ଷ୍ଟୋରଗୁଡିକରେ ୪୩,୯୯୫ ଟଙ୍କା (ସମସ୍ତ ଟିକସ ସହ)ର ପ୍ରାରମ୍ଭିକ ମୂଲ୍ୟରେ ଉପଲବ୍ଧ ହେଉଛି । ଏହି ନୂଆ ଇଓଏସ୍ ଏମ୍୨୦୦ କ୍ୟାନନର ଇଓଏସ୍ ଏମ୍ ସିରିଜ୍ ମିରରଲେସ କ୍ୟାମେରା ରେଞ୍ଜରେ ସାମିଲ ହୋଇଛି ଯାହାକି ବିଶାଳ ଏପିଏସ୍-ସି ସେନ୍ସର ଓ ଏକ ଅତିକ୍ଷୁଦ୍ର ଫର୍ମ ଫ୍ୟାକ୍ଟରରେ ଗମ୍ଭୀର ପ୍ରଦର୍ଶନ  ଭଳି ସୁବିଧା ଉପଲବ୍ଧ କରୁଛି ।
ଏହି କ୍ୟାମେରାର ଶୁଭାରମ୍ଭ ଅବସରରେ କ୍ୟାନନ୍ ଇଣ୍ଡିଆର ଅଧ୍ୟକ୍ଷ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ, ଶ୍ରୀଯୁକ୍ତ କାଜୁଟାଡା କୋବାୟାସି କହିଛନ୍ତି ଯେ, ଦେଶରେ ଏକ ପ୍ରମୁଖ ଇମେଜିଙ୍ଗ୍ ବ୍ରାଣ୍ଡ ଭାବେ ଦେଶର ବିକଶିତ ଫଟୋଗ୍ରାଫି ସଂସ୍କୃତିକୁ ଅଧିକ ପ୍ରୋତ୍ସାହିତ କରିବା ଲାଗି ଏହା ହେଉଛି ଆମର ନିରନ୍ତର ପ୍ରୟାସ । ସୋସିଆଲ ମିଡିଆର ଆଗମନ ସହ ସେମାନଙ୍କ ପାଇଁ ସ୍ୱତନ୍ତ୍ର ଭାବେ ନିର୍ମିତ ଆମର ବିସ୍ତୃତ ଶ୍ରେଣୀର ଉତ୍ପାଦ ମାଧ୍ୟମରେ ଫଟୋଗ୍ରାଫି ପ୍ରତି ରହିଥିବା ଯୁବପୀଢୀଙ୍କର ଇଚ୍ଛାକୁ କ୍ୟାପ୍ଚର କରିବାକୁ ଲକ୍ଷ୍ୟ ରଖିଛୁ । ଆମର ନୂଆ ଇଓଏସ୍ ଏମ୍୨୦୦ ମାଧ୍ୟମରେ ଆମେ ନବାଗତ ଫଟୋଗ୍ରାଫର୍ ମାନଙ୍କୁ ସେମାନଙ୍କର ରଚନାତ୍ମକ ଦୃଷ୍ଟିକୋଣକୁ ବିସ୍ତାର କରିବା ଓ ସ୍ମାର୍ଟଫୋନ୍ ଫଟୋଗ୍ରାଫିରୁ କ୍ୟାମେରା ଫଟୋଗ୍ରାଫିକୁ ଆସିବା ପାଇଁ ସକ୍ଷମ କରାଇବାକୁ ଲକ୍ଷ୍ୟ ରଖିଛୁ । ଆମର ଇଓଏସ୍ ବିରାସତ ପ୍ରତି ବାସ୍ତବ ରହି ଏହି ନୂତନ ଉତ୍ପାଦ କମ୍ପାନୀର ଇଞ୍ଜିନିୟରିଂ କୌଶଳକୁ ପ୍ରଦର୍ଶିତ କରୁଛି, ଯାହାକି ଏକ୍ଷେତ୍ରର ଫଟୋଗ୍ରାଫର ମାନଙ୍କୁ ଆବଶ୍ୟକୀୟ ପ୍ରୋତ୍ସାହନ ଓ ପରିଭାଷା ପ୍ରଦାନ କରିବ ।
