ଉତ୍ତର କୋରିଆର ପାଞ୍ଚ ଜଣ ବିରଷ୍ଠ ଅଧିକାରୀଙ୍କୁ ମୃତ୍ୟୁଦଣ୍ଡର ଆଦେଶ ଦେଲେ ‘କିମ ଜଙ୍ଗ’


ଆମେରିକା ଏବଂ ଉତ୍ତର କୋରିଆ ମଧ୍ୟରେ ଶିଖର ସମିଳନୀ ବିଫଳ ହେବ ପରେ, ଉତ୍ତର କୋରିଆ ଏହାର ପାଞ୍ଚ ଜଣ ବରିଷ୍ଟ ବିଦେଶ ବିଭାଗ ଅଧିକାରୀଙ୍କୁ ମୃତ୍ୟୁ ଦଣ୍ଡ ଦେଇଛି । ଯାହା ଦକ୍ଷିଣ କୋରିଆରୁ ପ୍ରକାଶିତ ଏକ ଖବର କାଗଜକୁ ଆଧାର କରି ଜଣା ପଡିଛି । ଖବର କାଗଜ କୁହାଯାଇଛି ଯେ, କିମ ହ୍ୟକ-ଚୋଲ ଏବଂ ଅନ୍ୟ ଅଧିକାରୀ ମାନଙ୍କୁ ମିରିମ ଏୟାରପୋର୍ଟ ଠାରେ ମୃତ୍ୟୁ ଦଣ୍ଡ ଦିଆ ଯାଇଛି ।

ସେମାନଙ୍କ ବିରୁଦ୍ଧରେ ଗତ ଫେବୁଆରୀରେ ହେବାକୁ ଥିବା ଶିଖର ସମିଳନୀର ବିଫଳ ହେବା ପରେ, ମାର୍ଚ୍ଚରେ କାର୍ଯ୍ୟାନୁଷ୍ଠାନ ନିଆ ଯାଇଛି । ଅନ୍ୟ ଏକ ରିପୋର୍ଟରେ ଏହି ଅଧିକାରୀ ମାନଙ୍କୁ ଆମେରିକା ପାଇଁ କାର୍ଯ୍ୟ କରୁଥିବା କୁହାଯାଇଛି । ତେବେ ଏହି ଖବର ସବୁକୁ ନେଇ ଉତ୍ତର କୋରିଆ ପକ୍ଷରୁ କୌଣସି ପ୍ରତିକ୍ରିୟା ଦିଆ ଯାଇନାହିଁ ।

ସୂଚନା ଯୋଗ୍ୟଯେ, ଆମେରିକା ଏବଂ ଉତ୍ତର କୋରିଆ ମଧ୍ୟରେ ବିବାଦ ଦୀର୍ଘ ଦିନ ହେବ ଲାଗି ରହିଛି । ତେବେ ଗତ ବର୍ଷ ଜୁନରେ ସିଙ୍ଗାପୁର ଠାରେ ଉଭୟ ରାଷ୍ଟ୍ର ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ସହ ଏକ ନୂଆ ଅଧ୍ୟାୟ ଆରମ୍ଭ ହୋଇଥିଲା । ଅତୀତରେ ମଧ୍ୟ ଶାସକ କିମ୍‌ ଜଙ୍ଗ ତାଙ୍କ ପଦ ଓ କ୍ଷମତାର ସୁରକ୍ଷା ପାଇଁ ନିଜ ଅଧିକାରୀ, ସାଧାରଣ ନାଗରିକ ଏବଂ ସମ୍ପର୍କୀୟଙ୍କୁ ମଧ୍ୟ ହତ୍ୟା କରିବାକୁ ପଛାଇ ନାହାନ୍ତି ।


Share It

Comments are closed.