Skip to content
Yuvasamay

Yuvasamay

Primary Menu
  • ଖବର
  • ମନୋରଞ୍ଜନ
  • ପ୍ରଯୁକ୍ତି
  • ବାଣିଜ୍ୟ
  • ଶିକ୍ଷା
  • ଜୀବନ ଚର୍ଯ୍ୟା
  • ବିଶେଷ
  • କ୍ରୀଡା
  • Home
  • ଖବର
  • ୨୦୨୬ରେ ଆସୁଛି ନିସାନର ନୂଆ ୭-ସିଟର ବି-ଏମପିଭି ‘ଗ୍ରାଭିଟେ’
  • ଖବର

୨୦୨୬ରେ ଆସୁଛି ନିସାନର ନୂଆ ୭-ସିଟର ବି-ଏମପିଭି ‘ଗ୍ରାଭିଟେ’

December 19, 2025 1 minute read
Nissan Gravite Teaser Image 1

ଭୁବନେଶ୍ୱର: ୨୦୨୬ ଆରମ୍ଭରେ ବଜାରରେ ଉପଲବ୍ଧ ହେବାକୁ ଯାଉଛି ନିସାନର ନୂଆ ଗେମ୍‌-ଚେଞ୍ଜିଙ୍ଗ ୭-ସିଟର ବି-ଏମ୍‌ପିଭି ଗ୍ରାଭିଟେ । ଏହା ହେଉଛି ଭାରତ ପାଇଁ ଉକ୍ତ ବ୍ରାଣ୍ଡର ନୂତନ ଓ ରଣନୈତିକ ଭାବେ ନିର୍ମିତ ଶୃଙ୍ଖଳା ଅଧିନରେ ଲଂଚ କରାଯିବାକୁ ଥିବା ପ୍ରଥମ ଉତ୍ପାଦ । ଆଧୁନିକ ଭାରତୀୟ ପରିବାରଗୁଡିକ ପାଇଁ ନିର୍ମିତ ନିସାନ ଗ୍ରାଭିଟେ ଚମତ୍କାର ବିବିଧତା ଓ ମଡ୍ୟୁଲାରିଟି ପ୍ରଦାନ କରୁଛି । ଜୁଲାଇ ୨୦୨୪ରେ ନିସାନ ମୋଟର ଇଣ୍ଡିଆର ମହତ୍ୱାକାଂକ୍ଷୀ ଉତ୍ପାଦ ରଣନୀତିରେ ୨ୟ ମଡେଲ ଭାବେ ଘୋଷଣା କରାଯାଇଥିବା ଗ୍ରାଭିଟେ କମ୍ପାନୀର ଅଭିବୃଦ୍ଧି ବେଗକୁ ସୂଚିତ କରୁଛି । ଏହି ଉତ୍ପାଦର ରୋଡମ୍ୟାପରେ ୨୦୨୬ ଆରମ୍ଭରେ ଗ୍ରାଭିଟିର ଲଂଚ, ଏହାପରେ ୨୦୨୬ ମଧ୍ୟଭାଗରେ ଟେକ୍‌ଟନ ଏବଂ ୨୦୨୭ ଆରମ୍ଭରେ ଏକ ୭-ସିଟର ସି-ଏସୟୁଭିର ଲଂଚ ସାମିଲ ରହିଛି, ଯାହା ଭାରତୀୟ ଗ୍ରାହକଙ୍କ ପାଇଁ ଏହାର ଉତ୍ପାଦଗୁଡିକୁ ବହୁମୂଖୀ, ସୁଦୃଢ ଓ ପୁନରୁଦ୍ଧାର କରିବା ପ୍ରତି ନିସାନର ଗଭୀର ପ୍ରତିବଦ୍ଧତାକୁ ଦୋହରାଉଛି ।


