ଶିବ ପୁରାଣ ଅନୁଯାୟୀ ଆପଣଙ୍କୁ ମୃତ୍ୟୁ ସଂପର୍କରେ ସୂଚନା ଦେବ ଏହି ସବୁ ସଂକେତ


ସଂସାରରେ କେତେବଳେ କାହାର ମୃତ୍ୟୁ ତାହା କାହାକୁ ଜଣାନଥାଏ । କିନ୍ତୁ ଯଦି ଆପଣଙ୍କୁ ଏଭଳି କିଛି ସଂକେତ ମିଳୁଥାଏ ତେବେ ଏହା ପୁରାଣ ଅନୁଯାୟୀ ମୃତ୍ୟୁ ସଂକେତ ଅଟେ । ଆଜ୍ଞା ହଁ ଶିବ ପୁରାଣ ଅନୁଯାୟୀ ଆମେ ଏଭଳି କିଛି ସଂକେତ ସଂପର୍କରେ ଆମେ ଆପଣକୁ କହିବା ଯାହାକି ଶିବ ପୁରାଣରେ ମୃତ୍ୟୁ ସଂକେତ ବୋଲି କୁହାଯାଏ । ଶିବ ପୁରାଣରେ ଭଗବାନ ଶିବଙ୍କୁ ନେଇ ଅନେକ ତଥ୍ୟ ରହିଥିବାବେଳେ ମୃତ୍ୟୁ ପୂର୍ବରୁ ମିଳୁଥିବା ସଂକେତ ସଂପର୍କରେ ଅନେକ ତଥ୍ୟ ରହିଛି , ଯାହା ଭଗବାନ ଶିବ ମାତା ପାର୍ବତୀଙ୍କୁ କହୁଥିଲେ ।
ଶିବ ପୁରାଣ ଅନୁଯାୟୀ ଏହି ମୃତ୍ୟୁ ସଂକେତ କ’ଣ ଆସନ୍ତୁ ଜାଣିବା ।
୧. ଆପଣଙ୍କୁ ଅଧିକାଂଶ ସମୟରେ ଅନ୍ଧାର ଅନ୍ଧାର ଦେଖାଯାଉଛି କି ? ଏବଂ କୌଣସି ନିଆଁର ଆଲୋକ ଆପଣଙ୍କୁ ଯଦି ଠିକସେ ଦେଖାଯାଉ ନାହିଁ ତେବେ ଏହା ମୃତ୍ୟୁ ସଂକେତ ଅଟେ ।
୨. ଏହି ପୁରାଣ ଅନୁଯାୟୀ ଯଦି ଆପଣଙ୍କ ମୁଣ୍ଡରେ ଶାଗୁଣା, କାଉ ଏବଂ ପାରା ହଠାତ ଆସି ବସି ପଡନ୍ତି କିମ୍ବା ଆପଣଙ୍କ ଚାରିପଟେ ଅନେକ ଗୁଡିଏ କାଉ ଘେରା ମାରି ‘କା…କା’ ସ୍ୱର କରନ୍ତି ତେବେ ଆପଣ ଜାଣି ରଖନ୍ତୁ ଯେ, ଏହା ମୃତ୍ୟୁ ସଂକେତ ଅଟେ ।
୩. ଯଦି କୌଣସି ବ୍ୟକ୍ତିଙ୍କ ବାମ ହାତ ଆପେ ଆପେ ଫଡଫଡ ହେବାରେ ଲାଗେ, ତେବେ ଆପଣ ଜାଣି ରଖନ୍ତୁ ଯେ, ଏହା ମୃତ୍ୟୁ ସଂକେତ ଅଟେ ।
୪. ପୁରାଣ ଅନୁଯାୟୀ ଯଦି ଆପଣଙ୍କ ଶରୀର ଧଳା କିମ୍ବା ହଳଦିଆ ପଡିଆକୁ ଲାଗେ ତାହା ମୃତ୍ୟୁ ସଂକେତ ଅଟେ ।


Share It

Comments are closed.