ବାସ୍ତୁ ନିୟମ ଅନୁଯାୟୀ ଆପଣଙ୍କ ଘର ପାଇଁ କଣ ରହିଛି ରଙ୍ଗର ମହତ୍ୱ, ଜାଣନ୍ତୁ


ଯେମିତିକି ଦୀପାବଳୀ ପର୍ବ ବହୁତ ନିକଟତର ହେଲାଣି ତେଣୁ ଏହିଭଳି ସମୟରେ ପ୍ରତ୍ୟେକ ନିଜର ଅଫିସ କିମ୍ବା ଘରକୁ ଭିନ୍ନ ଭିନ୍ନ ରଙ୍ଗ ମାଧ୍ୟମରେ ଏକ ନୂଆ ରୂପ ଦେବାର ପ୍ରସ୍ତୁତି ଆରମ୍ଭ କରି ଦେବେଣି । ଏମିତି ସମୟରେ ବାସ୍ତୁ ନିୟମ ଅନୁଯାୟୀ କେଉଁଠାରେ କି ପ୍ରକାରର ରଙ୍ଗ କରିବା ଦ୍ୱାରା ଘରେ ପଞ୍ଚତତ୍ତ୍ୱରେ ସନ୍ତୁଳନ ରହିବା ସହ ଖୁସିର ବାତାବରଣ ରହିଥାଏ ଏହି ସମ୍ପର୍କରେ ଆପଣ ନିଶ୍ଚିତ ଜାଣିବା ଦରକାର ।
ସବୁଜ ଏବଂ ନୀଳ ରଙ୍ଗ – ହାଲକା ନୀଳ ଏବଂ ହାଲକା ସବୁଜ ରଙ୍ଗକୁ ବାସ୍ତୁ ଅନୁଯାୟୀ ସ୍ୱାସ୍ଥ୍ୟର ପ୍ରାକୃତିକ ସ୍ରୋତ ଭାବେ ଗ୍ରହଣ କରାଯାଏ । ଏହି ରଙ୍ଗ ଥଣ୍ଡା ଏବଂ କୋମଳ ହୋଇଥାଏ । ତେଣୁ ଏହି ରଙ୍ଗର ପ୍ରୟୋଗ ଘରର ଡ୍ରଇଁ ରୁମରେ କରାଯିବା ଆବଶ୍ୟକ । ଗାଧୁଆ ଘର ପାଇଁ ହାଲ୍କା ନୀଳ ରଙ୍ଗ ଶୁଭକର ହୋଇଥାଏ ।
ହଳଦିଆ ରଙ୍ଗ – ଏହି ରଙ୍ଗ ମନୁଷ୍ୟର ସ୍ନାୟୁତନ୍ତ୍ରକୁ ସନ୍ତୁଳିତ ରଖିବା ସହ ମସ୍ତିଷ୍କକୁ ସକ୍ରିୟ ରଖିଥାଏ । ଏଣୁ ଏହି ରଙ୍ଗକୁ ଲାଇବ୍ରେରୀ ତଥା ପଢ଼ାଘରେ ଲଗାଇବା ଉଚିତ ।
ବାଇଗଣୀ ରଙ୍ଗ – ଏହି ରଙ୍ଗ ଉତ୍ସାହବର୍ଦ୍ଧକ ତଥା ଅବସାଦ ବିନାଶକାରୀ ଭାବେ ଗ୍ରହଣୀୟ ଥିବା କାରଣରୁ ଏହି ରଙ୍ଗ ଯୋଗ ବା ସାଧନା କକ୍ଷ ଏବଂ ପୂଜାଘର ପାଇଁ ଶୁଭ ହୋଇଥାଏ ।
ଧଳା ରଙ୍ଗ – ଘରର ଉପର ଛାତକୁ ଧଳା ରଙ୍ଗରେ ରଞ୍ଜିତ କରିବା ଦ୍ୱାରା ଘରେ ପ୍ରକାଶ ଭରି ରହିଥାଏ କିନ୍ତୁ ସମ୍ପୂର୍ଣ୍ଣ ଘରକୁ ଧଳା ରଙ୍ଗ କରିବା ଠିକ ନୁହେଁ କାରଣ ବାସ୍ତୁ ଅନୁଯାୟୀ ଏହି ରଙ୍ଗକୁ ସ୍ୱଳ୍ୱଜିବୀ ବୋଲି ଗ୍ରହଣ କରାଯାଇଥାଏ ।
ନାଲି, ଗୋଲାପି ଏବଂ ନାରଙ୍ଗୀ ରଙ୍ଗ – ଏହି ତିନୋଟି ରଙ୍ଗ ପାରସ୍ପରିକ ସମ୍ବନ୍ଧକୁ ସୁଦୃଢ଼ କରିଥାନ୍ତି ତେଣୁ ଶୋଇବା ଘରେ ଏହି ରଙ୍ଗ ଗୁଡ଼ିକର ପ୍ରୟୋଗ ଲାଭକାରୀ ସାବ୍ୟସ୍ତ ହୋଇଥାଏ । ରୋଷେଇ ଘରେ ଲାଲ୍ ରଙ୍ଗ ଶୁଭ ଫଳରେ ବୃଦ୍ଧି କରିଥାଏ । ଘରର ମୁଖ୍ୟ ଦ୍ୱାର ପାଇଁ ରଙ୍ଗର ଚୟନ ଘରର ଦିଗ ଆଧାରରେ କରାଯିବା ଆବଶ୍ୟକ । ଏପରି କରିବା ଦ୍ୱାରା ଘରେ ସକାରାତ୍ମକ ବାତାବରଣର ବୃଦ୍ଧି ହେବା ସହ ସୁଖ ସମୃଦ୍ଧି ମଧ୍ୟ ଫେରି ଆସିଥାଏ ।


Share It

Comments are closed.