ଏହି ନୂତନ ଉତ୍ପାଦ ସମ୍ପର୍କରେ ନିସାନ ଏଏମଆଇଇଓ(ଆଫ୍ରିକା, ମିଡିଲ ଇଷ୍ଟ, ଇଣ୍ଡିଆ, ୟୁରୋପ ଓ ଓସେନିଆ)ର ଅଧ୍ୟକ୍ଷ ମାସିମିଲିଆନୋ ମେସିନା କହିଛନ୍ତିଯେ, “ଭାରତ ଏଏମଆଇଇଓର ପ୍ରଦର୍ଶନ ପାଇଁ ଏକ ମଜବୁତ ଅବଦାନକାରୀ ରହିଆସିଛି ଏବଂ ନିସାନ ମୋଟର ଇଣ୍ଡିଆ ଆମର ରଣନୀତିରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି । ୨୦୨୪-୨୫ ଆର୍ଥିକ ବର୍ଷରେ ଆମେ ଆମର ବ୍ୟବସାୟିକ ପରିଚାଳନାକୁ ସୁଦୃଢ କରିଛୁ, ଆମର ପୋର୍ଟଫୋଲିଓକୁ ବିସ୍ତାର କରିଛୁ ଏବଂ ୨୦୨୪ ପ୍ରଡକ୍ଟ ଅଫେନ୍ସିଭରେ କରିଥିବା ପ୍ରତ୍ୟେକ ପ୍ରତିଶ୍ରୁତିକୁ ପୂରଣ କରିଛୁ । ଭାରତ ପାଇଁ ନୂଆ ମଡେଲଗୁଡିକ ବିକଶିତ ହେବା ଏବଂ ବିଭିନ୍ନ ଆନ୍ତର୍ଜାତୀୟ ବଜାରକୁ ରପ୍ତାନୀ ହେବା ସହିତ ଭାରତ ନିସାନ ଆଲିଆନ୍ସ ପାଇଁ ଏକ ଅଭିବୃଦ୍ଧି ଚାଳକ ଓ ଏକ ରଣନୈତିକ କେନ୍ଦ୍ର ଭାବେ ବଜାୟ ରହିଛି ।” ସେହିପରି ନିସାନ ମୋଟର ଇଣ୍ଡିଆର ଏମ୍‌ଡି ସୌରଭ ବତ୍ସ କହିଛନ୍ତି, “ନୂଆ ଗ୍ରାଭିଟେ ବିକଶିତ ଭାରତୀୟ ବଜାର ଉପରେ ନିସାନ ମୋଟର ଇଣ୍ଡିଆର ନୂତନ ମହତ୍ୱର ଏକ ପ୍ରମାଣ ଅଟେ । ଦେଶର ମୌଳିକତ୍ୱ ସହ ଗଭୀର ଭାବେ ଜଡିତ ଏହି ମଡେଲକୁ ଆମର ଗ୍ରାହକଙ୍କ ବିବିଧ ଆବଶ୍ୟକତା ପାଇଁ ଉପଯୁକ୍ତ ସାଥୀ ହେବା ଲାଗି ଡିଜାଇନ କରାଯାଇଛି । ଆମର ନୂତନ ଉତ୍ପାଦ ଶୃଙ୍ଖଳାରେ ୨ୟ ମଡେଲ ଭାବେ ଗ୍ରାଭିଟେ ଆମର ରୂପାନ୍ତରଣ ଯାତ୍ରାରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପକୁ ଚିହ୍ନିତ କରୁଛି ଏବଂ ଭାରତୀୟ ଉପଭୋକ୍ତାଙ୍କ ଆକାଂକ୍ଷା ସହ ପ୍ରତିଧ୍ୱନିତ୍ୱ କରୁଥିବା ଯାନ ପ୍ରଦାନ କରିବା ପାଇଁ ଆମର ପ୍ରତିବଦ୍ଧତାକୁ ସୁଦୃଢ କରିଛି ।”

