ଧାରା ୩୭୦ ଉଚ୍ଛେଦ ପରେ ପ୍ରଥମଥର ପାଇଁ ମୁହଁ ଖୋଲିଲେ ରାହୁଲ


ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିବା ଓ କେନ୍ଦ୍ର ଶାସିତ ରାଜ୍ୟ ଗଠନ କରିବା ନେଇ କେନ୍ଦ୍ର ସରକାର ଯେଉଁ ନିଷ୍ପତ୍ତି ନେଇଛନ୍ତି ଏବେ ଏହା ଉପରେ ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ମୁହଁ ଖୋଲିଛନ୍ତି। ରାହୁଲ ଏନେଇ ଆଜି ଟ୍ବିଟ୍ କରିଛନ୍ତି। ସେ ଟ୍ବିଟ କରି ଉଲ୍ଲେଖ କରିଛନ୍ତି, ଏହା ସମ୍ବିଧାନର ଉଲଂଘନ ଓ ଏହି ନିଷ୍ପତ୍ତି ଫଳରେ ଜାତୀୟ ସୁରକ୍ଷା ବିପଦରେ ପଡିପାରେ। ରାଷ୍ଟ୍ରୀୟ ଅଖଣ୍ଡତାକୁ ବଜାୟ ରଖିବା ପାଇଁ ଜମ୍ମୁ-କଶ୍ମୀରର ଏକତରଫା ଖଣ୍ଡଖଣ୍ଡ କରିହେବ ନାହିଁ। ଲୋକଙ୍କୁ ନେଇ ଦେଶ ନିର୍ମାଣ କରାଯାଇଥାଏ। ବିଜେପିର ଫଇସଲାରେ ରାଷ୍ଟ୍ରୀୟ ସୁରକ୍ଷା ବିପଦରେ ରହିଛି ବୋଲି କହିଛନ୍ତି ରାହୁଲ।


ଉଲ୍ଲେଖନୀୟ ଯେ, କଂଗ୍ରେସ ପାର୍ଟି କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ଯୋରଦାର ଭାବରେ ବିରୋଧ କରିଛନ୍ତି ଓ ରାଜ୍ୟସଭାରେ ଏହି ପ୍ରସ୍ତାବ ବିରୋଧରେ ଭୋଟ ଦେଇଥିଲା। କେବଳ ରାହୁଲ ଗାନ୍ଧି ନୁହେଁ ଆଜି କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରି ଗୃହରେ ଏହି ବିଲକୁ ଅଣସମ୍ବିଧାନିକ ବୋଲି କହିଛନ୍ତି, ଏହି ସମୟରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓ ତାଙ୍କ ଭିତରେ ବିତର୍କ ହୋଇତିଲା। କଂଗ୍ରେସ ପକ୍ଷରୁ ମନିଷ ତିଓ୍ବାରୀ ମଧ୍ୟ ଏହି ବିଲକୁ ବିରୋଧ କରିବା ସହ କହିଥିଲେ କେନ୍ଦ୍ର ସରକାର ସମ୍ବିଧାନର ଉଲଂଘନ କରୁଛନ୍ତି।


Share It

Comments are closed.