ଶୀତ ଋତୁରେ ନିଜ ଶିଶୁ ତ୍ୱଚାର ଯତ୍ନ କିପରି ନେବେ, ଜାଣନ୍ତୁ


ଥଣ୍ଡା,ଶୀତୁଆ ଶୁଷ୍କ ହାୱା ଆପଣଙ୍କ ଶିଶୁର କୋମଳ ତ୍ୱଚା ପାଇଁ କଠୋର ହେବା ସହ ଶୁଷ୍କତା,କୁଣ୍ଡେଇ ହେବା ଓ ଦାଗ ଭଳି ଚର୍ମ ସମସ୍ୟାର କାରଣ ହୋଇଥାଏ । ଶିଶୁର ତ୍ୱଚା ପାଇଁ ଆର୍ଦ୍ରତା କାହିଁକି ଜରୁରୀ ,ଅଭିଭାବକଙ୍କୁ ଏସମ୍ପର୍କରେ ସୂଚନା ଦେଇ ହିମାଲୟାନ ଡ୍ରଗ କମ୍ପାନୀ ଆର‌୍ୟୁବେଦ ବିଶେଷଜ୍ଞ ଡକ୍ଟର ଶୁଭାଶିନୀ ଏନ ଏସ କହିଛନ୍ତିଯେ, ‘ଶୀତ ଦିନେ ଶୁଷ୍କ ତ୍ୱଚା ପାଇଁ ଅଧିକ ଆର୍ଦ୍ରତା ଗୁରୁତ୍ୱପୂର୍ଣ୍ଣ । କାରଣ ଥଣ୍ଡା ହାୱାରେ ଗରମ ହାୱା ଭଳି ଅଧିକ ଆର୍ଦ୍ରତା ନଥାଏ । ତେଣୁ ଶୀତ ରୁତୁରେ ଆଲକହଲ,କୃତ୍ରିମ ରଙ୍ଗ, ଖଣିଜ ତୈଳ, ଏସଏଲଏସ/ଏସଏଲଇଏସ/ଏଏଲଇଏସ ରହିତ ପ୍ରାକୃତିକ ଉତ୍ପାଦ ବ୍ୟବହାର କରି ନିୟମିତ ଭାବେ ତ୍ୱଚାର ଯତ୍ନ ନେବା ଆପଣଙ୍କ ଶିଶୁର ତ୍ୱଚା ପାଇଁ ଗୁରୁତ୍ୱପୂର୍ଣ୍ଣ ଅଟେ’
ସେ ମଧ୍ୟ ଘିକୁଆଁରି, ଆଲମଣ୍ଡ୍ ତେଲ ଏବଂ ଅଲିଭ୍ ତେଲ ବିଶିଷ୍ଟ ବେବି ୱାସ୍ ବ୍ୟବହାର କରିବାକୁ ଅଭିଭାବକଙ୍କୁ ପରାମର୍ଶ ଦେଇଛନ୍ତି,ଯାହା ଶିଶୁର ତ୍ୱଚାର ଆର୍ଦ୍ରତାକୁ ବଜାୟ ରଖିବା ସହ ତ୍ୱଚାର ପୋଷଣ କରିଥାଏ । ଯେଉଁ ଅଭିଭାବକ ନିଜ ଶିଶୁକୁ ଗାଧୋଇବା ପାଇଁ ସାବୁନ ବ୍ୟବହାର କରୁଛନ୍ତି ସେମାନଙ୍କୁ ସେ ଘିକୁଆଁରି,ଆଲମଣ୍ଡ୍ ଅଏଲ ଏବଂ ଅଲିଭ୍ ଅଏଲରେ ପ୍ରସ୍ତୁତ ସାବୁନ ବ୍ୟବହାର କରିବାକୁ ପରାମର୍ଶ ଦେଇଛନ୍ତି ।

“ ସ୍ନାନ ପରେ ତ୍ୱଚାର ଆର୍ଦ୍ରତା ରକ୍ଷା କରିବା ସବୁଠୁ ଗୁରୁତ୍ୱପୂର୍ଣ୍ଣ କାରଣ ଏହା ଅତ୍ୟଧିକ ଶୁଷ୍କତା ଏବଂ ଗାଲରେ ଫଟାଦାଗ, ଗୁରୁଣ୍ଡୁ ଥିବା ଶିଶୁ ଆଣ୍ଠୁ , କୋମଳ ନାକ ଓ କହୁଣି ରଗଡି ହେବା ସମୟରେ ସୃଷ୍ଟି ହେଉଥିବା ଦାଗକୁ ରୋକିଥାଏ । ଅଭିଭାବକ ଅଲିଭ୍ ଅଏଲ ବିଶିଷ୍ଟ ବେବି ଲୋସନ ବ୍ୟବହାର କରିପାରିବେ, ଯାହା ତ୍ୱାଚାକୁ ସୁରକ୍ଷା ଦେଇଥାଏ ଏବଂ ଆଲମଣ୍ଡ୍ ଅଏଲ ଶିଶୁ ତ୍ୱଚାର ଆର୍ଦ୍ରତା ରକ୍ଷା କରିଥାଏ । ଅଭିଭାବକମାନେ ମଧ୍ୟ ମୁଲେଥି ଯୁକ୍ତ ବେବି କ୍ରିମ୍ ବ୍ୟବହାର କରିପାରିବେ ଯାହା ଶିଶୁର ତ୍ୱଚାର ସୁରକ୍ଷା କରିବା ସହ ତ୍ୱଚାକୁ ନରମ କରିଥାଏ । ସେହିଭଳି ଅଲିଭ୍ ଅଏଲ ତ୍ୱଚାକୁ ପୃଷ୍ଠ କରି ସୁରକ୍ଷା ଦେବା ସହ କୋମଳ କରିଥାଏ’ ବୋଲି ଡକ୍ଟର ଶୁଭାସିନୀ କହିଛନ୍ତି ।
ସେ ମଧ୍ୟ ଶିଶୁର ଡାଏପରକୁ ପ୍ରାୟତଃ ବଦଳାଇବା ପାଇଁ ପରାମର୍ଶ ଦେଇଛନ୍ତି କାରଣ ଓଦା ଡାଏପର ତ୍ୱଚା ସଂକ୍ରମଣ ସହ ଦାଗର କାରଣ ହୋଇଥାଏ । “ସର୍ବଦା ଆଲୋଭିରା,ପଦ୍ମ ରସଯୁକ୍ତ ନରମ ୱାଇପସ ବ୍ୟବହାର କରି ଶିଶୁର ଶରୀର ପୋଛନ୍ତୁ କାରଣ ଏହା ଶିଶୁର ସମ୍ବେଦନଶୀଳ ତ୍ୱଚାକୁ ନରମ ଓ କୋମଳ ରଖିଥାଏ”


Share It

Comments are closed.