‘କଳଙ୍କ’ର ପ୍ରଥମ ପୋଷ୍ଟର ହେଲା ରିଲିଜ


ଆନ୍ତର୍ଜାତୀୟ ମହିଳା ଦିବସରେ କଳଙ୍କର ପ୍ରଡକ୍ସନ ହାଉସ ତରଫରୁ ଫିଲ୍ମରେ ଆଲିଆଙ୍କ ପ୍ରଥମ ଲୁକକୁ ସେୟାର କରାଯାଇଛି । ଆଲିଆ କଳଙ୍କ ଫିଲ୍ମରେ ରୁପ ଭୂମିକାରେ ନଜରରେ ଆସିବେ । ସେ ନିଜର ଇନଷ୍ଟାଗ୍ରାମରେ ତାଙ୍କର ସେହି ବ୍ରାଇଡ ଲୁକ ରୁପକୁ ସେୟାର କରି । ସେହି ଫିଲ୍ମରେ ଆଲିଆଙ୍କ ବ୍ୟତୀତ ସୋନାକ୍ଷୀ ସିହ୍ନା ଏବଂ ମାଧୁରି ଦୀକ୍ଷିତଙ୍କୁ ମଧ୍ୟ ପ୍ରମୁଖ ଭୂମିକାରେ ଦେଖିବାକୁ ମିଳିବ । ଫିଲ୍ମରେ ସେମାନଙ୍କ ଚରିତ୍ର ପରେ ସେୟାର କରାଯିବ । ଫିଲ୍ମଟି ଅଭିଷେକ ବର୍ମନଙ୍କ ଦ୍ୱାରା ନିର୍ଦ୍ଦେଶିତ । ଫିଲମେର ସଞ୍ଜୟ ଦତ୍ତ ଏବଂ ମାଧୁରି ଦିକ୍ଷୀତ ଏକାସାଙ୍ଗରେ ନଜର ଆସିବେ । ଏହି ଫିଲ୍ମରେ ଭିନ୍ନ ବୟସର ଲୋକପ୍ରିୟ ଅଭିନେତା ଅଭିନେତ୍ରୀମାନଙ୍କୁ ଦେଖିବାକୁ ମିଳିବ । ଗୁରୁବାର ଦିନ ଫିଲ୍ମରେ ମୁଖ୍ୟ ଭୂମିକାରେ ଥିବା ବରୁଣ ଧୱନ, ସଞ୍ଜୟ ଦତ୍ତ ଏବଂ ଆଦିତ୍ୟ ରୟ କପୁରଙ୍କ ପୋଷ୍ଟର ରିଲିଜ ହୋଇଥିଲା । କରଣ ଜୋହର ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟରେ ସଞୟଙ୍କ ପ୍ରତଣ ଲୁକକୁ ସେୟାର କରି ଦ ମୋଷ୍ଟ ପାୱାରଫୁଲ ଭଏସ ଅଫ ଦ ଟେବୁଲ, ଦ ଫର୍ମିଡେବଲ ବାଲରାଜ ଚୌଧୁରି, ମେନ ଅଫ କଲଙ୍କ ବୋଲି ଲେଖି ଥିଲେ । ସଞ୍ଜୟଙ୍କ ଲୁକରୁ ସେ ଜଣେ ଖୁବ ଶକ୍ତିଶାଳୀ ଚରିତ୍ର ଜଣାଯାଉଛି । ସଞ୍ଜୟ ଦତ୍ତ ଏବଂ ଆଲିଆ ଲୁକ ପରେ ବର୍ତ୍ତମାନ ଫିଲ୍ମରେ ଅନ୍ୟାନ୍ୟ ଚରିତ୍ରମାନଙ୍କର ଲୁକ ସମ୍ପର୍କରେ ଜାଣିବା ପାଇଁ ଦର୍ଶକମାନଙ୍କ ମଧ୍ୟରେ ଉତ୍ସାହ ଭରି ରହିଛି ।

ସେହିପରି ବଲିଉଡର ଆଗ ଧାଡିର ନାୟିକା ସୋନାକ୍ଷୀ ସିହ୍ନା, ମାଧୁରୀ ଦିକ୍ଷୀତ ଏବଂ ଆଲିଆ ଭଟ୍ଟ ବାଜାର ମାଗାଜିନରେ କଭର ପେଜରେ ନଜର ଆସିଥିଲେ । ବାଜାରର ୧୦ବର୍ଷ ପୂର୍ତ୍ତିରେ ବାଜାର ମାଗାଜିନ ପକ୍ଷରୁ କଳଙ୍କ ଫିଲ୍ମର ଏହି ତିନି ଲୋକପ୍ରିୟ ଅଭିନେତ୍ରୀଙ୍କ ଏକ ଭିଡିଓ ସେୟାର କରାଯାଇଛି ।


Share It

Comments are closed.