ଉକ୍ତ ଉତ୍ପାଦ ସମ୍ପର୍କରେ ଅଧିକ ବର୍ଣ୍ଣନା କରି କ୍ୟାନନ୍ ଇଣ୍ଡିଆର କଞ୍ଜ୍ୟୁମର ସିଷ୍ଟମ୍ସ ପ୍ରଡକ୍ଟସ ଆଣ୍ଡ ଇମେଜ୍ କମ୍ୟୁନିକେସନ ପ୍ରଡକ୍ଟସ ନିର୍ଦ୍ଦେଶକ, ଶ୍ରୀଯୁକ୍ତ ସି.ସୁକୁମାରନ୍ କହିଛନ୍ତି, “ସୋସିଆଲ ମିଡିଆ ବା ସାମାଜିକ ଗଣମାଧ୍ୟମ ନିଶ୍ଚିତ ରୂପେ ଆମର ସୂଚନା ହାସଲ କରିବା ମାଧ୍ୟମକୁ ବଦଳାଇଦେଇଛି କିନ୍ତୁ ତାହା ଭିନ୍ନ ନୁହେଁ ।  ଉପଭୋକ୍ତାଙ୍କ ନିକଟରେ ଭିଜୁଆଲ ଷ୍ଟୋରି-ଟେଲିଙ୍ଗ୍ର ସଜୀବତା ବୃଦ୍ଧି ଏବଂ ଉଚ୍ଚମାନର ଫଟୋ ଓ ଭିଡିଓ ଉତ୍ତୋଳନର ଆବଶ୍ୟକତା ସହ  ନିଜର ଫଟୋ ଓ ଭିଡିଓ ଗୁଡିକୁ ଯେକୌଣସି ସମୟରେ ଯେକୌଣସି ସ୍ଥାନରୁ ସେୟାର କରିବାର ସୁବିଧା ରହିଛି । କ୍ୟାନନ୍ ଇଓଏସ୍ ଏମ୍୨୦୦କୁ ଏଭଳି ସୁନ୍ଦର କଣ୍ଟେଣ୍ଟ ଡେଲିଭର କରିବା ପାଇଁ ଡିଜାଇନ୍ କରାଯାଇଛି ଯାହାକି ଗ୍ରାହକଙ୍କ ସହ ସଂଯୋଗ ହେବା ସହ ଯେକୌଣସି ସମୟରେ ଏକ ଆକର୍ଷଣୀୟ ଅଭିଜ୍ଞତା ପ୍ରଦାନ କରିବ । ଆମେ ସକାରାତ୍ମକ ରହିଛୁ ଯେ, ଏହା ସୋସିଆଲ ମିଡିଆ ପୀଢିର ଫଟୋଗ୍ରାଫି ଅଭିଜ୍ଞତାକୁ ବୃଦ୍ଧି କରିବା ସହ ସେମାନଙ୍କୁ ଡିଜିଟାଲ ପ୍ଲାଟ୍ଫର୍ମଗୁଡିକ ପାଇଁ ଏକ ଉଚ୍ଚ ଗୁଣବତ୍ତାର କଣ୍ଟେଣ୍ଟ ସୃଷ୍ଟି କରିବାରେ ସହଯୋଗ କରିବ ।’
ଅତ୍ୟାଧୁନିକ ଡୁଆଲ ପିକ୍ସେଲ ୨୪.୧ ମେଗାପିକ୍ସେଲ ସେନ୍ସର ଓ ଶକ୍ତିଶାଳୀ ଡିଜିକ୍ ୮ ଇମେଜ୍ ପ୍ରୋସେସର୍
ଇଓଏସ୍ ଏମ୍୨୦୦ରେ ଏକ ଅତ୍ୟାଧୁନିକ ୨୪.୧ ମେଗାପିକ୍ସେଲ ଏପିଏସ୍-ସି ସେନ୍ସର ରହିଛି ଯାହାକି କ୍ୟାନନର ଶକ୍ତିଶାଳୀ ଡିଜିକ୍ ୮ ଇମେଜ୍ ପ୍ରୋସେସର ସହ ସଂଯୋଗ ହେବା ପରେ ଉପଭୋକ୍ତାଙ୍କୁ ଆକର୍ଷଣୀୟ ରଙ୍ଗ ଓ ଅତିସୁକ୍ଷ୍ମ ଡିଟେଲ ସହ ହାଇ ରିଜୋଲ୍ୟୁସନ ଇମେଜ୍ ଓ ୪କେ ଭିଡିଓ କ୍ୟାପ୍ଚର କରିବାକୁ ଅନୁମତି ଦେଇଥାଏ । ଏହାର ଅଲ୍ଟ୍ରା ଫାଷ୍ଟ ଡିଜିକ୍-୮ ପ୍ରୋସେସର୍ ଉଭୟ ଫଟୋ ଓ ଭିଡିଓ ଉତ୍ତୋଳନ ସମୟରେ ଏକାଧିକ ସୁଧାର କାର୍ଯ୍ୟ କରୁଥିବା ସମୟରେ କମ୍ ଲାଇଟରେ ମଧ୍ୟ ସର୍ବନିମ୍ନ ଶବ୍ଦ ସହ ହାଇ ଇମେଜ୍ କ୍ୱାଲିଟି ସୁନିଶ୍ଚିତ କରିଥାଏ; ଯାହାଫଳରେ ଉପଭୋକ୍ତା ସର୍ବୋତ୍ତମ ଫଳାଫଳ ପାଇଥାନ୍ତି ।
ସିନେମାଟିକ୍ ୪କେ ଭିଡିଓ ଓ ୪କେ ଟାଇମ୍-ଲାପ୍ସ ମୁଭି
ଇଓଏସ୍ ଏମ୍୨୦୦ ଉପଭୋକ୍ତାଙ୍କୁ ସିନେମାଟିକ୍ ୪କେ ଭିଡିଓକୁ ଏକ ୨୪ପିକ୍ସେଲ ପର୍ଯ୍ୟନ୍ତ ଫ୍ରେମ୍ ରେଟ୍ ସହ ଉତ୍ତୋଳନ କରିବାରେ ସହଯୋଗ କରିଥାଏ । ଏଥିରେ ଥିବା ବିଲ୍ଟ ଇନ୍ ଟାଇମ୍ ଲାପ୍ସ ମୋଡ୍ ସହ ଉପଭୋକ୍ତା ୪କେ ରିଜୋଲ୍ୟୁସନରେ ସୁନ୍ଦର ଟାଇମ୍-ଲାପ୍ସ ଭିଡିଓ ବନାଇପାରିବେ । ଏହା କଣ୍ଟେଣ୍ଟ କ୍ରିଏଟରଙ୍କୁ ହାଇଡେଫିନିସନ ୪କେ କଣ୍ଟେଣ୍ଟ ସୃଷ୍ଟି କରିବା କ୍ଷେତ୍ରରେ ଏକ୍ସପେରିମେଣ୍ଟ କରିବାକୁ ଅନୁମତି ଦେଇଥାଏ ।
ଭର୍ଟିକାଲ ଭିଡିଓ
ବର୍ତ୍ତମାନ ସମୟରେ ଅଧିକାଂଶ ସୋସିଆଲ କଣ୍ଟେଣ୍ଟକୁ ମୋବାଇଲରେ ଦେଖାଯାଉଥିବା କାରଣରୁ ଭର୍ଟିକାଲ ଓରିଏଣ୍ଟେସନ ବିଶିଷ୍ଟ କଣ୍ଟେଣ୍ଟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ । ଇଓଏସ୍ ଏମ୍୨୦୦ ବିଶେଷ କରି ଇନ୍ଷ୍ଟାଗ୍ରାମରେ ଅତ୍ୟନ୍ତ ସୋସିଆଲ-ଫ୍ରେଣ୍ଡଲି ଅଟେ ଏବଂ ଏହା ଆକର୍ଷଣୀୟ ଭର୍ଟିକାଲ ଭିଡିଓ ଉତ୍ତୋଳନ କରିପାରେ ଯାହାକୁ ସ୍ମାର୍ଟଫୋନ୍ ଗୁଡିକରେ କୌଣସି ଏଡିଟିଙ୍ଗ୍ ଆପ୍ ବିନା ଭର୍ଟିକାଲି ପ୍ଲେ କରିହେବ । କଣ୍ଟେଣ୍ଟ ଗୁଡିକୁ ଯେକୌଣସି ସମୟରେ ତିଆରି କରାଯାଇ ସୋସିଆଲ ମିଡିଆରେ ପୋଷ୍ଟ କରାଯାଉଥିବାରୁ ଏହା ପ୍ରୋସେସିଙ୍ଗ ସମୟକୁ କମ୍ କରିବ ।
ଆଇ ଡିଟେକ୍ସନ ଏଏଫ୍ ସହ ଡୁଆଲ ପିକ୍ସେଲ ସିଏମ୍ଓଏସ୍ ଏଏଫ୍
