ନିର୍ଭୟା ମାମଲାରେ ଦୋଷୀଙ୍କ ଓକିଲଙ୍କ ଚାଞ୍ଚଲ୍ୟକର ବୟାନ


ନିର୍ଭୟା ମାମଲାରେ ଦୋଷୀଙ୍କ ପାଇଁ ଓକିଲାତି କରୁଥିବା ଆଇନଜୀବି ଏପି ସିଂହ ଶୁକ୍ରବାର ଦିନ ଏକ ବଡ ବୟାନ ଦେଇଛନ୍ତି । ସେ ଗଣମାଧ୍ୟମରେ ପ୍ରଶ୍ନ କରି ପଚାରିଛନ୍ତି ଯେ, ଯଦି ନିର୍ଭୟା ମାମଲାରେ ଦୋଷୀଙ୍କୁ ଫାଶୀ ଦିଆଯାଏ ତେବେ ମହିଳାଙ୍କ ଉପରେ ଅତ୍ୟାଚାର କ’ଣ କମିଯିବ ?

ସାମ୍ବାଦିକ ମାନଙ୍କୁ ପ୍ରତିକ୍ରିୟା ଦେଇ ସେ କହିଛନ୍ତି ଯେ, “ହାଇଦ୍ରାବାଦର ଜଣେ ମହିଳା ପଶୁ ଚିକିତ୍ସକଙ୍କ ଦୁଷ୍କର୍ମକାରୀଙ୍କୁ ପୋଲିସ ଏନକାଉଣ୍ଟରରେ ମାରିଦେଲା । ଏବଂ ଏହା ପରେ ସଂସଦରେ ବସିଥିବା ଆମ ସାଂସଦମାନେ ଯେପରି ଅପରାଧିଙ୍କୁ ଗୁଳି ମାରିଦେବା କଥା କହୁଛନ୍ତି, ତାହା ସମ୍ବିଧାନର ସବୁଠାରୁ ବଡ ଅପମାନ । ‘

ସେ ଆହୁରୀ ମଧ୍ୟ କହିଛନ୍ତି ଯେ, “ଦୋଷୀଙ୍କୁ ଫାଶୀ ଦେବା ପରେ ମହିଳାଙ୍କ ଉପରେ ହେଉଥିବା ଅତ୍ୟାଚାର ଏବଂ ଶୋଷଣ ବନ୍ଦ ହୋଇଯିବ ତାହାର କେହି ଗ୍ୟାରେଣ୍ଟି ଦେଇ ପାରିବେ କି ?


Share It

Comments are closed.