ଡାଟସନ ଇଣ୍ଡିଆ ପକ୍ଷରୁ ଗୋ ସିଭିଟି ଏବଂ ଗୋ+ସିଭିଟିର ପ୍ରିବୁକିଙ୍ଗ ଆରମ୍ଭ


ଭୁବନେଶ୍ୱର: ନିସାନ୍ ଇଣ୍ଡିଆ ପକ୍ଷରୁ ଏହାର ଡାଟସନ ବ୍ରାଣ୍ଡର ସିଭିଟି ଭାରିଆଣ୍ଟର ଡାଟସନ ଗୋ ଏବଂ ଗୋ+ର ପ୍ରିବୁକିଂ ଆରମ୍ଭ କରାଯାଇଛି । ଗ୍ରାହକମାନେ ଦେଶର ଯେକୌଣସି ନିସାନ ଏବଂ ଡାଟସନ ଡିଲରସିପରେ ମାତ୍ର ଟ.୧୧,୦୦୦ ମୂଲ୍ୟର ସମ୍ପୂର୍ଣ୍ଣ ଫେରସ୍ତଯୋଗ୍ୟ ଡାଉନ ପେମେଣ୍ଟ ସହ ସେମାନଙ୍କର ଡାଟସନ ଗୋ ସିଭିଟି ଏବଂ ଗୋ+ସିଭିଟି ପାଇଁ ପ୍ରି-ବୁକିଙ୍ଗ କରିପାରିବେ । ଏହାର ପ୍ରି-ବୁକିଙ୍ଗ ଚଳିତ ବର୍ଷ ସେପ୍ଟେମ୍ବର ୨୭ ରୁ ଆରମ୍ଭ କରାଯାଇଛି । ନିସାନ୍ ଡାଟସନ ଗୋ ଏବଂ ଗୋ+ ସିଭିଟି କ୍ରାସ ଏବଂ ପଦଚାରୀଙ୍କ ସୁରକ୍ଷା, ବେଗ ଅନୁଧ୍ୟାନ କରିପାରୁଥିବା ଅଟୋ ଡୋର ଲକ୍, ପ୍ରଥମକରି ନେଇଆସିଥିବା ଭେଇକିଲ ଡାଇନାମିକ କଣ୍ଟ୍ରୋଲ(ଭିଡିସି)ଏବଂ ଦୁଇଟି ଏୟାର ବ୍ୟାଗ୍ ଭଳି ଅନେକ ଉନ୍ନତ ବେଶିଷ୍ଟ୍ୟଯୁକ୍ତ ଅଟେ, ଯାହାକି ଏହାକୁ ଏକ ସୁରକ୍ଷିତ କାର୍ର ମାନ୍ୟତା ପ୍ରଦାନ କରେ ।

ଏହି ଅବସରରେ ନିଶାନ ମୋଟର ଇଣ୍ଡିଆ ପ୍ରାଇଭେଟ ଲିମିଟେଡର ମୁଖ୍ୟ ପରିଚାଳ ନିର୍ଦ୍ଦେଶକ, ଶ୍ରୀ ରାକେଶ ଶ୍ରୀବାସ୍ତବ କହିଛନ୍ତିଯେ, “ସମସ୍ତ ଭାରତୀୟ ଗ୍ରାହକ ମାନଙ୍କର ଚାହିଦାକୁ ଦୃଷ୍ଟିରେ ରଖି ଆମ୍ଭେମାନେ ଏହି ନୂତନ ଡାଟସନ ଗୋ ସିଭିଟି ଏବଂ ଗୋ+ସିଭିଟି ପ୍ରଥମ କରି ୫ଏସ ୟୂଏସପି ଯଥା-ସ୍ପେସ, ସେଫ, ସ୍ମାର୍ଟ, ଏବଂ ସିଓର ଭଳି ଜାପାନୀ କୌଶଳ ସହିତ ନିର୍ମାଣ କରିଛୁ । ” ଏହି ଡାଟସନ ଇଣ୍ଡିଆ ଏବଂ ଏହାର ଉତ୍ପାଦ ଗୁଡ଼ିକ ବିଷୟରେ ଅଧିକ ଜାଣିବା ପାଇଁ ଏହି https://www.datsun.co.in/ ୱେବସାଇଟ୍ କୁ ଲଗ୍ ଇନ୍ କରନ୍ତୁ ।


Share It

Comments are closed.