ଇଓଏସ୍ ଏମ୍୨୦୦ କ୍ୟାନନର ଡୁଆଲ ପିକ୍ସେଲ ସିଏମ୍ଓଏସ୍ ଅଟୋଫୋକସ୍କୁ ବ୍ୟବହାର କରି ଦ୍ରୁତ ଓ ସଠିକ୍ ଅଟୋଫୋକସ୍ କରିବାକୁ ସକ୍ଷମ ହୋଇଥାଏ । ଏହାର ଆଡ୍ଭାନ୍ସଡ୍ ଆଇ ଡିଟେକ୍ସନ ଏଏଫ୍ ସବ୍ଜେକ୍ଟ ବା ବିଷୟର ଆଖିକୁ ସବୁବେଳେ ଫୋକସ୍ରେ ରଖିବା ସହ କ୍ରମାଗତ ଭାବେ ଏହା ମୁଭିଙ୍ଗ୍ ସବ୍ଜେକ୍ଟ ଗୁଡିକୁ ଏହି ଉପାୟରେ ଟ୍ରାକ୍ କରିଥାଏ । ଏହି ଫିଚର ଫଟୋ ଓ ଭିଡିଓ ପାଇଁ ଭଲ କାମ କରିଥାଏ ଏବଂ ମଣିଷ, ପେଣ୍ଟିଙ୍ଗ କିମ୍ବା ଷ୍ଟ୍ରିଟ୍ ଫଟୋଗ୍ରାଫିକୁ କ୍ୟାପ୍ଚର କରୁଥିବା ବ୍ଲଗର୍ ଓ ଅନ୍ୟମାନଙ୍କ ପାଇଁ ମଧ୍ୟ ଏହା ସର୍ବୋତ୍ତମ ହୋଇଥାଏ ।
ଅତୁଳନୀୟ କନେକ୍ଟିଭିଟି
ଇଓଏସ୍ ଏମ୍୨୦୦ ୱାଇଫାଇ ଓ ବ୍ଲୁଟୁଥ୍ ରହିଛି ଯାହା କ୍ୟାନନ୍ କ୍ୟାମେରା କନେକ୍ଟ ଆପ୍ର ବ୍ୟବହାରକରି ସ୍ମାର୍ଟ ଡିଭାଇସ୍ (ସ୍ମାର୍ଟଫୋନ୍ ଓ ଟାବ୍ଲେଟ୍)ଗୁଡିକରେ ବିନା ବାଧାବିଘ୍ନରେ କନେକ୍ଟ ହୋଇଥାଏ । ଏହାର ବ୍ଲୁଟୁଥ୍ କନେକ୍ସନ ଉପାୟ ହେଉଛି ବିଏଲ୍ଇ (ବ୍ଲୁଟୁଥ୍ ଲୋ ଏନର୍ଜି); ଯହା କମ୍ ବ୍ୟାଟେରୀ ଉପଯୋଗ କରି ସ୍ମାର୍ଟଫୋନ୍ ସହ ସ୍ଥାୟୀ କନେକ୍ସନ ପାଇଁ ଅନୁମତି ଦେଇଥାଏ । ଏହି କ୍ୟାମେରା ସ୍ୱଚାଳିତ ଭାବେ ଏହି ଦୁଇଟି କନେକ୍ସନ ମଧ୍ୟରେ ସ୍ୱିଚ୍ କରିଥାଏ । ଉପଭୋକ୍ତା ଇଓଏସ୍ ଏମ୍୨୦୦କୁ ଏକ ଖୁଣ୍ଟରେ ବନ୍ଧା  ଯାଇପାରିବ ଏବଂ  ଫୋନ୍କୁ ବ୍ୟବହାର କରି ଏଥିରେ ଦୂରରୁ ସୁଟିଙ୍ଗ କରାଯାଇପାରିବ । ନଚେତ୍ ଉପଭୋକ୍ତା ସୋସିଆଲ ମିଡିଆରେ ଅପ୍ଲୋଡ୍ କରିବା ପାଇଁ କ୍ୟାମେରାରୁ ନିଜ ଫୋନ୍କୁ ଫଟୋ ଓ ଭିଡିଓ ସ୍ୱଚାଳିତ ଭାବେ ଟ୍ରାନ୍ସଫର କରିପାରିବେ ।
ବ୍ୟାପକ ଶ୍ରେଣୀର କ୍ୟାନନ୍ ଲେନ୍ସ ସହ ଅପ୍ଟିକାଲ ଏକ୍ସିଲେନ୍ସ
