ଦେଶର ଅର୍ଥନୀତିକୁ ନେଇ ଚିନ୍ତା ପ୍ରକଟ କଲେ ପୂର୍ବତ୍ତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ


ପୂର୍ବତ୍ତନ ପ୍ରଧାନମନ୍ତ୍ରୀ ମହମୋହନ ସିଂହ ଭାରତୀୟ ଅର୍ଥବ୍ୟବସ୍ଥା ଉପରେ ଚିନ୍ତା ପ୍ରକଟ କରିବା ସହ କହିଛନ୍ତି ଯେ, ଅର୍ଥବ୍ୟବସ୍ଥାରେ ମାନ୍ଦାବସ୍ଥା ଯୋଗୁଁ ମହାରାଷ୍ଟ୍ରରେ ଏହାର ପ୍ରଭାବ ପଡିଛି । ଏଥିଯୋଗୁଁ ଅଟୋମୋବାଇଲ ସେକ୍ଟର ସମ୍ପୂର୍ଣ୍ଣ ପ୍ରଭାବିତ ହୋଇଛି । ପ୍ରତ୍ୟେକ ତୃତୀୟ ଜଣକ ବ୍ୟକ୍ତି ବେକାରୀ ଅଟନ୍ତି । କୃଷକ ଆତ୍ମହତ୍ୟା ମାମଲାରେ ମହାରାଷ୍ଟ୍ର ୧ନଂରେ ରହିଛି । ନିବେଶକମାନେ ମହାରାଷ୍ଟ୍ରକୁ ଛାଡି ଅନ୍ୟ ରାଜ୍ୟକୁ ଚାଲିଯାଉଛନ୍ତି ।

ପ୍ରକାଶ ଥାଉକି, ଗତ କିଛି ମାସ ପୂର୍ବରୁ ପୂର୍ବତ୍ତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଭାରତର ଅର୍ଥନୀତିକୁ ନେଇ ଚିନ୍ତା ବ୍ୟକ୍ତ କରିଥିଲେ । ସେ କହିଥିଲେ ଯେ, ଭାରତୀୟ ଅର୍ଥବ୍ୟବସ୍ଥାର ସ୍ତର ଦିନକୁ ଦିନ ହ୍ରାସ ପାଇବାରେ ଲାଗିଛି କିନ୍ତୁ ତତକାଳୀନ ସରକାର ଏଥିପ୍ରତି ଗମ୍ଭୀର ନୁହନ୍ତି । ଆଗାମୀ ଦିନମାନଙ୍କରେ ଏହାର ପରିଣାମ କ’ଣ ହେବ ତାହାର କଳ୍ପନା କେହି କରିବି ପାରିବେ ନାହଁ । ସେ ଆହୁରୀ ମଧ୍ୟ କହିଥିଲେ ଯେ, ସରକାର ଏଥିପ୍ରତି ତୁରନ୍ତ ଜରୁରୀକାଳୀନ ପଦକ୍ଷେପ ନେବା ଉଚିତ ।


Share It

Comments are closed.