ଏବେ ଅଟିଜିମ ପିଲା ହୋଇପାରିବେ ଭଲ, ଭୁବନେଶ୍ୱରରେ ପଡୁଛି ମାଗଣା ଚେକଅଫ୍ କ୍ୟାମ୍ପ

Share It

ମୁମ୍ବାଇରେ ସ୍ଥାପିତ ହୋଇଥିବା ତଥା ଭାରତର ଅଗ୍ରଣୀ ଷ୍ଟେମ୍ ସେଲ୍ ଥେରାପି କେନ୍ଦ୍ର, ନ୍ୟୁରୋଜେନ୍ ବ୍ରେନ୍ ଆଣ୍ଡ ସ୍ପାଇନ୍ ଇନଷ୍ଟିଚ୍ୟୁଟ୍, ଅଟିଜିମ୍ ସମସ୍ୟାରେ ପିଡ଼ିତ ପିଲାମାନଙ୍କ ପାଇଁ ଏକ ବିସ୍ତୃତ ସମାଧାନ ପ୍ରଦାନ କରୁଛି । ଏପର୍ଯ୍ୟନ୍ତ, ନ୍ୟୁରୋଜେନ୍ ବିଶ୍ୱର ବିଭିନ୍ନ ପ୍ରାନ୍ତରୁ ୨୦୦୦ରୁ ଉଦ୍ଧ୍ୱର୍ ଅଟିଷ୍ଟିକ୍ ପିଲାମାନଙ୍କୁ ଚିକିତ୍ସା ପ୍ରଦାନ କରିଛି ।ନ୍ୟୁରୋଜେନ୍ ବିଏସ୍ଆଇ ସୁରକ୍ଷିତ ଓ ପ୍ରଭାବଶାଳୀ ଭାବରେ ଷ୍ଟେମ୍ ସେଲ୍ ଥେରାପି ମାଧ୍ୟମରେ ଆରୋଗ୍ୟ ହୋଇ ପାରୁନଥିବା ସ୍ନାୟୁବିକ ସମସ୍ୟାରେ ପିଡ଼ିତ ରୋଗୀମାନଙ୍କୁ ସାହାଯ୍ୟ କରିବା, ସେମାନଙ୍କ ଲକ୍ଷଣ ଓ ଶାରୀରିକ ଅକ୍ଷମତାଗୁଡ଼ିକୁ କମାଇବା ନିମନ୍ତେ ପ୍ରସ୍ତୁତ ହୋଇଛି । ନ୍ୟୁରୋଜେନ୍ ବିଏସ୍ଆଇ ଅଟିଜିମ୍, ସେରେବ୍ରାଲ୍ ପ୍ଲାସି, ମାନସିକ ରୋଗ, ମସ୍ତିଷ୍କାଘାତ, ମସ୍କୁଲାର୍ ଡିଷ୍ଟ୍ରୋଫି, ସ୍ପାଇନାଲ୍ କର୍ଡ ଆଘାତ, ମୁଣ୍ଡରେ ଆଘାତ, ସେରେବେଲାର୍ ଆଟେକ୍ସିଆ, ଡେମେନ୍ସିଆ, ମୋଟର ନ୍ୟୁରନ୍ ରୋଗ, ମଲ୍ଟିପୁଲ୍ ସ୍ଲେରୋସିସ୍ ଓ ନ୍ୟୁରୋସାଇକିଆଟ୍ରିକ୍ ସମସ୍ୟା ପରି ସ୍ନାୟବିକ ସମସ୍ୟାଗୁଡ଼ିକ ପାଇଁ ଷ୍ଟେମ୍ ସେଲ୍ ଥେରାପି ଓ ଉପଯୁକ୍ତ ଥଇଥାନ ପ୍ରଦାନ କରୁଛି । ବର୍ତ୍ତମାନ ପର୍ଯ୍ୟନ୍ତ, ଏହି ଅନୁଷ୍ଠାନ ୬୫ଟି ଦେଶରୁ ସଫଳ ଭାବେ ୯୦୦୦ ରୋଗୀଙ୍କୁ ଚିକିତ୍ସା ପ୍ରଦାନ କରିଛି । ନ୍ୟୁରୋଜେନ୍ ବ୍ରେନ୍ ଆଣ୍ଡ ସ୍ପାଇନ୍ ଇନ୍ଷ୍ଟିଚ୍ୟୁଟ୍ ନଭେମ୍ବର ୧୬, ୨୦୧୯ରେ ଭୁବନେଶ୍ୱରଠାରେ ଓଡ଼ିଶାର ସମସ୍ତ ସ୍ନାୟବିକ ସମସ୍ୟା ଥିବା ପିଲାମାନଙ୍କ ପାଇଁ ଏକ ମାଗଣା କର୍ମଶାଳା ସହିତ ଓପିଡି ପରାମର୍ଶ ଶିବିର ଆୟୋଜନ କରୁଛି । ନ୍ୟୁରୋଜେନ୍ ସ୍ପାଇନାଲ୍ କର୍ଡ ଆଘାତ, ମସ୍କୁଲାର୍ ଡିସ୍ଟ୍ରୋଫି, ଅଟିଜିମ୍, ସେରେବ୍ରାଲ୍ ପ୍ଲାସି ଇତ୍ୟାଦି ରୋଗୀମାନଙ୍କୁ ବୁଝିଥିବାରୁ ସେମାନଙ୍କୁ ସୁବିଧା ପ୍ରଦାନ କରିବା ପାଇଁ ଏହି ଶିବିରର ଆୟୋଜନ କରୁଛି । କାରଣ କେବଳ ପରାମର୍ଶ କରିବା ପାଇଁ ମୁମ୍ବାଇକୁ ଯାତ୍ରା କରିବା ଅତ୍ୟନ୍ତ କଷ୍ଟକର ଅଟେ । ଆରୋଗ୍ୟ ହୋଇପାରୁ ନଥିବା ସ୍ନାୟବିକ ରୋଗରେ ପିଡ଼ିତ ରୋଗୀମାନେ ଏହି ମାଗଣା ଶିବିରରେ ପରାମର୍ଶ ଗ୍ରହଣ କରିବା ପାଇଁ ପୁସ୍କଳାଙ୍କୁ ୦୯୮୨୧୫୨୯୬୫୩ / ୦୯୯୨୦୨୦୦୪୦୦ରେ ଯୋଗାଯୋଗ କରିପାରିବେ ।
ଡା. ଆଲୋକ ଶର୍ମା, ପ୍ରଫେସର ତଥା ନ୍ୟୁରୋସର୍ଜରୀ ମୁଖ୍ୟ, ଏଲ୍ଟିଏମ୍ଜି ହସ୍ପିଟାଲ୍ ଓ ଏଲ୍ଟିଏମ୍ ମେଡିକାଲ୍ କଲେଜ୍, ସିଅନ୍ ମୁମ୍ବାଇ ଏବଂ ନିର୍ଦ୍ଦେଶକ, ନ୍ୟୁରୋଜେନ୍ ବ୍ରେନ୍ ଆଣ୍ଡ ସ୍ପାଇନ୍ ଇନ୍ଷ୍ଟିଚ୍ୟୁଟ୍ ପ୍ରକାଶ କରିଛନ୍ତି, “ଚିକିତ୍ସା ବିଜ୍ଞାନରେ ବିକାଶ ଦର୍ଶାଉଛି ଯେ, ଏକ କଷ୍ଟକର ଅଚିକିତ୍ସନୀୟ ସମସ୍ୟା ଏକ ବହୁ-ଶୃଙ୍ଖଳିତ ଉପାୟରୁ ଆସିଥାଏ । ଏହା ସେତେବେଳେ ହୋଇଥାଏ, ଯେତେବେଳେ ବିଭିନ୍ନ ବିଶେଷତା ଥିବା ଲୋକମାନେ ସେମାନଙ୍କ ଜ୍ଞାନ, ଦକ୍ଷତା ଓ ଉତ୍ସଗୁଡ଼ିକୁ ଏକତ୍ରିତ କରିଥାଆନ୍ତି ।”