ଇଓଏସ୍ ଏମ୍୨୦୦ର ଫଟୋଗ୍ରାଫିକ୍ ଏକ୍ସିଲେନ୍ସ ବା ଉକ୍ରୃଷ୍ଟତାକୁ ଏକ ବ୍ୟାପକ ଶ୍ରେଣୀର ଉଚ୍ଚ ଗୁଣବତ୍ତାଯୁକ୍ତ କମ୍ପାକ୍ଟ କ୍ୟାନନ୍ ଏମ୍ ସିରିଜ୍ ଲେନ୍ସ ସହ ସମ୍ପ୍ରସାରଣ କରାଯାଇପାରିବ । ଅପ୍ସନାଲ ଇଏଫ୍ ମାଉଣ୍ଟ ଆଡାପ୍ଟର ସହ ଉପଭୋକ୍ତାମାନେ କ୍ୟାନନ୍ର ଅତୁଳନୀୟ ଶ୍ରେଣୀର ଇଏଫ୍/ଇଏଫ୍-ଏସ୍ ଲେନ୍ସର ସୁବିଧା ପାଇପାରିବେ । ଏହା ଇଓଏସ୍ ଏମ୍୨୦୦କୁ ଏକ କଣ୍ଟେଣ୍ଟ କ୍ରିଏଟରଙ୍କ ସ୍ୱପ୍ନରେ ପରିଣତ କରିଥାଏ ।
ଷ୍ଟାଇଲିସ୍ ଡିଜାଇନ୍ ଓ ଉପଯୋଗୀ ବୈଶିଷ୍ଟ୍ୟ
ଇଓଏସ୍ ଏମ୍୨୦୦ ପ୍ରିମିୟମ ମ୍ୟାଟେ ବ୍ଲାକ୍ ଫିନିସ୍ରେ ଆସୁଥିବାବେଳେ ଏହାର ଶୀର୍ଷରେ ସହଜ ଥ୍ରୀ ମୋଡ୍ ଡାଏଲ ରହିଛି ଯାହାକି  ବିଭିନ୍ନ କାର୍ଯ୍ୟ ଓ ମୋଡ୍କୁ ତ୍ୱରିତ ପହଞ୍ଚ ସୁନିଶ୍ଚିତ କରିଥାଏ । ଏଥିରେ ଥିବା କ୍ରିଏଟିଭ୍ ଆସିଷ୍ଟ ଫଙ୍କସନ୍ ଉପଭୋକ୍ତାଙ୍କୁ ସହଜରେ କ୍ୟାମେରା ସେଟିଙ୍ଗ୍ ଆଡ୍ଜଷ୍ଟ କରିବା, ବିଭିନ୍ନ ରେଞ୍ଜର ଫଟୋଗ୍ରାଫି ଷ୍ଟାଇଲ ଚୟନ କରିବାରେ ସହଯୋଗ କରିଥାଏ । ଏଥିରେ ଥିବା ସାଇଲେଣ୍ଟ ସୁଟିଙ୍ଗ ମୋଡ୍ ଦ୍ୱାରା ଇଓଏସ୍ ଏମ୍୨୦୦ର ଉପଭୋକ୍ତା ପ୍ରେଜେଣ୍ଟେସନ୍, ସଙ୍ଗୀତ ରଙ୍ଗମଞ୍ଚ ଓ କଳା ସଂଗ୍ରହାଳୟ ଭଳି ସ୍ଥାନରେ ଶବ୍ଦର ଚିନ୍ତା ନକରି ଫଟୋ ଓ ଭିଡିଓ ସୁଟ୍ କରିପାରିବେ । କ୍ୟାମେରାରେ ଥିବା ଏଲ୍ସିଡି ସ୍କ୍ରିନ୍ ଏକ ସମର୍ପିତ ସେଲ୍ଫ ପୋଟ୍ରେଟ୍ ମୋଡ୍ ସହ ୧୮୦ ଡିଗ୍ରୀ ବୁଲିପାରେ ।
ଇଓଏସ୍ ଏମ୍୨୦୦ ସହ ଇଏଫ୍-ଏମ୍୧୫-୪୫ ଆଇଏସ୍ ଏସ୍ଟିଏମ୍ କିଟ୍ ଲେନ୍ସର ମୂଲ୍ୟ ୪୩,୯୯୫ ଟଙ୍କା ରହିଥିବା ବେଳେ ଇଓଏସ୍ ଏମ୍୨୦୦ ସହ ଇଏଫ୍-ଏମ୍୧୫-୪୫ ଏସ୍ଟିଏମ୍ ଓ ଇଏଫ୍-ଏମ୍୫୫-୨୦୦ ଆଇଏସ୍ ଏସ୍ଟିଏମ୍ କିଟ୍ ଲେନ୍ସର ମୂଲ୍ୟ ୫୭,୯୯୫ ଟଙ୍କା ରହିଛି ।

Share It

Comments are closed.