ମୁସଲିମ ମାନଙ୍କ ଉପରେ ହେଉଥିବା ଅତ୍ୟାଚାରକୁ ନେଇ କ୍ଷୋଭ ପ୍ରକାଶ କଲେ ‘ଆଜମ ଖାନ’


ସମାଜବାଦୀ ପାର୍ଟିର ସାଂସଦ ‘ଆଜମ ଖାନ’ ଦେଶରେ ଚାଲିଥିବା ମୋବ ଲିନସିଙ୍ଗ ଘଟଣା ଉପରେ ନିଜର ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ୧୯୪୭ ପରେ ମୁସଲିମଙ୍କୁ ଭାରତ ଛାଡି ନଯିବାର ଦଣ୍ଡ ମିଳୁଛି । ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ଯଦି ତାଙ୍କୁ (ମୁସଲିମମାନଙ୍କ) ପୂର୍ବଜ ସେହି ସମୟରେ ଭାରତ ଛାଡି ପାକିସ୍ତାନ ଚାଲି ଯାଇଥାନ୍ତେ ତେବେ ତାଙ୍କୁ ଏହିଭଳି ଦଣ୍ଡ ମିଳିନଥାନ୍ତା ।
ପ୍ରକାଶ ଥାଉକି, ନିକଟ କିଛି ଦିନ ତଳେ ଉତ୍ତରପ୍ରଦେଶ ସରକାର ତାଙ୍କୁ ‘ଜମି ମାଫିଆ’ ରୂପେ ଘୋଷଣା କରିଥିବାବେଳେ ତାଙ୍କ ବିରୋଧରେ ୨୩ରୁ ଉଦ୍ଧ୍ୱର୍ ମାମଲା ଦାୟର କରାଯାଇଛି ।


ଲିନସିଙ୍ଗ ଘଟଣା ସଂପର୍କରେ ନିଜ ମତ ଦେଇ ଆଜମ କହିଛନ୍ତି ଯେ, “ବର୍ତ୍ତମାନ ମୁସଲିମମାନଙ୍କୁ ୧୯୪୭ ପରେ ଦଣ୍ଡ ଦିଆଯାଉଛି । ବର୍ତ୍ତମାନ ଯାହାକି ହେବ ମୁସଲିମ ଲୋକେ ତାକୁ ସାମନା କରିବେ । ଆମର ପୂର୍ବଜ କାହିଁକି ପାକିସ୍ତାନ ଗଲେ ନାହିଁ ? ଏହି ପ୍ରଶ୍ନ ମୌଲାନା ଆଜାଦ, ଜବାହାରଲାଲ ନେହେରୁ ଏବଂ ବାପୁଙ୍କୁ ପଚାରନ୍ତୁ । ସେମାନେ ମୁସଲମାନମାନଙ୍କୁ ପ୍ରତିଶ୍ରୃତି ଦେଇଥିଲେ ।”


Share It

Comments are closed.