ଥାଇରଏଡ ସମସ୍ୟାରୁ ମୁକ୍ତି ପାଇବା ପାଇଁ କ’ଣ କରିବେ ଜାଣନ୍ତୁ


ଥାଇରଏଡ ରୋଗ ଦୁଇ ପ୍ରକାରର ହୋଇଥାଏ । ପ୍ରଥମଟି ହାଇପୋଥାଇରୋଡିଜମ ହୋଇଥିବାବେଳେ ଦ୍ୱିତୀୟଟି ହାଇପରଥାଇରୋଡିଜମ ଅଟେ । ଏହା ଭାରତରେ ବହୁ ସାଧାରଣ ରୋଗ ମଧ୍ୟରୁ ଗୋଟିଏ । ଏହା ପୁରୁଷମାନଙ୍କ ଅପେକ୍ଷା ମହିଳାମାନଙ୍କ କ୍ଷେତ୍ରରେ ବହୁଳ ପରିମାଣରେ ଦେଖାଯାଇଥାଏ । ଥାଇରଏଡ ରୋଗ ପାଇଁ ପ୍ରଚୁର ମେଡିସିନ ଖାଇଲେ ମଧ୍ୟ ଏହାର କୌଣସି ସୁଫଳ ମିଳିନଥାଏ । ଏହାର ନିରାକରଣ ପାଇଁ ପ୍ରତିଦିନ ନିଜର ଡାଏଟରେ ବିଶେଷ ଧ୍ୟାନ ଦେବାକୁ ପଡିଥାଏ । ଥାଇରଏଡର ସମସ୍ୟାରୁ ମୁକ୍ତି ପାଇବା ପାଇଁ ଆପଣ କ’ଣ ଖାଇବେ ଏବଂ କ’ଣ ନଖାଇବେ ଆସନ୍ତୁ ଜାଣିବା ।

୧. ସବୁଜ ପନିପରିବା –

ସବୁଜ ପନିପରିବାରେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ତତ୍ତ୍ୱ ତଥା ଭିଟାମିନ ଏବଂ କ୍ଲୋରୋଫିଲ ରହିଛି । ଯାହା ଶରୀରରୁ ଭାରୀ ଡିଟକ୍ସ ଏବଂ ଟକ୍ସିନକୁ ଅଲଗା କରିଥାଏ । ଏହା ଶରୀରରୁ କଷ୍ଟକୁ ଦୂର କରି ଶକ୍ତି ବୃଦ୍ଧି ହୋଇଥାଏ ଯାହାକି ଥାଇରଏଡ ଗ୍ରନ୍ଥିକୁ ଶକ୍ତିଶାଳୀ କରିଥାଏ । ପ୍ରତିଦିନ ଡାଏଟରେ ସବୁଜ ପନିପରିବା ରହିବା ନିତ୍ୟାନ୍ତ ଆବଶ୍ୟକ ।

୨. ନଟସ , ବାଦାମ ଏବଂ ମସରୁମ –

ଏଥିରେ ପ୍ରଚୁର ପରିମାଣର ସେଲେନିୟମ ରହିଛି । ଯାହାକି ଗୋଡ ଏବଂ ହାତର ଗ୍ରନ୍ଥିକୁ ଶକ୍ତ କରିବାରେ ସାହାଯ୍ୟ କରିଥାଏ । ଏଥିରେ ମଧ୍ୟ ଓମେଗା -୩ ଫ୍ୟାଟି ଏସିଡ ରହିଛି ଯାହା ହାଡର ଗ୍ରନ୍ଥିକୁ ମଜବୁତ କରିଥାଏ । ଏବଂ ଥାଇରଏଡର ସମସ୍ୟାରୁ ମୁକ୍ତି ପ୍ରଦାନ କରିଥାଏ ।

୩. ପ୍ରୋଟିନଯୁକ୍ତ ଖାଦ୍ୟ –

ଉଚ୍ଚ ପରିମାଣର ପ୍ରୋଟିନ ଥିବା ଖାଦ୍ୟ ଥାଇରଏଡ ପାଇଁ ଖୁବ ଉପକାରୀ । ବିଭିନ୍ନ ପ୍ରକାରର ଡାଲି ଜାତୀୟ ଉତ୍ପାଦ ତଥା ବୁଟ,ହରଡ ଇତ୍ୟାଦି ଏବଂ ମଟର, ଦହି, ମଟର ଛୁଇଁ, ଅଣ୍ଡା, ମାଛ, ମାଂସ ଇତ୍ୟାଦି ଖାଇବା ଉଚିତ । ଏହା ଦ୍ୱାରା ଶରୀରରେ ଅଧିକ ପରିମାଣର ଶକ୍ତି ଉତ୍ପ୍ନ ହୋଇଥାଏ ଏବଂ ଗ୍ରନ୍ଥିକୁ ଶକ୍ତି ପ୍ରାଦନ କରି ଥାଇରଏଡ ସମସ୍ୟାକୁ ଦୂର କରିଥାଏ ।

୪. କ’ଣ ବାରଣ କରିବେ –

ଥାଇରଏଡ ସମସ୍ୟା ଥିବା ବ୍ୟକ୍ତିମାନେ ଯଥା ସମ୍ଭବ ଫାଇବର ଯୁକ୍ତ ଖାଦ୍ୟ ଠାରୁ ଦୂରେଇ ରୁହନ୍ତୁ । ଏତତ୍ ବ୍ୟତୀତ ଫାଷ୍ଟ ଫୁଡ, ତେଲ ଭାଜି, ଚିନି ଯୁକ୍ତ ଉତ୍ପାଦ ଠାରୁ ଦୂରେଇ ରୁହନ୍ତୁ । ଥଣ୍ଡା ପାନୀୟ ଠାରୁ ମଧ୍ୟ ଦୂରେଇ ରହିବା ଆବଶ୍ୟକ । କାରଣ ଏହା ଶରୀରରୁ ଟକ୍ସିନ ଦୂର କରିବାରେ କଷ୍ଟ ଉତ୍ପନ୍ନ କରିଥାଏ ।


Share It

Comments are closed.