ଭାବବିହ୍ୱଳ ହୋଇ ଲତାଙ୍କୁ ଜନ୍ମଦିନର ଅଭିନନ୍ଦନ ଜଣାଇଲେ ସଚିନ


ଆଜି ହେଉଛି ସ୍ୱର ସାମ୍ରାଗୀ ତଥା ଭାରତ ରତ୍ନ ସମ୍ମାନରେ ସମ୍ମାନୀତ ହୋଇଥିଲା ଲତା ମଙ୍ଗେସକରଙ୍କ ଜନ୍ମଦିନ । ସେ ୯୦ ବର୍ଷରେ ପାଦ ଥାପି ଥିବାବେଳେ ଏହି ଅବସରରେ କ୍ରିକେଟ କିମ୍ବଦନ୍ତୀ ସଚିନ ତେନ୍ଦୁଲକର ତାଙ୍କୁ ଅଭିନନ୍ଦନ ମଧ୍ୟ ଜଣାଉଛନ୍ତି । ଏହି ଅବସରରେ ସଚିନ ନିଜ ଟ୍ୱିଟରରେ ଏକ ଭିଡିଓ ସେୟାର କରିବା ସହ ଲତା ମଙ୍ଗେସକରଙ୍କ ସହ ନିଜର ପୁରୁଣା ସ୍ମୃତିକୁ ମନେ ପକାଇ ତାଙ୍କୁ ଅଭିନନ୍ଦନ ଏବଂ ଶୁଭେଚ୍ଛାର ବାର୍ତ୍ତା ଦେଇଛନ୍ତି । କେବଳ ଏତିକି ନୁହେଁ ଲତାଙ୍କ ପକ୍ଷରୁ ପ୍ରଦାନ କରାଯାଇଥିବା ଉପହାର ତାଙ୍କ ପାଇଁ କେତେ ମହତ୍ତ୍ୱପୂର୍ଣ୍ଣ ସେ ସଂପର୍କରେ ମଧ୍ୟ ସଚିନ ମଧ୍ୟ ବର୍ଣ୍ଣନା କରିଛନ୍ତି ।

ସେ ଭିଡିଓକୁ ସେୟାର କରି କହିଛନ୍ତି, “ନମସ୍କାର ଦିଦି, ଆଜି ଆପଣ ୯୦ ବର୍ଷରେ ପାଦ ଥାପିଛନ୍ତି । ଏହି ଅବସରରେ ଆପଣଙ୍କୁ ଅନେକ ଅନେକ ଅଭିନନ୍ଦନ ଏବଂ ଶୁଭେଚ୍ଛା । ସତ କୁହୁଛି ଆପଣଙ୍କ ପ୍ରଥମ ଗୀତ ମୁଁ କେବେ ଏବଂ କେଉଁଠି ଶୁଣିଥିଲି ତାହା ମୋର ମନେ ନାହିଁ । ଏକଥା ମୁଁ କିନ୍ତୁ ନିଶ୍ଚୟ ଶୁଣିଛି ଯେ, ସନ୍ତାନଟି ଯେତେବେଳେ ମା’ର ଗର୍ଭରେ ଥାଏ ତେବେ ସେତେବେଳେ ସେ ସବୁକିଛି ଶୁଣିଥାଏ । ମୋତେ ଏହା ଲାଗୁଛି ଯେ, ମୁଁ ସେହି ସମୟରେ ଆପଣଙ୍କ ପ୍ରଥମ ଗୀତ ଶୁଣିଥିବି । ମୋ ଜୀବନରେ ଏଭଳି କୌଣସି ଦିନଟିଏ ବିତି ନଥିବ ଯେଉଁ ଦିନ ମୁଁ ଆପଣଙ୍କୁ ଗୀତ ଶୁଣିନଥିବି । ”ସଚିନ ଆହୁରୀ ମଧ୍ୟ କହିଛନ୍ତି ଯେ, “ଆପଣ ମୋ ପାଇଁ ଏକ ଖାସ ଗୀତ ଗାଇଥିଲେ – ‘ତୁ ଯାହାଁ ଯାହାଁ ଚଲେଗା ମେରା ସାଏ ସାଏ ଉଂହା ଉଂହା ଯାଏଗା’ ।

କେବଳ ଏତିକି ନୁହେଁ ଆପଣ ଯେଉଁଭଳି ଭାବରେ ମୋତେ ନିଜର ସନ୍ତାନ ଭଳି ଭଲ ପାଇବା ଏବଂ ଆର୍ଶୀବାଦ ଦେଇଛନ୍ତି , ତାହାକୁ ମୁଁ କେବେବି ଭୁଲି ପାରିବି ନାହିଁ । ଏବଂ ଆପଣ ଉକ୍ତ ଗୀତଟିକୁ ଯେଉଁ ହସ୍ତାକ୍ଷରରେ ଲେଖି ତାହାକୁ ଏକ ଫ୍ରେମ କରି ମୋତେ ଉପହାର ଦେଇଥିଲେ, ତାହା ମୋ ପାଇଁ ସବୁଠାରୁ ବଡ ଉପହାର ଅଟେ । କିନ୍ତୁ ଏହି ଉପହାର ଠାରୁ ଭଗବାନ ମୋତେ ଆହୁରୀ ବଡ ଉପହାର ଦେଉଛନ୍ତି, ଯିଏକି ହେଉଛନ୍ତି ଆପଣ । ଭଗବାନଙ୍କ ନିକଟରେ ମୁଁ ଏହା ପ୍ରାର୍ଥନା କରିବି ସେ ସର୍ବଦା ଆପଣଙ୍କୁ ଖୁସି ଏବଂ ସୁରକ୍ଷିତ ରଖନ୍ତୁ ।”


Share It

Comments are closed.