\nଡା ରିଚା ବଂଶୋଦ, ସର୍ଜିକାଲ୍ ସର୍ଭିସ୍ ମୁଖ୍ୟ, ନ୍ୟୁରୋଜେନ୍ ବ୍ରେନ୍ ଆଣ୍ଡ ସ୍ପାଇନ୍ ଇନ୍ଷ୍ଟିଚ୍ୟୁଟ୍ କହିଛନ୍ତି, “ଅଟିଜିମ୍ ସ୍ପେକ୍ଟ୍ରମ୍ ସମସ୍ୟା (ଏଏସ୍ଡି) ପିଲାଦିନେ ହେଉଥିବା ଏକ ସାଧାରଣ ନ୍ୟୁରୋ ସାଇକିଆଟ୍ରିକ୍ ସମସ୍ୟା ଅଟେ । ଆମେରିକାରେ ପ୍ରତି ୬୮ ଜଣ ପିଲାଙ୍କ ମଧ୍ୟରେ ଜଣଙ୍କୁ ଅଟିଜିମ୍ ହୋଇଥାଏ । ଭାରତରେ ଏହି ସଂଖ୍ୟା ପ୍ରତି ୨୫୦ ଜଣ ପିଲାଙ୍କ ମଧ୍ୟରେ ୧ ଜଣଙ୍କୁ ଅଟିଜିମ୍ ହୋଇଥାଏ । ଏହି ସଂଖ୍ୟା ଉତ୍ତମ ଚିହ୍ନଟ ଓ ସଚେତନତା ଯୋଗୁଁ ବୃଦ୍ଧି ପାଇଛି ।”ଡା ନନ୍ଦୀନି ଗୋକୁଳଚନ୍ଦ୍ରନ୍, ଡେପୁଟି ନିର୍ଦ୍ଦେଶକ ଓ ମେଡ଼ିକାଲ୍ ସେବା ମୁଖ୍ୟ, ନ୍ୟୁରୋଜେନ୍ ବ୍ରେନ୍ ଆଣ୍ଡ ସ୍ପାଇନ୍ ଇନ୍ଷ୍ଟିଚ୍ୟୁଟ୍ କହିଛନ୍ତିି, “ଅଟିଜିମ୍ ହେଉଛି ପିଲାମାନଙ୍କଠାରେ ଦେଖାଯାଉଥିବା ଏକ ସମସ୍ୟା, ଯାହା ଦ୍ୱାରା କଥା କହିବାରେ ସମସ୍ୟା, ହାଇପର ୍ଆକ୍ଟିଭିଟି, ଉତ୍ତେଜକ ବ୍ୟବହାର ଓ ସାମାଜିକ ଭାବ ବିନିମୟରେ କଷ୍ଟ ହୋଇଥାଏ । ବର୍ତ୍ତମାନ ଭାରତରେ ଏକ କୋଟି ପିଲା ଏଥିରେ ପ୍ରଭାବିତ ହୋଇଛନ୍ତି । ଲକ୍ଷଣକୁ କମାଇବା, ସ୍ୱତନ୍ତ୍ର ଶିକ୍ଷା, ପେଶାଗତ ବକ୍ତବ୍ୟ ଓ ବ୍ୟବହାରିକ ଥେରାପି ପାଇଁ ସେମାନେ ଔଷଧ ମାଧ୍ୟମରେ ଚିକିତ୍ସିତ ହେଉଛନ୍ତି ।
ଏପରି କିଛି ସମସ୍ୟା ରହିଛି, ଯେଉଁଠାରେ ଉତ୍ତମ ଔଷଧ ଥାଇ ମଧ୍ୟ ବର୍ତ୍ତମାନ ସୁଦ୍ଧା ଚିକିତ୍ସା ବିଜ୍ଞାନ ରୋଗୀମାନଙ୍କୁ ସେମାନଙ୍କ ଚିକିତ୍ସା ବା ଶାରୀରିକ ଲକ୍ଷଣରେ ସନ୍ତୋଷଜନକ ସେବା ଦେଇପାରିି ନାହିଁ ।”\n୧୬ ବର୍ଷର ବାଳକ ଅନୁରାଗ ଚାମ୍ପି ଓଡ଼ିଶାର ବାସିନ୍ଦା ଅଟନ୍ତି । ଅନୁରାଗ ସଗୋତ୍ର ବିବାହ କରିଥିବା ଦମ୍ପତିଙ୍କଠାରୁ ଅତ୍ୟନ୍ତ ସାଧାରଣ ଭାବେ ଜନ୍ମ ଗ୍ରହଣ କରିଥିଲେ । ମାଆଙ୍କର ବୟସ ୩୨ ଥିଲା, ଯାହାଙ୍କର ଆଗରୁ କେବେ ଗର୍ଭଧାରଣ ହୋଇ ନଥିଲା