ବିଜେପୁରର ବିଜେଡି ପ୍ରାର୍ଥୀ ପାଇଁ ରୀତାଙ୍କ ନାମରେ ମୋହର ମାରିଲେ ନବୀନ


ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ବିଜେପୁର ଉପନିର୍ବାଚନ ପାଇଁ ପୁଣିଥରେ ବିଜେଡିରୁ ପ୍ରାର୍ଥୀ ହୋଇଛନ୍ତି ରୀତା ସାହୁ । ବିଜେପୁର ଉପନିର୍ବାଚନ ପାଇଁ ବିଜେଡି ପ୍ରାର୍ଥୀ ରୂପେ ଶନିବାର ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରୀତଙ୍କ ନାମରେ ମୋହର ମାରିଥିବାବେଳେ ସେ ପୁଣି ଥରେ ବିରୋଧୀଙ୍କୁ ଏକ ମାଷ୍ଟର ଷ୍ଟ୍ରୋକ ଦେଇଛନ୍ତି । ରୀତା ଆସାନ୍ତା ୩୦ ତାରିଖରେ ନାମାଙ୍କନ ଭରିବେ । ବିଜେପୁରର ପୂର୍ବତ୍ତନ ବିଧାୟକ ସୁବଳ ସାହୁଙ୍କ ପତ୍ନୀ ଅଟନ୍ତି ରୀତା ।

ସୁବଳଙ୍କ ଦେହାନ୍ତ ପରେ ରୀତା ବିଜେଡିରେ ସାମିଲ ହୋଇଥିବାବେଳେ ୨୦୧୮ ଉପନିର୍ବାଚନରେ ଦଳ ପକ୍ଷରୁ ତାଙ୍କୁ ପ୍ରାର୍ଥୀ କରାଯାଇଥିଲା । ଏହି ନିର୍ବାଚନରେ ରୀତା ତାଙ୍କର ନିକଟତ୍ତମ ବିଜେପି ପ୍ରତିଦ୍ୱନ୍ଦୀ ଆଶୋକ ପାଣିଗ୍ରାହୀଙ୍କୁ ୪୨ ହଜାରରୁ ଉର୍ଦ୍ଧ ଭୋଟ ବ୍ୟବଧାନରେ ପରାସ୍ତ କରି ବିଜେପୁରର ବିଧାୟକ ରୂପେ ନିର୍ବାଚିତ ହୋଇଥିଲେ ।


Share It

Comments are closed.