ଭାରତରେ ଲେକ୍ସସ୍ ଆରଏକ୍ସ ୪୫୦ଏଚଏଲର ଶୁଭାରମ୍ଭ


ଭୁବନେଶ୍ୱର: ଅଗ୍ରଣୀ ବିଳାସପୂର୍ଣ୍ଣ କର୍ ନିର୍ମାତା ଲେକ୍ସସ୍ ଇଣ୍ଡିଆ ପକ୍ଷରୁ ସମସ୍ତ-ନୂତନ ଆରଏକ୍ସ ୪୫୦ଏଚ୍ଏଲ୍ ବିଳାସପୂର୍ଣ୍ଣ ଏସ୍ୟୁଭିର ଶୁଭାରମ୍ଭ କରାଯାଇଛି, ଯାହା ବ୍ରାଣ୍ଡର ପ୍ରମୂଖ ମଡେଲରେ ଏକ ବୈପ୍ଳବିକ ପରିବର୍ତ୍ତନ ଆଣିଛି । ଆରଏକ୍ସର ବୁକିଂ ଅକ୍ଟୋବର ୨୦୧୯ରୁ ଆରମ୍ଭ ହେଉଛି । ବର୍ତ୍ତମାନ ଏହାର ଚତୁର୍ଥ ପିଢ଼ିରେ ଏହି କାର୍ ଏକ ତୃତୀୟ ରୋ ସିଟିଂ, ଏକ ଚମତ୍କାର ଓ ଆକର୍ଷଣୀୟ ବାହ୍ୟ ଡିଜାଇନ୍ ସହିତ ଉଚ୍ଚ ମାନର କାର୍ଯ୍ୟ ପ୍ରଦର୍ଶନ କରୁଥିବା ଆଭ୍ୟନ୍ତରୀଣ ପ୍ରଦାନ କରୁଛି । ଏହି ନୂତନ ମଡେଲ୍ର ଆକର୍ଷଣୀୟ ମୂଲ୍ୟ ଟ. ୯୯,୦୦,୦୦୦ ରହିଛି (ଏକ୍ସଶୋରୁମ୍ ମୂଲ୍ୟ, ନୂଆଦିଲ୍ଲୀ) ।
ଆର୍ଏକ୍ସ ୪୫୦ଏଚଏଲର ବାହାର ଭାଗ ଏକ ଶକ୍ତିଶାଳୀ ଆକାରତା ପ୍ରଦାନ କରୁଛି । ଏହି ଗାଡ଼ିର ଉଚ୍ଚ ସକ୍ଷମତାଯୁକ୍ତ ବିସ୍ଭିଆଇ କମ୍ପ୍ଲିଆଣ୍ଟ, ୩.୫ ଇଞ୍ଜିନ୍ ଏକ ଆକର୍ଷଣୀୟ ଗାଡ଼ି ଚାଳନା ଅନୁଭୂତି ଓ ଏକ ଅଭୂତପୂର୍ବ ପାରିବେଶିକ କାର୍ଯ୍ୟ ପ୍ରଦର୍ଶନତା ନିମନ୍ତେ ଅନୁମତି ପ୍ରଦାନ କରୁଛି । ଭି୬ ଆଟକିନ୍ସନ୍ ସାଇକେଲ୍ ଇଞ୍ଜିନ୍ ଡୁଆଲ୍ ଭିଭିଟି-ଆଇ ଓ ଅତ୍ୟାଧୁନିକ ଡି-୪ଏସ୍ ଇନ୍ଧନ ପ୍ରବେଶ ବ୍ୟବସ୍ଥା ଭଳି ବୈଶିଷ୍ଟ୍ୟତା ପ୍ରଦାନ କରୁଛି । ଏହା ଚମତ୍କାର ଚାଳନତା, ଇନ୍ଧନ ସକ୍ଷମତା ଓ କମ୍ ନିର୍ଗମନତା ସହିତ ରୋମାଞ୍ଚକ କାର୍ଯ୍ୟଦକ୍ଷତା ପ୍ରଦର୍ଶନ କରୁଛି ।
ଏହି ଶୁଭାରମ୍ଭ ଅବସରରେ ପି ଭି ବେଣୁଗୋପାଳ, ସଭାପତି ଲେକ୍ସସ୍ ଇଣ୍ଡିଆ ପ୍ରକାଶ କରିଛନ୍ତି, “ଆରଏକ୍ସ ୪୫୦ଏଚ୍ଏଲ୍ ଏକ ସ୍ୱତଃ-ଚାର୍ଜିଂ ହାଇବ୍ରିଡ଼ ଇଲେକ୍ଟ୍ରିକ୍ ଯାନ ଅଟେ, ଯାହା ଗ୍ରାହକଙ୍କୁ ବିଳାସପୂର୍ଣ୍ଣ ଚାଳନା ଅନୁଭୂତି ପ୍ରଦାନ କରୁଛି । ବିକଶିତ ଜ୍ଞାନକୌଶଳ, ଡିଜାଇନ୍ ଓ ଆକର୍ଷଣୀୟ ମୂଲ୍ୟ ଆରଏକ୍ସ ୪୫୦ଏଚ୍ଏଲ୍କୁ ଆମର ନୂତନ ଅତିଥିମାନଙ୍କ ପାଇଁ ଏକ ଅଭିଳାଷପୂର୍ଣ୍ଣ କାର୍ ଭାବେ ପ୍ରତିଷ୍ଠିତ କରାଇବ । ଆମେ ଆମର ନୂତନ ଆରଏକ୍ସ ସହିତ ଭାରତୀୟ ବଜାରକୁ ପ୍ରଦାନ କରିଥିବା ପ୍ରତିଶୃତିକୁ ବଜାୟ ରଖିଛୁ ଏବଂ ପୂର୍ବରୁ ପ୍ରଦାନ କରାଯାଇଥିବା ଲାଇନରେ ଏକ ନୂତନ ମୂଲ୍ୟ ଯୋଗ କରିଛୁ ।”


Share It

Comments are closed.