ବଜାରକୁ ଆସିଲା ସ୍ମାର୍ଟଫୋନ୍ ଯାହା ବହିପରି ଫୋଲ୍ଡ ହୋଇ ପାରୁଛି

ସାମସଙ୍ଗ ବଜାରକୁ ଆଣିଲା ବିଶ୍ୱର ସବୁଠୁ ଦାମୀ ଓ ହାଇଟେକ ସ୍ମାର୍ଟଫୋନ୍


ଅଗ୍ରଣୀ ବ୍ରାଣ୍ଡ ସାମସଙ୍ଗ ପକ୍ଷରୁ ବିଳାସପୂର୍ଣ୍ଣ ସ୍ମାର୍ଟଫୋନ୍ ଗାଲାକ୍ସି ଫୋଲ୍ଡର ଶୁଭାରମ୍ଭ କରିଛି, ଯାହା ବିଶ୍ୱର ସବୁଠୁ ଦାମୀ ଓ ହାଇଟେକ ସ୍ମାର୍ଟଫୋନ୍ । ଏହା ଅତି ଉଚ୍ଚ ପ୍ରଯୁକ୍ତି ଆଶା କରୁଥିବା ଗ୍ରାହକମାନଙ୍କୁ ଏକ ନୂତନ ପିଢ଼ିର ସ୍ମାର୍ଟଫୋନ୍ ଡିଜାଇନ୍, ଜ୍ଞାନକୌଶଳ ଓ ଗ୍ରାହକ ଅନୁଭୂତି ପ୍ରଦାନ କରୁଛି । ଏହାର ଚମତ୍କାର ୭.୩ ଇଞ୍ଚ ଇନ୍ଫିନିଟି ଫ୍ଲେକ୍ସ ଡିସପ୍ଲେ ଏକ ବୈପ୍ଳବିକ ଉଚ୍ଚ ମାନର ବୃହତ ସ୍କ୍ରିନ୍ ଅନୁଭୂତି ପ୍ରଦାନ କରୁଛି । ଏହା ଗ୍ରାହକଙ୍କ ପ୍ରିୟ ଗେମ୍, ଓ ଚଳଚ୍ଚିତ୍ରଗୁଡ଼ିକୁ ଜୀବନଠାରୁ ଅଧିକ ବଡ଼ କରୁଛି ଓ ସେମାନଙ୍କୁ ବାସ୍ତବିକ ଆନନ୍ଦ ପ୍ରଦାନ କରୁଛି । ଗାଲାକ୍ସି ଫୋଲ୍ଡ ଗ୍ରାହକମାନେ ମୋବାଇଲ୍ ଜଗତରେ ଗ୍ରାହକ ସେବା କ୍ଷେତ୍ରରେ ପ୍ରଥମ ଥର ପାଇଁ ଏକ ଉତ୍ସର୍ଗୀକୃତ ୨୪ ଘଣ୍ଟିଆ ବିଶେଷଜ୍ଞ ସେବା ସହିତ ଅଭୂତପୂର୍ବ ଅନୁଭୂତି ପାଉଛନ୍ତି । ଗାଲାକ୍ସି ଫୋଲ୍ଡ ୧୨ ଜିବି ରାମ୍ ଓ ୫୧୨ ଜିବି ଇଣ୍ଟରନାଲ୍ ଷ୍ଟୋରେଜ୍ ସହିତ ଆସୁଛି ଏବଂ ପ୍ରିମିଅମ୍ କସ୍ମସ୍ ବ୍ଲାକ୍ ରଙ୍ଗରେ ମାତ୍ର ୧୬୪, ୯୯୯ ଟଙ୍କାରେ ଉପଲବ୍ଧ ହେଉଛି ।
