ମଦ ବିରୋଧୀଙ୍କୁ ମାଡ ମାମଲାରେ ୪ଜଣଙ୍କ ବୟାନ ଦର୍ଜ


ମଦ ବିରେଧୀ କାର୍ଯ୍ୟକର୍ତ୍ତାକୁ ଚାପୁଡା ମାରିବା ଘଟଣାରେ ମିଳିତ ଓଡିଶା ନିଶା ନିବାରଣ ଅଭିଯାନର ୪ ଜଣ ସଦସ୍ୟଙ୍କ ଠାରୁ ତଦନ୍ତ ଅଫିସର ଅତିରିକ୍ତ ଡିସିପି ତ୍ରିନାଥ ପଟେଲ ସେମାନଙ୍କର ବୟାନ ନେଇଛନ୍ତି । ପୂର୍ବରୁ ଡିଜିପି ଡଃ ଆର.ପି ଶର୍ମାଙ୍କ ନିର୍ଦ୍ଦେଶକ କ୍ରମେ ଏହି ମାମଲାର ତଦନ୍ତ ଦାୟିତ୍ୱ ଶ୍ରୀଯୁକ୍ତ ପଟେଲଙ୍କୁ ନ୍ୟସ୍ତ କରାଯାଇଛି । ବୟାନ ଦେଇଥିବା ସଦସ୍ୟମାନେ ହେଲେ ଶ୍ରୀ ଉମେଶ ନାୟକ, କାହ୍ନୁଚରଣ ବେହୁରା, ପ୍ରୀତି ନାୟକ, ସତବ୍ରତ ପୃଷ୍ଟି ।
ଓଡିଶାରେ ମଦକୁ ସମ୍ପୂର୍ଣ୍ଣ ବନ୍ଦ ଦାବୀରେ ଆୟୋଜିତ ହୋଇଥିବା ୧୧ ଦିନିନିଆ ମଦମୁକ୍ତି ଅଭିଯାତ୍ରା ଗତ ୫ ତାରିଖ ଦିନ କଟକ ଦେଇ ଭୁବନେଶ୍ୱର ଫେରୁଥିଲା, ଯେଉଁ ସମୟରେ ସ୍ଥାନୀୟ ପୋଲିସ ଏହି ଅଭିଯାତ୍ରୀଙ୍କୁ ଯାତ୍ରା ପାଇଁ ପରମିଶନ ନଥିବା ଦର୍ଶାଇ ସ୍ଥାନୀୟ ବାଦାମବାଦୀ ଛକ ନିକଟରେ ରୋକିଥିଲା । ତେବେ ଏଥିରେ ଏସିପି. ଏସକେ ସରିଫ ଜଣେ ଆନ୍ଦୋଳନକାରୀଙ୍କୁ ମାଡ ମାରିବା ଏବଂ ଏହି ଭିଡିଓ ଭାଇରାଲ ହେବାପରେ ଅନେକ ମହଲରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା ।
ଏହି ମାମଲାରେ ଆଜି ଅତିରିକ୍ତ ଡିସିପିଙ୍କୁ ଦେଖା କରିବାକୁ ଆସିଥିବାବେଳେ ମଦ ବିରୋଧୀ କାର୍ଯ୍ୟକର୍ତ୍ତା ଶ୍ରୀଯୁକ୍ତ କାହ୍ନୁଚରଣ ବେହୁରା କହିଛନ୍ତି ଯେ, “ଗତ କାଲି ଡିଜିପିଙ୍କୁ ଆମର ଏକ ପ୍ରିତିନିଧି ମଣ୍ଡଳ ଭେଟିଲା ପରେ ତାଙ୍କ ଦ୍ୱାରା ଏହାର ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ଏହି କ୍ରମରେ ଆମେ ତଦନ୍ତ ଅଫିସରଙ୍କ ଠାରୁ ସୂଚନା ପାଇ ଏଠାକୁ ଆସି ଅତିରିକ୍ତ ଡିସିପି ତ୍ରିନାଥ ପଟେଲଙ୍କୁ ଦେଖାକରି ଆମର ବୟାନ ଦର୍ଜ କରିଛୁ ।”
ଏହା ସହ ଯାତ୍ରାର ପୋଲିସ ଠାରୁ ପରମିଶନ ନିଆଯିବା ସଂପର୍କରେ ସେ କହିଛନ୍ତି ଯେ, “ଆମେ ଯାତ୍ରା ସଂପର୍କିତ ପରମିଶନ ଯାତ୍ରା ଆରମ୍ଭର ଦୁଇ ଦିନ ପୂର୍ବରୁ ଚିଠି ମାଧ୍ୟମରେ ଗୃହ ସଚିବ, ପୋଲିସ ଡିଜି ଏବଂ ଯାତ୍ରା ପରିକ୍ରମା କରୁଥିବା ଜିଲ୍ଲାର କଲେକ୍ଟର ଏବଂ ଏସପିଙ୍କୁ ସୂଚିତ କରିଥିଲୁ । ଏହି ମାମଲାରେ ଡିଜି ମଧ୍ୟ ସାକ୍ଷାତ ସମୟରେ ସହୃଦୟତା ସହ ଯାତ୍ରା ସଂପର୍କିତ ପରମିଶନରେ ନେବାରେ କୌଣସି ଭୁଲ ନାହିଁ, ଯେବେକି ସଠିକ ସମୟରେ ପରିଶନକୁ ନଦେବାକୁ ସେ ଭୁଲ ଦର୍ଶାଇଛନ୍ତି । ଆମେ ଆଶା କରୁ ଏହି ମାମଲାରେ ଶୀଘ୍ର କାର୍ଯ୍ୟନୁଷ୍ଠାନ ନିଆଯିବ । ”


Share It

Comments are closed.