ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଭାରତର କେତେକ ମହାନ ମହିଳାଙ୍କ ସଂପର୍କରେ, ଆସନ୍ତୁ ଜାଣିବା


ମାର୍ଚ୍ଚ ୮ ଆନ୍ତର୍ଜାତୀୟ ମହିଳା ଦିବସ ରୂପେ ପାଳନ କରାଯାଏ । ଏହା ମହିଳା ମାନଙ୍କୁ ସାମାଜିକ, ଆର୍ଥିକ, ଉଦ୍ୟୋଗିକ ଇତ୍ୟାଦି ବିଭିନ୍ନ କ୍ଷେତ୍ରରେ ସଶକ୍ତ କରିବା ପାଇଁ ପାଳନ କରାଯାଇଥାଏ । ଚଳିତ ବର୍ଷ ଆନ୍ତର୍ଜାତୀୟ ମହିଳା ଦିବସର ବିଷୟବସ୍ତୁ “ବେଟର ଦ ବାଲାନ୍ସ ବେଟର ଦ ୱାର୍ଲଡ” ରଖାଯାଇଛି । ମହିଳାମାନଙ୍କୁ ସମସ୍ତ କ୍ଷେତ୍ରରେ ପୁରୁଷଙ୍କ ସହିତ ସମାନ କରିବା ଏହାର ଅଭିନବ ପ୍ରୟାସ । ଭାରତୀୟ ମହିଳାମାଙ୍କ ଇତିହାସ ଖୁବ ରୋମଞ୍ଚକର । ଭାରତୀୟ ମହିଳାମାନଙ୍କ କୃତୀ ବିଶ୍ୱ ପରିଚିତ । ଆଶନ୍ତୁ ଜାଣିବା ବିଭିନ୍ନ କ୍ଷେତ୍ରର ପ୍ରଥମ ମହିଳାମାନଙ୍କ ସମ୍ପର୍କରେ ।
୧. ପ୍ରଥମ ମହିଳା ନୋବେଲ ପୁରସ୍କାର ବିଜେତା – ୧୯୭୯ ମସିହାରେ ମଦର ଟେରେସା ପ୍ରଥମ ନୋବେଲ ପୁରସ୍କାର ବିଜେତା ହୋଇଥିଲେ । ନିଜର ସାମାଜିକ କାର୍ଯ୍ୟ ପାଇଁ ସେ ପୁରସ୍କୃତ ହୋଇଥିଲେ ।
୨. ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ – ୧୯୬୬ରୁ ୧୯୭୭ ପର୍ଯ୍ୟନ୍ତ ଶାସନ କରିଥିବା ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ହେଉଛନ୍ତି ଇନ୍ଦିରାଗାନ୍ଧୀ ।
୩. ପ୍ରଥମ ମହିଳା ଭାରତ ରତ୍ନ ବିଜେତା – ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ଦେଶ ସେବା କରିଥିବା ଇନ୍ଦିରା ଗାନ୍ଧୀ ପ୍ରଥମ ମହିଳା ରତ୍ନ ବିଜେତା ଅଟନ୍ତି ।
୪. ପ୍ରଥମ ମହିଳା ରାଷ୍ଟ୍ରପତି – ପ୍ରତିଭା ପାଟିଲ ଭାରତର ପ୍ରଥମ ରଷ୍ଟ୍ରପତି । ସେ ୨୦୦୭ରୁ ୨୦୧୨ ପର୍ଯ୍ୟନ୍ତ ଦେଶକୁ ଶାସନ କରିଥିଲେ ।
୫. ପ୍ରଥମ ମହିଳା ମହାକାଶଚାରୀ – ୧୯୯୭ରେ ନିଜର ମହାକାଶ ଯାତ୍ରା କରିଥିବା କଳ୍ପନା ଚାୱଲା ଭାରତର ପ୍ରଥମ ମହାକାଶଚାରୀ ଅଟନ୍ତି ।
୬. ପ୍ରଥମ ମହିଳା ଅଫିସର – ୧୯୭୨ରେ ଇଣ୍ଡିଆନ ପୋଲିସ ସର୍ଭିସ (ଆଇପିଏସ)ରେ ଯୋଗଦେଇ କିରଣ ବେଦୀ ଭାରତର ପ୍ରଥମ ମହିଳା ଅଫିସର । ସେ ମଧ୍ୟ ୟୁନାଇଟେଡ ନେସନ୍ସ ସିଭିଲ ପୋଲିସ ଆଡଭାଇଜର ହୋଇଥିବା ପ୍ରଥମ ମହିଳା ।
୭. ପ୍ରଥମ ମହିଳା ଜଷ୍ଟିସ – ୧୯୮୯ରେ ସୁପ୍ରିମ କୋର୍ଟରେ ନିଯୁକ୍ତ ହୋଇଥିବା ଏମ.ଫତିମା ବେଭି ପ୍ରଥମ ମହିଳା ଜଷ୍ଟିସ ଅଟନ୍ତି ।
୮. ଓମେନ୍ସ ଟେନିସ ଆସୋସିଏସନର ପ୍ରଥମ ବିଜେତା –ସାନିଆ ମିର୍ଜା ପ୍ରଥମ ଓମେନ୍ସ ଟେନିସ ଆସୋସିଏସନ ବିଜେତା ଭାବେ ୨୦୦୫ରେ ଟାଇଟେଲ ଜିତିଥିଲେ ।
୯. ଅଲମ୍ପିକରେ ପ୍ରଥମ ବ୍ୟାଟମିଣ୍ଟନ ମେଡାଲ ବିଜେତା – ସାଇନା ନେହୱାଲ ୨୦୧୨ ଅଲମ୍ପିକରେ ବ୍ୟାଟମିଣ୍ଟନରେ ମେଡାଲ ବିଜେତା ହୋଇଥିଲେ ।
୧୦. ଏସିଆନ ଗେମରେ ପ୍ରଥମ ମହିଳା ମେଡାଲ ବିଜେତା – ମେରୀ କମ ପ୍ରଥମ ମହିଳାଭାବେ ୨୦୧୪ରେ ଏସିଆନ ଗେମରେ ମେଡାଲ ବିଜୟୀ ହୋଇଥିଲେ । ସେ ମଧ୍ୟ ଏକାଧାରାରେ ୬ଟି ବିଶ୍ୱ ଚାମ୍ପିୟନସିପରେ ମେଡାଲ ବିଜେତା ହୋଇଥିବା ପ୍ରଥମ ମହିଳା ।
୧୧. ଏଭେରେଷ୍ଟ ଶିଖରରେ ପହାଞ୍ଚିଥିବା ପ୍ରଥମ ମହିଳା – ୧୯୮୪ରେ ବଚେନ୍ଦ୍ରି ପାଲ ଏଭେରେଷ୍ଟ ଆରୋହଣ କରି ଶିଖରରେ ପହଞ୍ଚିଥିଲେ ।
୧୨. ପ୍ରଥମ ଆଇଏଏସ ଅଫିସର – ଅନ୍ନା ରାଜ ମାଲହୋତ୍ରା ଭାରତର ପ୍ରଥମ ଆଇଏଏସ ଅଫିସର ।
୧୩. ଭାରତର ପ୍ରଥମ ମହିଳା ପାଇଲଟ – ହ୍ରତିକା କୋର ଦେଓଲ ଭାରତର ପ୍ରଥମ ମହିଳା ପାଇଲଟ ଯେ ଏୟାରଫୋର୍ସର ଫ୍ଲାଇଟ ଏକାକୀ ୧୯୯୪ରେ ଉଡାଣ କରିଥିଲେ


Share It

Comments are closed.