ଏହି ନୂତନ ମଡେଲର ନାମ ‘ଗ୍ରାଭିଟେ’ ଇଂରାଜୀ ଶବ୍ଦ ‘ଗ୍ରାଭିଟି’ରୁ ପ୍ରେରଣା ହାସଲ କରିଛି, ଯାହା ସନ୍ତୁଳନ, ଅନ୍ତର୍ନିହିତ ସ୍ଥିରତା ଓ ଶକ୍ତିଶାଳୀ ଆକର୍ଷଣକୁ ସୂଚିତ କରୁଛି । ଭାରତର ମୂଳଦୁଆ ଗଠନ କରୁଥିବା ୧.୪ ବିଲିୟନ ଭାରତୀୟ ଓ ୧୯୦୦୦ ସ୍ଥାନୀୟ ଭାଷା ଓ ପରମ୍ପରା ଦ୍ୱାରା ଅନୁପ୍ରାଣିତ ଗ୍ରାଭିଟେ ମଡେଲ ଉଚ୍ଚାଭିଳାଷୀ ଓ ବିବିଧ ଭାରତୀୟଙ୍କ ପାଇଁ ଉପଯୁକ୍ତ ସାଥୀ ଅଟେ । ଗ୍ରାଭିଟେ ଏହାର ଚମତ୍କାର କ୍ୟାବିନ ପ୍ରଶସ୍ତତା ଓ ଉକ୍ତ ଶ୍ରେଣୀରେ ଅଗ୍ରଣୀ ଷ୍ଟୋରେଜ ଉଦ୍ଭାବନ ସହ ପାରିବାରିକ ଯାତ୍ରାକୁ ରୂପାନ୍ତର କରୁଛି । ନୂଆ ଗ୍ରାଭିଟେ ମଡେଲକୁ ଚେନ୍ନାଇରେ ସ୍ଥାନୀୟ ଭାବେ ଉତ୍ପାଦନ କରାଯିବ । ନୂଆ ଗ୍ରାଭିଟେ ନିସାନର ଗ୍ଲୋବାଲ ଡିଜାଇନ ଲାଙ୍ଗୁଏଜ ସହ ସମନ୍ୱୟରେ ଏକ ନିର୍ଭୀକ ଓ ସ୍ୱତନ୍ତ୍ର ପରିଚୟ ସ୍ଥାପନ କରିଛି । ଗ୍ରାଭିଟେ ନିଜ ସେଗ୍‌ମେଂଟର ଏକମାତ୍ର ଯାନ ଅଟେ ଯେଉଁଥିରେ ସ୍ୱତନ୍ତ୍ର ହୁଡ ବ୍ରାଣ୍ଡିଙ୍ଗ ସହ ଅନନ୍ୟ ରିୟର-ଡୋର ବ୍ୟାଜିଂ ରହିଛି ।

 

About the Author

View All Posts

Post navigation

Previous: ଡବ୍ଲୁ୍ୟଡି ବ୍ଲାକ ଏସ୍ଏନ୍୭୧୦୦ ଏନ୍ଭିମିଇ ଏସ୍ଏସ୍ଡି ବର୍ତମାନ ଭାରତରେ ଉପଲବ୍ଧ
Next: ଓଡ଼ିଶାର ଉଦୀୟମାନ ଉଦ୍ଭାବକ କୋମଲ ୱାର୍ଲ୍ଡସ୍କିଲ୍ସ ଏସିଆ ୨୦୨୫ ରେ କାଂସ୍ୟ ଜିତିଲେ

Lifestyle

new-subtype-of-MODY-diabetes-discovered
  • ଜୀବନ ଚର୍ଯ୍ୟା

ମାଉଥୱାଶ୍ ବ୍ୟବହାର କରୁଥିଲେ ସତର୍କ ହୁଅନ୍ତୁ: ଦିନକୁ ଦୁଇଥର କୁଳକୁଚା କଲେ ହୋଇପାରେ ମଧୁମେହ!

Sibu Singh June 24, 2026
PIC (5)
  • କ୍ରୀଡା
  • ଜୀବନ ଚର୍ଯ୍ୟା

ଦି ଯୋଗ ଇନଷ୍ଟିଚ୍ୟୁଟ୍ ପକ୍ଷରୁ ସମଗ୍ର ଭାରତରେ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

Akankhya Mohapatra June 24, 2026
Sleep
  • ଜୀବନ ଚର୍ଯ୍ୟା

ମସ୍ତିଷ୍କର ସୁରକ୍ଷା କବଚ ‘ନିଦ’; ସ୍ମରଣ ଶକ୍ତି ବଢ଼ାଇବା ପାଇଁ ଶୋଇବା କାହିଁକି ଆବଶ୍ୟକ?

Sibu Singh June 19, 2026

Entertainment

ଓଡ଼ିଆ ସିନେମା ଜଗତର ସବୁଠାରୁ ବଡ଼ ସମ୍ମାନ: ଘୋଷଣା ହେଲା ୩୫ତମ ଓ ୩୬ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର odia-1
  • ଖବର
  • ମନୋରଞ୍ଜନ

ଓଡ଼ିଆ ସିନେମା ଜଗତର ସବୁଠାରୁ ବଡ଼ ସମ୍ମାନ: ଘୋଷଣା ହେଲା ୩୫ତମ ଓ ୩୬ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର

