ଖୁବ ଶୀଘ୍ର ‘ଡୋଭାଲ’ଙ୍କ ଭୂମିକାରେ ନଜର ଆସିବେ ଅକ୍ଷୟ


ଖୁବ ଶୀଘ୍ର ଅକ୍ଷୟଙ୍କ ଆଗାମୀ ଫିଲ୍ମ ‘ମିସନ ମଙ୍ଗଲ’ ରିଲିଜ ହେବାକୁ ଯାଉଥିବାବେଳେ ଏହି ଫିଲ୍ମରେ ସରମନ ଜୋଶୀ, ବିଦ୍ୟା ବାଲନ, ତାପସୀ ମନୁ, ସୋନାକ୍ଷୀ ସିହ୍ନା ଏବଂ କିର୍ତ୍ତି କୁହ୍ଲାରୀଙ୍କ ଭଳି ଅନେକ ଲୋକପ୍ରିୟ କଳାକାରଙ୍କୁ ମଧ୍ୟ ଦେଖିବାକୁ ମିଳିବ । ‘ଏସ ଶଙ୍କର’ଙ୍କ ଦ୍ୱାରା ନିର୍ମିତ ହୋଇଥିବା ଏହି ଫିଲ୍ମ ଅଗଷ୍ଟ ୧୫ରେ ରିଲିଜ ହେବ । ଅକ୍ଷୟ କୁମାର ବର୍ତ୍ତମାନ ଏହି ଫିଲ୍ମର ପ୍ରମୋସନ ପାଇଁ ବ୍ୟସ୍ତ ରହିଥିବାବେଳେ ଅନ୍ୟପଟେ ଅକ୍ଷୟଙ୍କ ପ୍ରଶଂସଙ୍କ ପାଇଁ ପୁଣି ଏକ ଖୁସି ଖବର ସାମନାକୁ ଆସିଛି ।
ମିଳିଥିବା ସୂଚନା ମୁତାବକ, ଅକ୍ଷୟ ଖୁବ ଶୀଘ୍ର ମୋଦିଙ୍କ ରାଷ୍ଟ୍ରିୟ ସୁରକ୍ଷା ପରାମର୍ଶଦାତ୍ତା ‘ଅଜିତ ଡୋଭାଲ’ଙ୍କ ଭୂମିକାରେ ନଜର ଆସିବାକୁ ଯାଉଛନ୍ତି । ନିର୍ଦ୍ଦେଶକ ‘ନିରଜ ପାଣ୍ଡେ’, ଡୋଭାଲଙ୍କ ଉପରେ ଏକ ଫିଲ୍ମ ନିର୍ମାଣ କରିବାକୁ ଯାଉଥିବାବେଳେ ଡୋଭାଲଙ୍କ ଭମିକାରେ ଅକ୍ଷୟ ନଜର ଆସିବେ ବୋଲି ଚୂଡାନ୍ତ ହୋଇ ସାରିଛି ।
ପ୍ରକାଶ୍ର ଥାଉକି, ପୂର୍ବରୁ ଅକ୍ଷୟ ଏବଂ ନୀରଜ ବେବି, ସ୍ପେଶାଲ ୨୬ ଓ ରୁସ୍ତମ ଭଳି ଫିଲ୍ମରେ ଏକାଠି କାମ କରିସାରିଥିବାବେଳେ ବର୍ତ୍ତମାନ ପୁଣି ଥରେ ‘ଡୋଭାଲ’ଙ୍କ ଉପରେ ନିର୍ମିତ ହେବାକୁ ଥିବା ଫିଲ୍ମରେ ଉଭୟଙ୍କୁ ଏକାଠି ଦେଖିବାକୁ ମିଳିବ ।


Share It

Comments are closed.