ଭାରତରେ ଗାଲାକ୍ସି ଫୋଲ୍ଡର ପ୍ରି-ବୁକିଂ ଅକ୍ଟୋବର ୪, ୨୦୧୯ରେ ଖୋଲୁଛି ଏବଂ ଏହାର ଯୋଗାଣ ଅକ୍ଟୋବର ୨୦, ୨୦୧୯ରେ ଆରମ୍ଭ ହେଉଛି । ପ୍ରି-ବୁକିଂ ପାଇଁ ଗାଲାକ୍ସି ଫୋଲ୍ଡ ସାମସଙ୍ଗର ଅଫିସିଆଲ୍ ଅନ୍ଲାଇନ୍ ଷ୍ଟୋର୍, ସାମସଙ୍ଗ ସପ୍ ଏବଂ ୩୫ଟି ସହରରେ ଥିବା ୩୧୫ ଆଉଟଲେଟ ସହିତ ବେଙ୍ଗାଲୁରୁରେ ଥିବା ସ୍ୱତନ୍ତ୍ର ସାମସଙ୍ଗ ଅପେରା ହାଉସରେ ଉପଲବ୍ଧ ହେଉଛି ।
ଏଚ ସି ହଙ୍ଗ, ସାମସଙ୍ଗ ଦକ୍ଷିଣ ପଶ୍ଚିମ ଏସିଆର ସଭାପତି ଓ ମୂଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ କହିଛନ୍ତି ଯେ, “ଗାଲାକ୍ସି ଫୋଲ୍ଡ ସହିତ ଆମେ ସାମ୍ଭାବ୍ୟତାଠାରୁ ଉପରକୁ ଯାଉଛୁ ଏବଂ ଅନ୍ୟମାନଙ୍କ ଠାରୁ ଭିନ୍ନ ଏକ ଡିଭାଇସର ଶୁଭାରମ୍ଭ କରି ମୋବାଇଲ୍ ବିଭାଗକୁ ପୁନଃବିଶ୍ଳେଷିତ କରୁଛୁ । ସାମସଙ୍ଗ ସ୍ମାର୍ଟଫୋନ୍ ଡିଜାଇନ୍ ପାଇଁ ସମ୍ପୂର୍ଣ୍ଣ ଭାବେ ଏକ ନୂତନ ଛାପ ପ୍ରସ୍ତୁତ କରୁଛି ଏବଂ ଆମେ ଗ୍ରାହକ ଅନୁଭୂତିକୁ ଏକ ପରବର୍ତ୍ତୀ ସ୍ତରକୁ ନେବା ବଜାୟ ରଖିବୁ ।”
ରଞ୍ଜିବଜିତ୍ ସିଂହ, ମୁଖ୍ୟ ବିପଣନ ଅଧିକାରୀ ଓ ବରିଷ୍ଠ ଉପସଭାପତି, ମୋବାଇଲ୍ ବ୍ୟବସାୟ, ସାମସଙ୍ଗ ଇଣ୍ଡିଆ କହିଛନ୍ତି, “ଗାଲାକ୍ସି ଫୋଲ୍ଡ ଏକ ମୁଖ୍ୟ-ପରିବର୍ତ୍ତନକାରୀ ଅଟେ । ଗାଲାକ୍ସି ଫୋଲ୍ଡ ସେହିମାନଙ୍କ ପାଇଁ ଉଦ୍ଧିଷ୍ଟ, ଯେଉଁମାନେ ଷ୍ଟାଇଲ୍, ଡିଜାଇନ୍, ବିଳାସପୂର୍ଣ୍ଣତା କ୍ଷେତ୍ରରେ ସେମାନଙ୍କ ଜୀବନରେ ସର୍ବୋତ୍ତମତା ଚାହୁଁଛନ୍ତି । ଏହା ଉତ୍ସର୍ଗୀକୃତ ଅବିରତ ସେବା ଓ ଏକ ବର୍ଷ ଇନ୍ଫିନିଟି ଫ୍ଲେକ୍ସ ଡିସପ୍ଲେ ସୁରକ୍ଷା ସହିତ ଅତ୍ୟାଧୁନିକ ସେବା ପ୍ରଦାନ କରୁଛି ।”

Share It

Comments are closed.