ସୁନ୍ଦର ତ୍ୱଚା ପାଇଁ କେତୋଟି ଘରୋଇ ଉପାୟ


ସମସ୍ତେ ନିଜ ତ୍ୱଚାକୁ ସୁନ୍ଦର ଓ ଉଜ୍ଜ୍ୱଳ କରିବା ନିମନ୍ତେ ବିଭିନ୍ନ ରାସାୟନିକ ଦ୍ରବ୍ୟ ଓ କ୍ରିମ୍ ବ୍ୟବହାର କରିଥାଆନ୍ତି । କିନ୍ତୁ ଅନେକଙ୍କ କ୍ଷେତ୍ରରେ ଏହା ପାଶ୍ୱର୍ ପ୍ରତିୁକ୍ରିୟା ପକାଇଥାଏ । କିନ୍ତୁ ଆପଣଙ୍କ ତ୍ୱଚାକୁ ଉଜ୍ଜ୍ୱଳ ତଥା ମୁଲାଲମ କରିବା ପାଇଁ ଆପଣ କେତୋଟି ଘରୋଇ ଉପାୟ ଅବଲମ୍ବନ କରିପାରିବେ, ଯେଉଁଥିରେ କୌଣସି ପାଶ୍ୱର୍ ପ୍ରତିକ୍ରିୟାର ଭୟ ରହି ନଥାଏ । ତେବେ ଆସନ୍ତୁ ଜାଣିବା ଏହିସବୁ ଘରୋଇ ଉପାୟଗୁଡ଼ିକ ବିଷୟରେ ।

• ପ୍ରତ୍ୟେକ ଦିନ ମୁହଁରେ ଚନ୍ଦନ ଓ ଗୋଲାପ ଜଳର ମିଶ୍ରଣ ଲଗାନ୍ତୁ । ଏହା ଦ୍ୱାରା ଅପଣଙ୍କ ବର୍ଣ୍ଣ ସ୍ୱଚ୍ଛ ରହିବ ।
• କିଛି ବାଦାମକୁ ଭଲ ଭାବରେ ଗୁଣ୍ଡ କରି ସେଥିରେ ଗୋଲାପ ଜଳ ମିଶାଇ ମୁହଁରେ ଲଗାନ୍ତୁ । ଏହା ଆପଣଙ୍କ ତ୍ୱଚାକୁ ଉଜ୍ଜ୍ୱଳ କରିବ ।
• ଆଳୁକୁ ଖଣ୍ଡ କରି ଥଣ୍ଡା ପାଣିରେ ୧୦ ମିନିଟ୍ ପର୍ଯ୍ୟନ୍ତ ବୁଡ଼ାଇ ରଖନ୍ତୁ । ଏହା ପରେ ଆଳୁଖଣ୍ଡକୁ ମୁହଁ, ବେକ ଓ ହାତରେ ଘଷନ୍ତୁ ।
• ପ୍ରତ୍ୟେକ ଦିନ ରାତିରେ ୪-୫ଟି ବାଦାମ ପାଣିରେ ଭିଜାଇ ଦିଅନ୍ତୁ । ପରଦିନ ସକାଳୁ ଏହାକୁ ଭଲଭାବରେ ବାଟି ଏଥିରେ ଗୋଟିଏ ଚାମଚ କ୍ଷୀର, ଚାରି ଚାମଚ ଲେମ୍ବୁ ରସ ଓ ଗୋଟିଏ ଚାମଚ ବେସନ ପକାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ ଏବଂ ଏହାକୁ ମୁହଁରେ ଭଲଭାବରେ ମାଲିଶ କରନ୍ତୁ ।
• ପ୍ରତ୍ୟେକ ଦିନ ଚନ୍ଦନରେ କିଛି ହଳଦୀ ଗୁଣ୍ଡ ମିଶାଇ ଏହାକୁ ଚେହେରାରେ ଲଗାନ୍ତୁ । ତ୍ୱଚା ସ୍ୱଚ୍ଛ ଓ କୋମଳ ରହିବ ।


Share It

Comments are closed.