ବିଜେଡିକୁ ଲାଗୁଛି ଗୋଟିଏ ପରେ ଗୋଟେ ଶକ୍ତ ଝଟକା


୨୦୧୯ ସାଧାରଣ ନିର୍ବାଚନ ପାଇଁ ବର୍ତ୍ତମାନ ସମସ୍ତ ଦଳ ପକ୍ଷରୁ ଟିକେଟ ବଣ୍ଟନ କାର୍ଯ୍ୟ ଆରମ୍ଭ ହୋଇଯାଇଥିବାବେଳେ ସେପଟେ ରାଜ୍ୟରେ ଶାସନାଧିନ ଥିବା ସରକାର ବିଜେଡିକୁ ଗୋଟିଏ ପରେ ଗୋଟେ ବଡ ଝଟକା ଲାଗିବାରେ ଲାଗୁଛି । ଗତ କିଛି ଧରି ଦଳ ଭିତରେ ଥିବା କେତେକ ଅସନ୍ତୁଷ୍ଠ ଏବଂ ଟିକେଟ ପାଇବାରୁ ବଞ୍ଚିତ ହୋଇଥିବା ନେତା ବିଜେଡି ଛାଡିବା ଧିରେ ଧିରେ ଆରମ୍ଭ କରିଦେଲେଣି ।
ପୂର୍ବରୁ ଟିକେଟ ନପାଇ ବଞ୍ଚିତ ହୋଇଥିବା ନେତା ଦଳରୁ ଇସ୍ତଫା ଦେଇସାରିଥିବାବେଳେ ବର୍ତ୍ତମାନ କନ୍ଧମାଳର ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀ ସିଂହ ଏବଂ ଦଶପଲ୍ଲା ବିଧାୟକ ପୂର୍ଣ୍ଣଚନ୍ଦ୍ର ନାୟକ ନିଜର ପ୍ରାଥମିକତା ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ।
ପ୍ରତ୍ୟୁଷା ତାଙ୍କର ଇସ୍ତଫା ପତ୍ର ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ପଠାଇ ଦେଇଥିବାବେଳେ ତାଙ୍କୁ ଦଳରେ ଅଣଦେଖା କରାଯାଉଥିଲା ବୋଲି ଅଭିଯୋଗ ଆଣିଛନ୍ତି । ଠିକ ସେହିଭଳି ବିଜେଡି ବିରୋଧରେ ପୂର୍ଣ୍ଣଚନ୍ଦ୍ର ମଧ୍ୟ ସମାନ ଅଭିଯୋଗ ଆଣିଛନ୍ତି । ବର୍ତ୍ତମାନ ବିଜେଡି ପକ୍ଷରୁ ଦଶପଲ୍ଲାରେ ରମେଶ ବେହେରାଙ୍କୁ ଟିକେଟ ଦିଆଯାଇଛି ।


Share It

Comments are closed.