ଭୁବନେଶ୍ୱରରେ ସଂଗୀତ ପରିବେଶଣ କରିବେ ସୁନିଧି ଚୌହ୍ୱାନ ଓ କାନୁନଗୋ


ଭୁବନେଶ୍ୱରରେ ଆସନ୍ତା ଶନିବାର ଆୟୋଜନ ହେବ ନମ୍ବର ୱାନ୍ ୟାରୀ ଜାମ୍ ଫେଷ୍ଟ୍ । ନୂଆ ଫର୍ମାଟରେ ଆସୁଥିବା ନମ୍ବର ୱାନ୍ ୟାରୀ ଜାମ୍ ଫେଷ୍ଟରେ ଆଂଚଳିକ କଳାକାରଙ୍କୁ ଦେଖିବାକୁ ମିଳିବ । ଆଞ୍ଚଳିକ କଳାକାରମାନେ, ମ୍ୟାକ୍ ଡାୱେଲ ନମ୍ବର ୱାନ୍ ସୋଡା ପ୍ଲାଟ୍ଫର୍ମରେ, ନମ୍ବରୱାନ ୟାରୀ ଜାମ୍ ପ୍ୟାଡ୍ରେ  ସଂଗୀତ ପରିବେଶଣ କରିବା ପରେ ଆଗଧାଡିର କଳାକାରମାନେ ସଂଗୀତ ପରିବେଶଣ କରିବେ ।
ଦିନବ୍ୟାପୀ ଆୟୋଜିତ ହେବାକୁ ଥିବା ଏହି ଫେଷ୍ଟ ଭୁବନେଶ୍ୱରର ଜନତା ମୈଦାନରେ ନଭେମ୍ବର ୨୩ ତାରିଖ ଦିନ ଆୟୋଜିତ ହେବ । ସଂଗୀତରେ ରୂଚି ରଖୁଥିବା ଦର୍ଶକ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଗଭୀର ମାନବୀୟ ସମ୍ବନ୍ଧ ଶକ୍ତିକୁ ଅନୁଭବ କରିବା ସହ ନୂଆ ସମ୍ପର୍କ ସ୍ଥାପନ ପାଇଁ ପ୍ରେରଣା ପାଇବେ । ମ୍ୟାକ୍ ଡାୱେଲ ନମ୍ବର ୱାନ୍ ସୋଡା ସମସ୍ତ ବନ୍ଧୁମାନଙ୍କୁ କାର୍ଯ୍ୟକ୍ରମରେ ଯୋଗ ଦେଇ ବନ୍ଧୁତାର ଉତ୍ସବ ମନାଇବା ସହ ନିଜ ସାଙ୍ଗ ମାନଙ୍କ ସହ କିଛି ନୂଆ ସ୍ମୃତି ରଚିବା ପାଇଁ ନିମନ୍ତ୍ରଣ କରୁଛି । ପ୍ରଶଂସକ ମାନେ ଉତ୍ସବସ୍ଥଳରୁ ନମ୍ବର ୱାନ୍ ୟାରି ଜାମ୍ ଫେଷ୍ଟ୍ ପାଇଁ ଟିକେଟ୍ ନେଇପାରିବେ ।

Share It

Comments are closed.