ଗିରଫ ହେଲେ ଦୁର୍ନୀତିଖୋର ବ୍ୟବସାୟୀ ‘ନୀରବ ମୋଦି ‘


ପିଏନବି ଦୁର୍ନୀତିର ମୁଖ୍ୟ ଆସାମୀ ନିରବ ମୋଦିଙ୍କୁ ଲଣ୍ଡନ ପୋଲିସ ଗିରଫ କରିଛି । ସେ ଦୀର୍ଘ ଦିନ ହେବ ବେଶ ବଦଳାଇ ଲଣ୍ଡନରେ ଲୁଚି ରହିଥିବାବେଳେ ତାଙ୍କୁ ଲଣ୍ଡନ ପୋଲିସ ଆଜି ଗିରଫ କରିଛି । ତାଙ୍କୁ ଦୁଇ ଦିନ ପୂର୍ବେ ଲଣ୍ଡନର ୱେଷ୍ଟମିନିଷ୍ଟର କୋର୍ଟ ଗିରଫ କରିବା ପାଇଁ ଜାମିନ ବିହୀନ ପାରୱାନା ଜାରୀ କରିଥିଲା ।
ପ୍ରକାଶ ଥାଉକି ନୀରବଙ୍କ ବିରୋଧରେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଠାରୁ ୧୩ ହଜାର କୋଟିରୁ ଉଦ୍ଧ୍ୱର୍ ଟଙ୍କା ଠକେଇ କରିଥିବାର ଅଭିଯୋଗ ଅଣାଯାଇଥିଲା । ନୀରବଙ୍କୁ ଗିରଫ କରାଯିବା ପରେ ତାଙ୍କୁ ଖୁବ ଶୀଘ୍ର ଭାରତକୁ ଅଣାଯିବା ବୋଲି ପଥ ପରିଷ୍କାର ହୋଇଥିବାବେଳେ ଏହି ସମସ୍ତ ପ୍ରକ୍ରିୟା କେନ୍ଦ୍ର ସରକାରଙ୍କ ଉପରେ ସମ୍ପୂର୍ଣ୍ଣ ସବୁ ନିର୍ଭର କରୁଛି ଜଣାପଡିଛି ।
ସୂଚନା ଯୋଗ୍ୟ, ବ୍ରିଟେନର ଏକ ଦୈନିକ ସମ୍ବାଦପତ୍ର ନୀରବଙ୍କୁ ନେଇ ଏକ ରିପୋର୍ଟ ଏବଂ ଭିଡିଓ ସେୟାର କରିଥିଲା । ଯେଉଁଥିରେ ନୀରବ ଲଣ୍ଡନର ଏକ ରାସ୍ତାରେ ଚଲାବୁଲା କରୁଥିବାର ଦେଖିବାକୁ ମିଳିଥିଲା । କେବଳ ଏତିକି ନୁହେଁ ନୀରବ ସେଠାରେ ରହି ପୁଣିଥରେ ହୀରା ବ୍ୟବସାୟ ଆରମ୍ଭ କରିଦେଇଥିବାବେଳ ୮୦ ଲକ୍ଷ ପାଉଣ୍ଡର ଏକ ବିଳାୟପୂର୍ଣ୍ଣ ଆପାର୍ଟମେଣ୍ଟରେ ସେ ରହୁଥିବାର ସୂଚନା ମଧ୍ୟ ମିଳିଥିଲା ।


Share It

Comments are closed.