ପୁଣି ଥରେ ବ୍ରିଟେନର ପ୍ରଧାନମନ୍ତ୍ରୀ ହେବେ ବୋରିସ ଜନସନ, ଟ୍ୱିଟ କରି ଅଭିନନ୍ଦନ ଜଣାଇଲେ ମୋଦି


ଶୁକ୍ରବାର ଦିନ ବ୍ରିଟେନରେ ସାଧାରଣ ନିର୍ବାଚନର ଫଳାଫଳ ଆସିବା ଆରମ୍ଭ ହୋଇଯାଇଛି । ଫଳାଫଳ ଗଣତି ହେବା ଆରମ୍ଭରୁ ବ୍ରିଟେନର ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ ଦଳ ବହୁମତ ଠାରୁ (୩୨୬) ବହୁତ ଆଗରେ ରହିଥିବାବେଳେ ଅନ୍ୟପଟେ ତାଙ୍କ ବିରୋଧୀ ଦଳ ଲେବର ପାର୍ଟି ୨୦୦ ଆସନ ପାଖାପାଖି ଅଛନ୍ତି ।

ତେବେ ବୋରିସଙ୍କ ଏହି ବିଶାଳ ବିଜୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଶୁଭେଚ୍ଛା ଏବଂ ଅଭିନନ୍ଦନ ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ଟ୍ୱିଟ କରି ଲେଖିଛନ୍ତି ଯେ, ବୋରିସ ଜନସନଙ୍କୁ ମିଳିଥିବା ପ୍ରଚୁର ବହୁମତ ଏବଂ ପ୍ରତ୍ୟାବର୍ତ୍ତନ ପାଇଁ ତାଙ୍କୁ ଅନେକ ଅନେକ ଅଭିନନ୍ଦନ ଓ ଶୁଭେଚ୍ଛା । ବ୍ରିଟେନ-ଭାରତ ମଧ୍ୟରେ ହୋଇଥିବା ଚୁକ୍ତି ସହ ମିଶିକରି କାମ କରିବା ପାଇଁ ମୁଁ ବହୁତ ତତ୍ପର ।


Share It

Comments are closed.