ମୋଦିଙ୍କ ଭାଷଣକୁ ପ୍ରସାରଣ ନକରି ନିଲମ୍ବିତ ହେଲେ ଦୂରଦର୍ଶନ କର୍ମଚାରୀ


ଏହି ସପ୍ତାହରେ ଚେନ୍ନାଇରେ ଅନୁଷ୍ଠିତ ଏକ ସଭାରେ ମୋଦୀଙ୍କ ଅଭିଭାଷଣର କିଛି ଅଂଶକୁ ସିଧାପ୍ରସାରଣ ନକରିବାର ଦଣ୍ଡ ଭୋଗିବାକୁ ପଡ଼ିଛି ଜଣେ ଉଚ୍ଚ ପଦସ୍ଥ ଦୁରଦର୍ଶନ ଚେନ୍ନାଇ କେନ୍ଦ୍ର କର୍ମୀଙ୍କୁ । ସୂଚନାନୁଯାୟୀ ଏହି ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚେନ୍ନାଇ ଆସି ତିନୋଟି ସ୍ଥାନରେ ତାଙ୍କର ଅଭିଭାଷଣ ପ୍ରଦାନ କରିଥିଲେ । ଚେନ୍ନାଇ ଭ୍ରମଣରେ ପ୍ରଥମେ ମୋଦୀ ବିମାନବନ୍ଦରଠାରେ ତାଙ୍କ ସମର୍ଥକଙ୍କ ପାଇଁ ଏକ କ୍ଷୁଦ୍ର ଭାଷଣ ରଖିଥିଲେ । ଏହାପରେ ସେ ଆଇଆଇଟି ମାଡ୍ରାସ୍ ରିସର୍ଚ୍ଚ ପାର୍କରେ ଅନୁଷ୍ଠିତ ହାକାଥନ୍ ସମ୍ମୀଳନୀ ଓ ୫୬ତମ କନ୍ଭୋକେସନ୍ରେ ତାଙ୍କର ଅଭିଭାଷଣ ପ୍ରଦାନ କରିଥିଲେ ।
ତାଙ୍କ ବିମାନବନ୍ଦର ଓ କନ୍ଭୋକେସନ୍ ଅଭିଭାଷଣ ଡିଡି ପୋଢିଗାଇ, ଡିଡି ନ୍ୟାସନାଲ୍ ଓ ଅନେକ ବେସରକାରୀ ଟିଭି ଚ୍ୟାନେଲ୍ମାନଙ୍କରେ ସିଧା ପ୍ରସାରିତ ହୋଇଥିଲା । ମାତ୍ର ହାକାଥନ୍ ସମ୍ମୀଳନୀରେ ମୋଦୀଙ୍କ ଅଭିଭାଷଣର କିଛି ଅଂଶ ପ୍ରସାରିତ ହୋଇଥିଲା ଓ ଅନ୍ୟାନ୍ୟ ଅଂଶଗୁଡ଼ିକୁ ନିୟମିତ ନ୍ୟୁଜ୍ ବୁଲେଟିନ୍ ଆକାରରେ ପ୍ରଦର୍ଶନ କରାଯାଇଥିଲା । ତେବେ ପ୍ରସାର ଭାରତୀ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶଶୀ ଶେଖର ଭୀମପତିଙ୍କ କହିବା ଅନୁଯାୟୀ, ଏହି ଆଂଶିକ ପ୍ରସାରଣକୁ ନେଇ ଡିଡି ଚେନ୍ନାଇ କେନ୍ଦ୍ରର ଆସିଷ୍ଟାଣ୍ଟ ନିର୍ଦ୍ଦେଶକ (କାର୍ଯ୍ୟକ୍ରମ) ଆର୍ ବାସୁମତୀଙ୍କୁ ତୁରନ୍ତ ଛଟେଇ କରାଯାଇଛି ।


Share It

Comments are closed.