ଅଷ୍ଟ୍ରେଲିଆରେ ଓଲା


ଅଷ୍ଟ୍ରେଲିଆରେ ଭାରତୀୟ କମ୍ପାନୀ ଓଲାର ଅଫିସିଆଲ ଶୁଭାରମ୍ଭ କରାଯାଇଛି । ଅଷ୍ଟ୍ରେଲିଆ ବଜାରରେ ଉବରକୁ ଟକ୍କର ଦେବା ପାଇଁ ବର୍ତ୍ତମାନ ସେଠାରେ ଓଲାର ପ୍ରାରମ୍ଭ ହୋଇଛି । ପଶ୍ଚିମ ଅଷ୍ଟ୍ରେଲିଆର ପର୍ଥ ନାମକ ସ୍ଥାନରେ ଓଲାର ଆରମ୍ଭ ହୋଇଥବା ବେଳେ ଏହା ସେଠାରେ ୭,୦୦୦ ଡ୍ରାଇଭ ପାର୍ଟନରଙ୍କ ରେଜିଷ୍ଟ୍ରେସନ ପାଇପାରିଛି । ଆଗାମୀ ଭବିଷ୍ୟତରେ ଓଲା ଉଭୟ ଗ୍ରାହକ ଏବଂ ଡ୍ରାଇଭ ପାର୍ଟନରଙ୍କ ପାଇଁ ନୂତନ ସୁଯୋଗ ସୃଷ୍ଟି କରିପାରିବ ।

ଓଲା କମ୍ପାନୀ ପକ୍ଷରୁ ମଧ୍ୟ ବହୁ ପ୍ରାରମ୍ଭିକ ମାଗଣା ରାଇଡ ଅଫର ସହିତ ସିଡନୀ ଏୟାରପୋର୍ଟରୁ ପିକ କରିବା ଏବଂ ଡ୍ରପ କରିବାର ଅଫର ମଧ୍ୟ ରହିଛି । ୨୦୧୨ ମସିହାରେ ଅଷ୍ଟ୍ରେଲିଆରେ ଉବର ଶୁଭାରମ୍ଭ ହୋଇଥିଲା ବେଳେ ବର୍ତ୍ତମାନ ଏହା୧୯ଟି ସହରରେ ପ୍ରଚଳିତ ହେଉଛି ।


Share It

Comments are closed.