ସୋନାଲିକା ର ଏପ୍ରିଲରେ ୧୧,୯୬୨ଟି ଟ୍ରାକ୍ଟର ବିକ୍ରି ରେକର୍ଡ଼

Share It

ଭୁବନେଶ୍ୱର: ଭାରତର ଏକ ନମ୍ବର ଟ୍ରାକ୍ଟର ରପ୍ତାନୀକାରୀ ବ୍ରାଣ୍ଡ, ସୋନାଲିକା ଟ୍ରାକ୍ଟର୍ସ ଏପ୍ରିଲ ୨୦୨୫ରେ ମୋଟ ୧୧୯୬୨ଟି ଟ୍ରାକ୍ଟର ବିକ୍ରି ସହ ୨୦୨୫-୨୬ ଆର୍ଥିକ ବର୍ଷର ଶୁଭାରମ୍ଭ କରିଛି । କୃଷକମାନଙ୍କ ଅଂଚଳ-କେନ୍ଦ୍ରିତ ଆବଶ୍ୟକତା ଅନୁଯାୟୀ ଏହାର ଷ୍ଟେଟ-ଅଫ-ଦ-ଆର୍ଟ ଟ୍ରାକ୍ଟରଗୁଡିକୁ କଷ୍ଟମାଇଜ କରି ସୋନାଲିକା ନିରନ୍ତର ଭାବେ ମୂଲ୍ୟ-ଚାଳିତ ସମାଧାନଗୁଡିକୁ ଆଣିବା କ୍ଷେତ୍ରରେ ଆଗରେ ରହୁଛି ଯାହା ଭାରତବ୍ୟାପୀ କୃଷକଙ୍କ ପାଇଁ ସ୍ଥାୟୀ ଓ ଲାଭଦାୟକ ଅଭିବୃଦ୍ଧିକୁ ସଶକ୍ତ କରୁଛି । ସୋନାଲିକା ଟ୍ରାକ୍ଟର୍ସ ପକ୍ଷରୁ ଏହାର ବହୁପ୍ରତିକ୍ଷୀତ ‘ସୋନାଲିକା ତୁଫାନି ଧମାକା’ ଅଫର୍‌ର ମଧ୍ୟ ଶୁଭାରମ୍ଭ କରାଯାଇଛି ଯାହା ଦେଶବ୍ୟାପୀ କୃଷକଙ୍କ ପାଇଁ ସୋନାଲିକା ହେଭି ଡ୍ୟୁଟ ଟ୍ରାକ୍ଟରଗୁଡିକୁ ଅବିଶ୍ୱସନୀୟ ମୂଲ୍ୟରେ କ୍ରୟ କରିବା ପାଇଁ ଏକ ଉତ୍ସାହଜନକ ସୁଯୋଗ ପ୍ରଦାନ କରୁଛି ।
ସୋନାଲିକା ଟ୍ରାକ୍ଟରର ହେଭି ଡ୍ୟୁଟି ଟ୍ରାକ୍ଟରଗୁଡିକୁ କୃଷକଙ୍କ ଦକ୍ଷତା ବୃଦ୍ଧି ପାଇଁ ନିର୍ମାଣ କରାଯାଇଛି । କମ୍ପାନୀ ଏହାର ବିଶ୍ୱର ୧ ନମ୍ବର ଇଂଟିଗ୍ରେଟେଡ ଟ୍ରାକ୍ଟର ମାନୁଫ୍ୟାକ୍‌ଚରିଂ ଫ୍ୟାସିଲିଟିର ଶକ୍ତିକୁ ବ୍ୟବହାର କରୁଛି ଯାହା ପ୍ରତି ୨ ମିନିଟରେ ଥରେ ଏକ ଉଚ୍ଚ ମାନର ଟ୍ରାକ୍ଟର ନିର୍ମାଣ କରିଥାଏ ଏବଂ ଭାରତୀୟ କୃଷକଙ୍କ ପାଇଁ କାର୍ଯ୍ୟଦକ୍ଷତା-ଭିତିକ ସମାଧାନ ପ୍ରଦାନ କରିଥାଏ । ସୋନାଲିକାର ସଫଳତା ସମ୍ପର୍କରେ ଇଂଟରନ୍ୟାଶନାଲ ଟ୍ରାକ୍ଟର୍ସ ଲିମିଟେଡର ଯୁଗ୍ମ ପରିଚାଳନା ନିର୍ଦ୍ଦେଶକ ରମଣ ମିତଲ କହିଛନ୍ତି, “ଆମେ ଏପ୍ରିଲ ୨୦୨୫ରେ ୧୧,୯୬୨ଟି ଟ୍ରାକ୍ଟର ବିକ୍ରିର ଏକ ସକାରାତ୍ମକ ଆରମ୍ଭ ସହିତ ୨୦୨୫-୨୬ ଆର୍ଥିକ ବର୍ଷର ଯାତ୍ରା ଆରମ୍ଭ କରିଛୁ । କୃଷକଙ୍କ କାର୍ଯ୍ୟଦକ୍ଷତା ବୃଦ୍ଧି କରିବା ପାଇଁ ଆମର ହେଭି-ଡ୍ୟୁଟି ଟ୍ରାକ୍ଟରଗୁଡିକୁ ଉନ୍ନତ ମୂଲ୍ୟରେ ରଣନୈତିକ ଭାବେ ବିକଶିତ ଓ ଅବସ୍ଥାପିତ କରାଯାଉଛି ଏବଂ ପ୍ରତ୍ୟେକ କୃଷି କ୍ଷେତ୍ରରେ ସମୃଦ୍ଧି ଆଣିବା ପାଇଁ ଆମର କୃଷକ-ପ୍ରଥମ ଆଦର୍ଶ ଦ୍ୱାରା ଏହା ପରିଚାଳିତ ହେଉଛି । ସୋନାଲିକା ଟ୍ରାକ୍ଟର୍ସ ସର୍ବୋତମ ଶ୍ରେଣୀର ଟ୍ରାକ୍ଟର ପ୍ରଦାନ କରିବା କ୍ଷେତ୍ରରେ ଏହାର ‘ନୋ କମ୍ପ୍ରମାଇଜ୍‌’ ନୀତି ଅନୁସରଣ କରୁଛି ଯାହା ହିତାଧିକାରୀଙ୍କ ସ୍ୱାର୍ଥକୁ ସର୍ବାଧିକ କରିଥାଏ । ଏହା ଆଗକୁ ବର୍ଷ ସାରା ଯୋଜନା କରାଯାଇଥିବା ନୂତନ ପଦକ୍ଷେପଗୁଡିକ ସହିତ ଆମର ଗ୍ରାହକଙ୍କୁ ଚିରସ୍ଥାୟୀ ଖୁସି ପ୍ରଦାନ କରିବା ନିଶ୍ଚିତ କରିବ ।”

 


Share It

Comments are closed.