ସୋନୀ ପକ୍ଷରୁ ଏହାର ନୂତନ କ୍ୟାମେରାର ଶୁଭାରମ୍ଭ


ଭୁବନେଶ୍ୱର- ବିଶ୍ୱର ଅଗ୍ରଣୀ କ୍ୟାମେରା ନିର୍ମାତା କମ୍ପାନୀ ସୋନୀଇଣ୍ଡିଆ ପକ୍ଷରୁ ଆଲ୍ଫା ୭ଆର୍ ଆଇଭି କ୍ୟାମେରାର ଶୁଭାରମ୍ଭ କରାଯାଇଛି, ଯାହା ଚମତ୍କାର ଇମେଜ୍ ଗୁଣବତ୍ତା ସହିତ ଉଚ୍ଚ ରିଜୋଲ୍ୟୁସନ୍ ପ୍ରଦାନ କରୁଛି । ଏହି କ୍ୟାମେରାରେ ନୂତନଭାବେ ବିକଶିତ ତଥା ବିଶ୍ୱର ପ୍ରଥମ ୩୫ ମିମି ଫୁଲ୍-ଫ୍ରେମ୍ ୬୧.୦ଏମ୍ପି ବ୍ୟାକ୍ଇଲୁମିନେଟେଡ଼ ଏକ୍ସମୋର୍ ଆରସିଏମଓଏସ୍ଇମେଜସେନ୍ସରରହିଛି । ଏହା ସୁଟିଂରେ ଅଟୋ ଫୋକସ୍ ଗୁଣବତ୍ତା ସହିତ ୧୦ ଏଫ୍ପିଏସ୍ ପର୍ଯ୍ୟନ୍ତ ଶୀଘ୍ରତା ପ୍ରଦାନ କରୁଛି । କ୍ଷିପ୍ର ବେଗରେ ଗତିକରୁଥିବା ବସ୍ତୁଗୁଡ଼ିକର ଫଟୋ ଏହା ସମ୍ପୂର୍ଣ୍ଣ ସଠିକତାର ସହିତ ନେଉଛି ।

ଏଥିରେ ଥିବା ୪୨୫ କଣ୍ଟ୍ରାଷ୍ଟ ଅଟୋଫୋକସ୍ ପଏଣ୍ଟ ନିମ୍ନ ଆଲୋକ ପରିସ୍ଥିତିରେ ମଧ୍ୟ ଚମତ୍କାର ଇମେଜିଂ ପ୍ରଦାନ କରୁଛି । ଆଲ୍ଫା ୭ଆର୍ ଆଇଭିରିଅଲ୍-ଟାଇମ୍ ଆଇ ଅଟୋ ଫୋକସ୍ ବୈଶିଷ୍ଟ୍ୟତା ପ୍ରଦାନ କରୁଛି, ଯାହା ବାସ୍ତବ ସମୟରେ ଆଖିର ସ୍ଥିତିକୁ ଚିହ୍ନଟ ଓ ପ୍ରକ୍ରିୟାକରଣ କରିବା ପାଇଁ ମାନବକୃତ ଉତ୍କର୍ଷତାକୁ ପ୍ରୟୋଗ କରୁଛି । ଏହା ଉଭୟ ମନୁଷ୍ୟ ଓ ପଶୁଙ୍କ ଆଖି ପାଇଁ ଅଟୋଫୋକସ୍ ମୋଡ଼ ସହିତ ଆସୁଛି । ଷ୍ଟିଲ୍ ଇମେଜିଂ ପାଇଁ ସକ୍ଷମତା ରଖୁଥିବା ଆଲ୍ଫା ୭ଆର୍ ଆଇଭିକୁ ଅତ୍ୟନ୍ତ ଚମତ୍କାର ଚଳଚ୍ଚିତ୍ର ନିର୍ମାଣକାରୀ ଉପକରଣଭାବେ ବ୍ୟବହାର କରିହେଉଛି, ଯାହା ୪କେ (୩୮୪୦ ୨୧୬୦ ପିକ୍ସେଲ୍) ଭିଡିଓ ରେକର୍ଡିଂ ପ୍ରଦାନ କରୁଛି । ଆଲ୍ଫା ୭ଆର୍ ଆଇଭି କ୍ୟାମେରାକୁ ସ୍ୱତନ୍ତ୍ରତା ପ୍ରଦାନ କରିବା ପାଇଁ ସୋନୀ କେତେକ ନୂତନ ଉପକରଣମାନ ପ୍ରଦାନ କରିଛି, ଯେଉଁଥିରେ ଅଛନ୍ତି- ଭିଜି-ସି୪ଇଏମ୍ ଭର୍ଟିକାଲ୍ ଗ୍ରିପ୍, ଇଏମ୍-ବି୧ଏମସଟଗନ୍ ମାଇକ୍ରୋଫୋନ୍, ଏକ୍ସଏଲଆର୍-କେ୩ଏମ୍ ଏକ୍ସଏଲଆର୍ ଆଡାପ୍ଟର କିଟ୍, ଏସ୍-ଜିସିରିଜଟଗ୍ ଇତ୍ୟାଦି । ଆଲ୍ଫା ୭ଆର୍ ଆଇଭିର ମୂଲ୍ୟ ୨,୯୯,୯୯୦ ଟଙ୍କା ରଖାଯାଇଛି, ଯାହା ୧୮ ସେପ୍ଟେମ୍ବର ୨୦୧୯ରୁ ଉପଲବ୍ଧ ହୋଇଛି ।

ଏହି ଶୁଭାରମ୍ଭ ଅବସରରେ ଶ୍ରୀଯୁକ୍ତ ହିରୋଉକି ଟୋକୁନୋ, ଡିଜିଟାଲ୍ ଇମେଜିଂ ଡିଭିଜନ୍ ମୁଖ୍ୟ ପ୍ରକାଶକରିଛନ୍ତି, “ଆମେ ଅଭିନବତା ଓ ଅବିରତଭାବେ ବୃଦ୍ଧି ପ୍ରକ୍ରିୟାରେ ବିଶ୍ୱାସରଖୁ, ଯେଉଁଠାରେ ଆମେ ଏକ ଡିଜିଟାଲ୍ କ୍ୟାମେରା ପ୍ରଦର୍ଶନ କରୁଥିବା କାର୍ଯ୍ୟଦକ୍ଷତାକୁ ଅବିଶ୍ୱସନୀୟଭାବେ ଅତିକ୍ରମ କରିଥାଉ । ଆଲ୍ଫା ୭ଆର୍ ଆଇଭି ଉଚ୍ଚ ଗତିଯୁକ୍ତ ସୁଟିଂ, ଅତି ଦୃତ ଫୋକସିଂ ଓ ଅପ୍ଗ୍ରେଡ଼ ଡିଜାଇନ୍ ସହିତ ଏକ ଚିତାକର୍ଷକ ଫଟୋଗ୍ରାଫି ଅନୁଭୂତି ପ୍ରଦାନ କରୁଛି । ଏହା ଫଟୋଗ୍ରାଫର୍, ଭିଡିଓଗ୍ରାଫର୍ ଓ ସମସ୍ତ ବିଷୟ ଉତ୍ପନ୍ନକାରୀଙ୍କୁ ସେମାନଙ୍କ ମୂହୂର୍ତ୍ତ ଗୁଡ଼ିକୁ ଗ୍ରହଣ କରିବାକୁ ଅନୁମତି ପ୍ରଦାନ କରୁଛି ।”


Share It

Comments are closed.