କିମ୍ବା ପ୍ରସବରେ ଜଟିଳତା ନଥିଲା । କିନ୍ତୁ ସାତ ମାସ ସମୟରେ ତାଙ୍କ ମାଆ ସିଡ଼ିରୁ ପଡ଼ିଯାଇଥିଲେ । ପଡ଼ିବା କାରଣରୁ ମେଡିକାଲ୍ ପରିକ୍ଷାରେ ଭୃଣ ଓ ମାଆଙ୍କ କ୍ଷେତ୍ରରେ କୌଣସି ଅସୁବିଧା ଦେଖାଯାଇ ନଥିଲା । ତାଙ୍କର ପରିବାରର ଇତିହାସରେ ମଧ୍ୟ ଅଟିଜିମ୍ କିମ୍ବା ଏହି ସମ୍ପର୍କୀତ କୌଣସି ସମସ୍ୟା ନଥିଲା । ଜନ୍ମ ସମୟରେ ଅନୁରାଗ ଜଣେ ସ୍ୱାସ୍ଥ୍ୟବାନ ଶିଶୁ ଥିଲେ କିନ୍ତୁ ସେ କାନ୍ଦୁ ନଥିଲେ । ତିନି ବର୍ଷ ପର୍ଯ୍ୟନ୍ତ ତାଙ୍କର ନିୟମିିତ ଭାବେ ବୃଦ୍ଧି ହୋଇଥିଲା । ମୋଟ ଉପରେ ଅଭିବୃଦ୍ଧି ସାଧାରଣ ଥିଲା । କିନ୍ତୁ ମାଆ ସଂଗୀତା ଲକ୍ଷ୍ୟ କଲେ ଯେ, ଅନୁରାଗ ମନକୁ ମନ କଥା କହୁଛନ୍ତି ଏବଂ ତାଙ୍କର ଧ୍ୟାନ ପ୍ରଦାନର ସମୟ ଅତ୍ୟନ୍ତ କମ୍ ଥିଲା । ଓଡ଼ିଶା ଓ ଭେଲୋର୍ଠାରେ ଅନେକ ଅନୁସନ୍ଧାନ ଓ ମେଡ଼ିକାଲ୍ ପରୀକ୍ଷା କରିବା ପରେ ତାଙ୍କୁ ଅଟିଜିମ୍ ହୋଇଥିବା ଜଣାପଡ଼ିଥିଲା । ତାଙ୍କର ଉନ୍ନତି ଓ ସମସ୍ୟାଗୁଡ଼ିକର ସମାଧାନ ୧୫ ବର୍ଷ ପର୍ଯ୍ୟନ୍ତ ହେଲା । ୨୦୧୮ରେ ଅନୁରାଗଙ୍କ ପରିବାର ଇଣ୍ଟରନେଟ୍ ମାଧ୍ୟମରେ ଷ୍ଟେମ୍ ସେଲ୍ ଥେରାପି ବିଷୟରେ ଜାଣିବାକୁ ପାଇଲେ ।\nଅନୁରାଗଙ୍କ ପରିବାର ଅନ୍ଲାଇନରେ ମେଡ଼ିକାଲ୍ ରିପୋର୍ଟ ଓ ଭିଡିଓ ସେୟାର୍ କରି ଅନ୍ଲାଇନ୍ ମୋଡ଼ର ଚିକିତ୍ସା ନିମନ୍ତେ ଅଗ୍ରସର ହେଲେ ।
ନ୍ୟୁରୋ ରିଜେନେରେଟ୍ ରିହାବିଲିଟେସନ୍ ଥରୋପି (ଏନଆରଆରଟି) କରାଇ ଆନୁରାଗଙ୍କ ବିକାଶ ହେବ ବୋଲି ହୃଦୟଙ୍ଗମ କରି ଓ ସକରାତ୍ମକ ପ୍ରତିକ୍ରିୟା ଗ୍ରହଣ କରି, ଅନୁରାଗ ସେପ୍ଟେମ୍ବର ୨୦୧୮ରେ ପ୍ରଥମ ରାଉଣ୍ଡର ଚିକିତ୍ସା ପାଇଁ ନ୍ୟୁରୋଜେନ୍ ବିଏସଆଇକୁ ଆସିଲେ ।