‘ପବଜି ’ଗେମ ହେଲା କାଳ, ଅକାରଣରେ ମୃତ୍ୟୁ ବରଣ କଲା ବାଳକ


ଘଟଣାଟି ମଧ୍ୟପ୍ରଦେଶ ଜିଲ୍ଲାର ଅଟେ । ଜଣେ ୧୬ ବର୍ଷର ନାବାଳକ ମୋବାଇଲ ଗେମ ‘ପବଜି ’ରେ ଏତେ ମଗ୍ନ ହୋଇଯାଇଥିଲେ ଯେ, ମୋବାଇଲରେ ଗେମ ଖେଳୁ ଖେଳୁ ହୃଦଘାତର ଶୀକାର ହୋଇ ମୃତ୍ୟୁବରଣ କରିଛି । ଏହି ନାବାଳକଙ୍କର ନାମ ‘ଫୁରକାନ କ୍ୟୁରେସି’ ଅଟେ । ପରିବାର ଲୋକଙ୍କ କହିବା ଅନୁଯାୟୀ ବାଳକଟିର ଏହି ଗେମ ପ୍ରତି ଏତେ ନିଶା ଥିଲା ଯେ, ‘ଫୁରକାନଙ୍କ ମୃତ୍ୟୁ ପୂର୍ବରୁ ୬ ଘଣ୍ଟା କାଳ ଏହି ଗେମ ଖେଳୁଥିଲା ।’
ଫୁରକାନଙ୍କ ମୃତ୍ୟୁ ବେଳକୁ ତାଙ୍କ’ ପାଖରେ ସାନ ଭଉଣୀ ଫିଜା ଉପସ୍ଥିତ ଥିଲା । ସାନ ଭଡଣୀ କହିବା ଅନୁଯାୟୀ ଏହି ଖେଳର ତାଙ୍କର ଜଣେ ସାଙ୍ଗ ‘ବମ ବ୍ଲାଷ୍ଟ’ରେ ମୃତ୍ୟୁବରଣ କରିଥିଲା । ଫୁରକାନ ଏହି କାରଣରୁ କିଛି ସମୟ ପର୍ଯ୍ୟନ୍ତ ଚିକ୍ରାର କରିବାକୁ ଲାଗୁଥିଲା । ଏହା ପରେ ସେ କାନରୁ ହେଡଫୋନ ବାହାର କରିବା ସମୟରେ ହଠାତ୍ ଅଚେତ ହୋଇ ଟଳି ପଡିଥିଲା ।
ଫୁରକାନଙ୍କ ଏହି ଅବସ୍ଥା ଦେଖି ପରିବାର ଲୋକ ତାଙ୍କ ତୁରନ୍ତ ହସ୍ପିଟାଲ ନେଇଯାଇଥିଲେ ଯେଉଁଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ ।
ଫୁରକାନଙ୍କ ବାପଙ୍କ କହିବା ଅନୁଯାୟୀ, “ସେ ପ୍ରାୟ ଅଢେଇ ବର୍ଷ ହେବ ଏହି ‘ପଗଜି’ ଗେମ ଖେଳୁଥିଲେ ଏବଂ ଦିନକୁ ଦୁଇରୁ ତିନି ଘଣ୍ଟା କାଳ ଏହି ଗେମ ଖେଳିଥିଲେ । ମୁଁ ତାକୁ ବାରମ୍ବାର ଏହି ଗେମ ନଖେଳିବା ପାଇଁ ମନା କରିବା ସତ୍ତେ୍ୱ ମଧ୍ୟ ସେ ଯମାରୁ ଖାତିର କରୁନଥିଲା । ”


Share It

Comments are closed.