ନାସା ପକ୍ଷରୁ ‘ବିକ୍ରମ ଲ୍ୟାଣ୍ଡର’କୁ ନେଇ ଦିଆଗଲା ଗୁରୁତ୍ୱପୂର୍ଣ୍ଣ ସୂଚନା


ଇସ୍ରୋର ଚନ୍ଦ୍ରାୟନ-୨ ମିଶନକୁ ନେଇ ନାସା ପକ୍ଷରୁ ଏକ ବଡ ଖବର ସାମନାକୁ ଆସିଛି । ନାସା ପକ୍ଷରୁ କୁହାଯାଇଛି ଯେ, ଚନ୍ଦ୍ର ପୃଷ୍ଟରେ ବିକ୍ରମ ଲ୍ୟାଣ୍ଡର ହାଇ ଲ୍ୟାଣ୍ଡିଙ୍ଗ ହୋଇଛି ।

ନାସା ପକ୍ଷରୁ ସେ ଅଞ୍ଚଳର ହାଇ ରିଜଲୁସନ ଫଟୋ ମଧ୍ୟ ଜାରି କରାଯାଇଛି, ଯେଉଁଠାରେ ବିକ୍ରମ ଲ୍ୟାଣ୍ଡର ପ୍ରକୃତରେ ଲ୍ୟାଣ୍ଡିଙ୍ଗ ହେବାର ଥିଲା । ନାସା ପକ୍ଷରୁ ଆହୁରୀ ମଧ୍ୟ କୁହାଯାଇଛି ଯେ, “ବିକ୍ରମ ଲ୍ୟାଣ୍ଡର ପ୍ରକୃତରେ କେଉଁ ଠାରେ ଲ୍ୟାଣ୍ଡିଙ୍ଗ କରିଛି ତାହା ବର୍ତ୍ତମାନ ପର୍ଯ୍ୟନ୍ତ ଜଣାପଡିନଥିବାବେଳେ ବୈଜ୍ଞାନିକଙ୍କ ମତ ଅନୁଯାୟୀ, ସେଠାରେ ବର୍ତ୍ତମାନ ରାତି ହୋଇଗଲାଣି ଏବଂ ସବୁଆଡେ ଅନ୍ଧାର ହୋଇଯିବା ହେତୁ ଆମକୁ ସଠିକ ସୂଚନା ମିଳିବାରେ ବାଧା ଉପୁଜୁଛି । ଏହା ମଧ୍ୟ ହୋଇଥାଇପାରେ ବିକ୍ରମ ଲ୍ୟାଣ୍ଡର କୌଣସି ଛାୟୀ ମଧ୍ୟରେ ଲୁଚିରହିଥିବ । ”ଅନ୍ୟପଟେ ନାସା ଆହୁରୀ ମଧ୍ୟ କହିଛି ଯେ, ସେ ପୁଣିଥରେ ଲ୍ୟାଣ୍ଡିଙ୍ଗ ସାଇଟ ନିକଟରେ ପହଥିବା ପରେ ଅକ୍ଟୋବର ୧୪ରେ ପୁଣିଥରେ ବିକ୍ରମ ଲ୍ୟାଣ୍ଡର ସନ୍ଦାନର କରିବାରେ ଚେଷ୍ଟା କରିବ ।


Share It

Comments are closed.