\nସେପ୍ଟେମ୍ବର ୨୦୧୮ରେ ହୋଇଥିବା ପରୀକ୍ଷା ସମୟରେ ଅନୁରାଗଙ୍କ ମୁଖ୍ୟ ଅଭିଯୋଗ ଥିଲା ଯେ, ସେ ଆଦେଶ ଅନୁସରଣ କରିବାକୁ ବାରମ୍ବାର ସୂଚନାଗୁଡ଼ିକୁ ଗ୍ରହଣ କରୁଥିଲେ ଓ ଅସଂଗତି ଭାବେ ସେଗୁଡ଼ିକୁ ଅନୁସରଣ କରୁଥିଲେ । । ତାଙ୍କ ଅବଗତି ବୟସ ଅନୁସାରେ ଉପଯୁକ୍ତ ନଥିଲା । ସମାଜରେ ତାଙ୍କର ଯୋଗଯୋଗତା ନିମ୍ନ ମାନର ଥିଲା । ହାଇପରଆକ୍ଟିଭିଟି ଅତ୍ୟଧିକ ଥିଲା । ସେ ଅତ୍ୟଧିକ ଭାବେ ଉତ୍ତେଜିତ ହୋଇଯାଉଥିଲେ ।
ଦୈନଦିନ କାର୍ଯ୍ୟକଳାପ, ଯେପରିକି ଦାନ୍ତ ସଫାକରିବା, ଗାଧୋଇବା ପାଇଁ ତାଙ୍କୁ ସହଯୋଗ କରିବାକୁ ପଡ଼ୁଥିଲା ।\nନ୍ୟୁରୋଜେନ୍ ବ୍ରେନ୍ ଆଣ୍ଡ ସ୍ପାଇନ୍ ଇନ୍ଷ୍ଟିଚ୍ୟୁଟ୍ରେ ଅନୁରାଗ ଏକ ଅନୁକୂଳତମ ଥଇଥାନ କାର୍ଯ୍ୟକ୍ରମ ମାଧ୍ୟମରେ ଷ୍ଟେମ୍ ସେଲ୍ ଥେରାପି ଗ୍ରହଣ କରୁଥିଲେ । ଏହି ଥଇଥାନ କାର୍ଯ୍ୟକ୍ରମର ଲକ୍ଷ୍ୟ ଥିଲା ହାଇପର ଆକ୍ଟିଭିଟିକୁ କମାଇବା ପାଇଁ ଅବଗତି ବିକାଶ କରିବା ଓ ବୁଝିବା, ଚେତନାକୁ ବୃଦ୍ଧି କରିବା, ଆଦେଶ ଅନୁସରଣ କରିବା ଏବଂ ରୋଗୀର ମୋଟ୍ ଉପରେ କାର୍ଯ୍ୟ କରିବାର କ୍ଷମତାକୁ ବୃଦ୍ଧି କରିିବା । ତାଙ୍କୁ କିଛି ବ୍ୟାୟାମ କରିବାକୁ କୁହାଯାଇଥିଲା, ଯାହା ତାଙ୍କର ବୁଝିବା ଶକ୍ତିରେ ବିକାଶ, ବ୍ୟବହାରକୁ ବୁଝିପାରିବା, ଚେତନା ଓ ପରିଚାଳନା ସମସ୍ୟସକୁ ବୁଝିପାରିବା କ୍ଷେତ୍ରରେ ସହାୟକ ହେଉଥିଲା । ତାଙ୍କୁ ବିଭିନ୍ନ ପ୍ରମୁଖ ତଥା ଅଭିଜ୍ଞ ବିଶେଷଜ୍ଞମାନଙ୍କ ଦ୍ୱାରା ଅକୁପେସନାଲ୍ ଥେରାପି, ଫିଜିଓଥେରାପି, ସ୍ପିଚ୍ ଥେରାପି ଓ ମାନସିକ ପରାମର୍ଶ ଭଳି ଏକ ସମିଶ୍ରିତ କାର୍ଯ୍ୟକ୍ରମର ସମ୍ଭାର ପ୍ରଦାନ କରାଯାଇଥିଲା ।
