୩୭୦ ଉଚ୍ଛେଦ ପରେ ବର୍ତ୍ତମାନ ଛାନିଆ ହେଲାଣି ପାକିସ୍ତାନ


ସୋମବାର ଦିନ କାଶ୍ମୀର ପ୍ରସଙ୍ଗରେ କେନ୍ଦ୍ର ସରକାର ଏକ ଐତିହାସିକ ନିଷ୍ପତି ନେଇଛନ୍ତି ଯାହା ଦ୍ୱାରା ‘ଗୋଟିଏ ଦେଶ ଗୋଟିଏ ଆଇନ’ ଅନୁସାରେ ଜମ୍ମୁ କାଶୀରର ସର୍ବାଙ୍ଗୀନ ଉନ୍ନତି ହେବା ସହ ଆତଙ୍କବାଦୀ ଏବଂ ଭ୍ରଷ୍ଟାଚାର ବିରୋଧରେ ଏହା ହେଉଛି ଏକ ଶକ୍ତ ଝଟକା । ଏହି ନୀତିକୁ ବିରୋଧ କରୁଥିବା କାଶ୍ମୀରର ଆଞ୍ଚଳିକ ଦଳମାନଙ୍କ ଚିନ୍ତାଧାରାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଦୃଢ ନିନ୍ଦା କରାଯାଇଥିଲା ।
କେନ୍ଦ୍ର ସରକାରଙ୍କ ଏହି ନିଷ୍ପତି ଦ୍ୱାରା ପାକିସ୍ତାନକୁ ଶକ୍ତ ଝଟକା ଲାଗିଥିବାବେଳେ ସେ ଏହାକୁ ବିରୋଧ ମଧ୍ୟ କରିଛି । ଭାରତ ସରକାରଙ୍କ ଏହି ପଦକ୍ଷେପକୁ ପାକିସ୍ତାନ ବେଆଇନ ଏବଂ ଏକପାଖିଆ ବୋଲି କହିବା ସହ ଏହା ବିରୋଧରେ ଆବଶ୍ୟକ ପଦକ୍ଷେପ ନେବାକୁ ଧମଜ୍ମଧ୍ୟ ଦେଇଛି । କେବଳ ଏତିକି ନୁହେଁ ଭାରତର ଏହି ଘଟଣାକୁ ନେଇ ପାକିସ୍ତାନ ଜାତିସଂଘର ଦ୍ୱାରସ୍ଥ ହେବ ବୋଲି ମଧ୍ୟ କହିଛି ।
ଏହି ଘଟଣାକୁ ନେଇ ପାକିସ୍ତାନର ବୈଦେଶିକ ମନ୍ତ୍ରୀ କହିଛନ୍ତି ଯେ, “ଇସଲାମାବାଦ ଏହି ପ୍ରସଙ୍ଗରେ ଇସଲାମିକ ସମନ୍ୱୟ ସଂଗଠନ, ମାନବାଧିକାର ସଂଗଠନ ଓ ଅନ୍ୟ ବନ୍ଧୁ ସଂଗଠନ ରାଷ୍ଟ୍ରଙ୍କ ସହ ଆଲୋଚନା କରି ଯଥା ସମ୍ଭବ ପଦକ୍ଷେପ ନେବ । ” ଅନ୍ୟପଟେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଏହି ନିଷ୍ପତିକୁ ବିରୋଧ କରିବା ସହ ମିଳିଥିବା ସୂଚନା ମୁତାବକ ସେ ଏକ ଜରୁରୀ କ୍ୟାବିନେଟ ବୈଠକ ମଧ୍ୟ ଡକାଇଛନ୍ତି ।
ସେହିଭଳି ପାକିସ୍ତାନ ସେନା ପ୍ରମୁଖ ଜେନେରାଲ କମର ବାଜୱା କାଶ୍ମୀର ପ୍ରସଙ୍ଗରେ ଚର୍ଚ୍ଚା କରିବା ପାଇଁ ମଙ୍ଗଳବାର ଦିନ ‘କର୍ଫ କମାଣ୍ଡର’ଙ୍କ ଏକ ଜରୁରୀ ବୈଠକ ମଧ୍ୟ ଡାକିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ଏହି ବୈଠକର ମୂଳ ଏଜେଣ୍ଡା, କାଶ୍ମୀର ନିୟନ୍ତ୍ରଣ ରେଖାରେ ବର୍ତ୍ତମାନର ସ୍ଥିତି କ’ଣ ରହିଛି ସେ ସଂକ୍ରାନ୍ତରେ ଜରୁରୀ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି ।


Share It

Comments are closed.