Sibu Singh June 25, 2026
୧୦୦ କୋଟି ପାର୍ କଲା ‘କକଟେଲ୍ ୨’; ବକ୍ସ ଅଫିସରେ କମାଲ କରୁଛି ଶାହିଦ, କୃତି ଓ ରଶ୍ମିକାଙ୍କ ତ୍ରିକୋଣୀୟ ପ୍ରେମ କାହାଣୀ Cocktail
  • ମନୋରଞ୍ଜନ

୧୦୦ କୋଟି ପାର୍ କଲା ‘କକଟେଲ୍ ୨’; ବକ୍ସ ଅଫିସରେ କମାଲ କରୁଛି ଶାହିଦ, କୃତି ଓ ରଶ୍ମିକାଙ୍କ ତ୍ରିକୋଣୀୟ ପ୍ରେମ କାହାଣୀ

Sibu Singh June 25, 2026
ରଜ ଅବସରରେ ମିଶନ ଶକ୍ତି ପକ୍ଷରୁ ‘ପିଠା on Wheels’ IMG-20260611-WA0224
  • ଖବର
  • ବିଶେଷ
  • ମନୋରଞ୍ଜନ

ରଜ ଅବସରରେ ମିଶନ ଶକ୍ତି ପକ୍ଷରୁ ‘ପିଠା on Wheels’

Saswati Patra June 11, 2026
ରଜରେ ଜୀ ସାର୍ଥକର ବିଶେଷ ଉପହାର: ‘ଡେଲିଭରି ବୟ ୨’ IMG-20260608-WA0153
  • ଖବର
  • ମନୋରଞ୍ଜନ

ରଜରେ ଜୀ ସାର୍ଥକର ବିଶେଷ ଉପହାର: ‘ଡେଲିଭରି ବୟ ୨’

Saswati Patra June 10, 2026

You May Have Missed

Odisha Yatri App
  • ଖବର

‘ଓଡ଼ିଶା ଯାତ୍ରୀ’ ଆପ୍‌ରେ ସ୍ମାର୍ଟ ସୁରକ୍ଷା ବ୍ୟବସ୍ଥା: ପରିବହନ ସହ ଜନସୁରକ୍ଷାରେ ଦେଶରେ ପ୍ରଥମ ଓଡ଼ିଶା

Saswati Patra June 29, 2026
hhhhh
  • ଖବର

ଝରାଫୁଲ ହତ୍ୟା ମାମଲାରେ ଆସିଲା ବଡ଼ ରାୟ: ମୁଖ୍ୟ ଅଭିଯୁକ୍ତ ରାକେଶ ସ୍ୱାଇଁକୁ ଆଜୀବନ କାରାଦଣ୍ଡ

Sibu Singh June 29, 2026
Jaynarayan-Mishra-720x430-1
  • ଖବର

ନବ ଦାସ ଓ ମମିତା ମେହେର ହତ୍ୟାକାଣ୍ଡର ପୁନଃ ତଦନ୍ତ ଦାବି କଲେ ଜୟନାରାୟଣ ମିଶ୍ର

Sibu Singh June 29, 2026
Heinrich-Malan
  • କ୍ରୀଡା
  • ଖବର

ଭାରତ ବିପକ୍ଷରେ ଐତିହାସିକ ବିଜୟ ପରେ ଆଇରଲ୍ୟାଣ୍ଡ ଦଳର ମୁଖ୍ୟ କୋଚ୍ ହେନ୍ରିକ୍ ମାଲାନ୍‌ଙ୍କ ଇସ୍ତଫା

Sibu Singh June 29, 2026
yuvasamay

Bringing you the latest news, politics, business, technology, sports and entertainment updates from Odisha, India and around the world.

Categories

  • କ୍ରୀଡା
  • ଖବର
  • ଜୀବନ ଚର୍ଯ୍ୟା
  • ପ୍ରଯୁକ୍ତି
  • ଶିକ୍ଷା
  • ବାଣିଜ୍ୟ
  • ବିଶେଷ
  • ମନୋରଞ୍ଜନ

Quick Links

  • About Us
  • Contact Us
  • Advertise
  • Privacy Policy
  • Disclaimer
  • Sitemap

Latest Links

Odisha News Bhubaneswar News Cuttack News Breaking News Odisha Odisha Education News Job News Odisha OSSC Updates OPSC News Cricket News IPL News Sports News Odisha Technology News AI News Mobile News Odia Cinema Ollywood News Bollywood News Business News Gold Price Odisha Petrol Price Odisha
© 2026 All Rights Reserved by Yuvasamay