ଏହା ତାଙ୍କୁ ତାଙ୍କର ସାମୁହିକ ଦକ୍ଷତା, ସକ୍ଷମତା ଓ ମୋଟ ଉପରେ ବିକାଶ ନିମନ୍ତେ ସହାୟକ ହୋଇଥିଲା । ଏହି ବ୍ୟାୟାମ ଗୁଡ଼ିକ ରୋଗୀକୁ ସଠିକ୍ ଭବେ ଅଧିକ ସମୟ ଆଶ୍ରୟ ଅବଧି ରଖି କରାଗଲା । ଏହି ଥଇଥାନ କାର୍ଯ୍ୟକ୍ରମର ଲକ୍ଷ୍ୟ ତାଙ୍କର ଜୀବନର ମାନକୁ ବୃଦ୍ଧି କରିବା ନିମନ୍ତେ ଥିଲା । ଅନୁରାଗଙ୍କ କ୍ଷେତ୍ରରେ ଧିରେ ଧିରେ ବିକାଶ ହେବାରୁ ତାଙ୍କର ଅଭିଭାବକ ଏନଆରଆରଟିର ଦ୍ୱିତୀୟ ପର୍ଯ୍ୟାୟର ଆୟୋଜନ କରିବାକୁ ସ୍ଥିର କଲେ ଏବଂ ଅଗଷ୍ଟ ୨୦୧୯ରେ ଏହା କରାଇଲେ ।ଏନଆରଆରଟି ପରେ ତାଙ୍କଠାରେ ବିକାଶ ପରିଲିକ୍ଷିତ ହେଲା, ଏଥିସହ ଧ୍ୟାନ ପ୍ରଦାନ ଓ ଚେତନା ଶକ୍ତିରେ ବିକାଶ ହେଲା । ସେ ଦିଆଯାଇଥିବା କୌଣସି କାର୍ଯ୍ୟ କରିବା ପାଇଁ ଅନେକ ସମୟ ବସିପାରୁଥିଲେ । ତାଙ୍କର ଆଦେଶକୁ ଅନୁସରଣ କରିବାରେ ଉନ୍ନତି ଘଟିଲା । ସେ ଅବାଧରେ ୧-୨ ଆଦେଶ ଅନୁସରଣ କରିବାକୁ ସକ୍ଷମ ହେଲେ । ସମାଜରେ ଭାବ ବିନିିମୟ ଉନ୍ନତି ଘଟିଲା ଓ ସେ ନୂଆ ଲୋକଙ୍କ ସହ ଜଡ଼ିତ ହେଲେ । ଉତ୍ତେଜନା ଓ ହାଇପରଆକ୍ଟିଭିଟି ଅଭୂତପୂର୍ବ ଭାବେ ହ୍ରାସ ପାଇଲା । ଗାଧୋଇବା, ଦାନ୍ତ ଘଷିବା, ଶୌଚ କରିବା ଆଦି ଦୈନଦିନ କାର୍ଯ୍ୟକଳାପ ସେ ସ୍ୱାଧିନ ଭାବେ କଲେ । ଶ୍ରୀମତି ସଂଗୀତା ଓ ଶ୍ରୀଯୁକ୍ତ ଜେମପାଲ୍ ଚାମ୍ପି ପ୍ରକାଶ କରିଛନ୍ତି, “ଷ୍ଟେମ୍ ସେଲ୍ ଥେରାପି ପରେ ଅନୁରାଗଠାରେ ଚମତ୍କାର ଭାବେ ବିକାଶ ଦେଖିବାକୁ ମିଳିଛି । ଆମେ ନ୍ୟୁରୋଜେନ୍ ବିଏସଆଇରେ ଚିକିତ୍ସା କରି ଓ ସୁବିଧା ପାଇ ଖୁବ୍ ଆନନ୍ଦିତ ।”


Share It

Comments are closed.